ପ୍ରମୁଖ ଖବର
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୨୯/୦୫ ଆସନ୍ତା ୧ ତାରିଖରୁ ରାଜ୍ୟରେ ପୁଣି ତାତି ବଢ଼ିବ । ଉତ୍ତର ପଶ୍ଚିମ ଭାଗରୁ ପବନ ବହିବ । ତତଲା ପବନ ପ୍ରଭାବରେ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳ ଓ ପୂରା ଓଡ଼ିଶାରେ ତାତି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରି କହିଛନ୍ତି, ଆସନ୍ତା ୧ ତାରିଖରୁ ରାଜ୍ୟରେ ତାତି ବଢ଼ିବ । ୨ରୁ ପ୍ରବଳ ତାତି ହେବ । ଖାଲି ଆଭ୍ୟନ୍ତରୀଣ ନୁହେଁ, ପୂରା ରାଜ୍ୟରେ ତାତିର ପ୍ରଭାବ ରହିବ । ତେବେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ ।

ଏବେ ୧ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସାମାନ୍ୟ କମିପାରେ । ତଥାପି ଅନେକ ସ୍ଥାନ ୪୦ ଡିଗ୍ରୀ ଉପରେ ରହିବ । ଉପକୂଳରେ ତାତି ବଢ଼ିବନି । ଉତ୍ତର ପଶ୍ଚିମ ଭାଗରୁ ଯେଉଁ ପବନ ଆସୁଥିଲା ତାହା ୩୧ ତାରିଖ ଯାଏ ଆଉ ଆସିବନି । ପଞ୍ଜାବ ଓ ଉତ୍ତରାଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଓଡ଼ିଶାକୁ ସାମୁଦ୍ରିକ ପବନ ବହିବ । ଏଥିପାଇଁ ଉପକୂଳରେ ବିଶେଷ ତାତି ରହିବନି ବୋଲି ଡ. ସାହୁ କହିଛନ୍ତି ।

ଓଡ଼ିଶାରେ ମୌସୁମୀ ପହଞ୍ଚିବା ବିଳମ୍ବ ହୋଇପାରେ ବୋଲି ଡ. ସାହୁ କହିଛନ୍ତି । ୬ ତାରିଖରେ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପଶ୍ଚିମ ଆଡ଼କୁ ଗତି କରିବ । କେରଳ ଉପକୂଳରେ ବର୍ଷା ହୋଇପାରେ । ୪ ତାରିଖ ପାଖାପାଖି କେରଳରେ ମୌସୁମୀ ଛୁଇୁଁପାରେ । କିନ୍ତୁ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ସମ୍ଭାବନା ନ ଥିବାରୁ ମୌସୁମୀ ପୂର୍ବ ଭାଗକୁ ଅଗ୍ରସର ହେବା ସମ୍ଭାବନା କମ୍‌ । ୧୫ ତାରିଖ ପୂର୍ବରୁ ଓଡ଼ିଶାରେ ମୌସୁମୀ ପହଞ୍ଚିବନି ଓ ବିଳମ୍ବ ହେବ ବୋଲି ଡ. ସାହୁ ପୂର୍ବାନୁମାନ କରିଛନ୍ତି ।

ରବିବାର ବୌଦ୍ଧ ଓ ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରହିଛି । ଝାରସୁଗୁଡ଼ାରେ ୪୧.୮, ସୋନପୁର ଓ ବରଗଡ଼ରେ ୪୧.୫, ସୁନ୍ଦରଗଡ଼ ଓ ହୀରାକୁଦରେ ୪୧.୧, ଟିଟିଲାଗଡ଼ରେ ୪୦.୬ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆଜି ଦାରିଙ୍ଗିବାଡ଼ିରେ ସାମାନ୍ୟ ବର୍ଷା ହୋଇଛି ।

Copyright © 2022 - Summa Real Media Private Limited. All Rights Reserved.