ଭୁବନେଶ୍ୱର,୦୯/୧୧: ଦାରିଙ୍ଗବାଡ଼ିରେ ପାରଦ ୧୨ ଡିଗ୍ରୀକୁ ଖସିଛି । ଏହା ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଫୁଲବାଣୀରେ  ୧୨.୫, ଅନୁଗୁଳରେ ୧୫, କୋରାପୁଟ  ଓ ଭଦ୍ରକରେ ୧୫.୫, ଝାରସୁଗୁଡ଼ା ଓ  କେନ୍ଦୁଝରରେ ୧୫.୮, ରାଉରକେଲାରେ ୧୬.୧,  ଢେଙ୍କାନାଳରେ ୧୬.୨ ଡିଗ୍ରୀ ରେକର୍ଡ ହୋଇଛି । 

ରବିବାର ଫୁଲବାଣୀରେ ରାତି ତାପମାତ୍ରା ୧୦  ଡିଗ୍ରୀକୁ ଖସିପାରେ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଅନୁଗୁଳରେ ୧୩ ଡିଗ୍ରୀ,  ରାଉରକେଲା, କୋରାପୁଟ ଓ ଝାରସୁଗୁଡ଼ାରେ  ୧୪, କେନ୍ଦୁଝର ଓ ଢେଙ୍କାନାଳରେ ୧୫  ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି । ଆସନ୍ତା ୨ରୁ ୩ ଦିନରେ  ରାତି ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ଖସିବ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।