ଭୁବନେଶ୍ୱର ୨୧/୧୦: ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ନେଲା ଲଘୁଚାପ। ସୃଷ୍ଟି ଲଘୁଚାପ କ୍ଷେତ୍ର ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ଅଧିକ ବଳ ଗୋଟାଇ ପୁଣି ଘନୀଭୂତ ହେବ। ୩୬ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗରେ ଅବପାତ ରୂପ ନେବ ବୋଲି ଆକଳନ କରାଯାଇଛି।  ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଦେଖିବାକୁ ମିଳିପାରେ କିନ୍ତୁ ସିଧାସଳଖ ପ୍ରଭାବ ପଡ଼ିବା ସମ୍ଭାବନା କମ ରହିଛି। ଉପକୂଳ ୧୦ ଜିଲ୍ଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏଥସହିତ ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ ଚେତାବନୀ ଜାରି ହୋଇଛି।