ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି

Published By : Prameya | November 24, 2024 7:31 AM

ଭୁବନେଶ୍ୱର,୨୪/୧୧: ଶୁକ୍ରବାର ରାତିରେ ରାଜ୍ୟର ୧୩ଟି ସହରର ସର୍ବନିମ୍ନ  ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍‌  ତଳେ ଥିଲା । ଜି. ଉଦୟଗିରିରେ ରାତି  ତାପମାତ୍ରା ସର୍ବନିମ୍ନ ୮.୫ ଡିଗ୍ରୀ ରହିଥିଲା ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା  ୧୧ଡିଗ୍ରୀ ରହିଛି । ଗୁରୁବାର ରାତିରେ ଏଠାରେ  ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ  ଶୁକ୍ରବାର ୧ଡିଗ୍ରୀ ବଢ଼ିଛି । ସେହିପରି  ଦାରିଙ୍ଗିବାଡ଼ିରେ ୧୧.୫, କୋରାପୁଟରେ ୧୧.୩,  ଭବାନୀପାଟଣାରେ ୧୨, ରାଉରକେଲାରେ  ୧୨.୧, ଝାରସୁଗୁଡ଼ାରେ ୧୨.୪, ସୁନ୍ଦରଗଡ଼ରେ  ୧୨.୫, ବଲାଙ୍ଗୀରରେ ୧୩ ଓ ରାୟଗଡ଼ାରେ  ୧୩.୨ ଡିଗ୍ରୀ ରେକର୍ଡ ହୋଇଛି । ଏକାଧିକ  ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଛି ।  ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ରାତି  ତାପମାତ୍ରା ୧୭ ଡିଗ୍ରୀ ଥିବାବେଳେ ଶୁକ୍ରବାର  ପ୍ରାୟ ୨ ଡିଗ୍ରୀ ଖସିଯାଇଛି । ଶୁକ୍ରବାର  ରାତି ତାପମାତ୍ରା ୧୫.୪ ଡିଗ୍ରୀ ରହିଛି । 

ସେହିଭଳି ଶୁକ୍ରବାର ରାତିରେ  ରାଉରକେଲାରେ ଘନ କୁହୁଡ଼ି ଦୃଶ୍ୟମାନ  ହୋଇଥିଲା । ୫୦ ମିଟରରୁ କମ୍‌ ଦୂରତାର  ଦୃଶ୍ୟ ବି ଦିଶିନଥିଲା। ଫୁଲବାଣୀରେ ମଧ୍ୟମ  ଧରଣର କୁହୁଡ଼ି ଓ ଭବାନୀପାଟଣାରେ  ସ୍ୱଳ୍ପ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.