PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆସନ୍ତା ୨ ଦିନ ଉପକୂଳ ଓଡ଼ିଶାରେ ଆହୁରି ବଢ଼ିବ ତାପମାତ୍ରା, ୨୯ରୁ ବଦଳିବ ପାଗ

ଭୁବନେଶ୍ୱର ୨୭/୦୧: ଏବେ ଦିନ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଆସନ୍ତା ଦୁଇ ଦିନରେ ଏହା ଆହୁରି ବଢ଼ିବ । ଆଗାମୀ ୫ ଦିନ ଯାଏଁ ଓଡିଶା ବିଭିନ୍ନ ଜିଲ୍ଲାରେ ସର୍ବନିମ୍ନ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଦକ୍ଷିଣରେ ୧.୫ ଡିଗ୍ରୀ ବଢ଼ିପାରେ । ତେବେ ୨୯ ପରେ ପାଗ ବଦଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରିପାରୁନି । ଏଥିପାଇଁ ଦିନରେ ତାପମାତ୍ରା ଅଧିକ ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି। ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା କମିଛି । ଏଥିପାଇଁ ତାପମାତ୍ରା ବଢ଼ିଯାଇଛି ବୋଲି ସେ କହିଛନ୍ତି । ଉତ୍ତର ଭାରତରେ ପଶ୍ଚିମା ଝଡ଼ ଅଧିକ ସକ୍ରିୟ ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ ବୋଲି ଆକଳନ ଥିଲା । କିନ୍ତୁ ଆକଳନ ମୁତାବକ ଏହା ସକ୍ରିୟ ହେଉନି । ଏଥିପାଇଁ ୨୯ରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା କମ୍‌ ବୋଲି ସେ କହିଛନ୍ତି ।