ଭୁବନେଶ୍ୱର,୦୩/୦୮: ପାଗ ପ୍ରାୟତଃ ଶୁଖିଲା । ଖରା ଟାଣ ହେବା ସହ  ଗରମ ବି ବଢ଼ିଛି । ତାପମାତ୍ରା ୩୭ ଡିଗ୍ରୀ  ସେଲସିୟସ୍‌ରେ ପହଞ୍ଚିଛି ନୟାଗଡ଼ରେ । ଭୁବନେଶ୍ୱର ତାପମାତ୍ରା ବି ୩୬ ଡିଗ୍ରୀ  ଛୁଇଁଛି, ଯାହାକି ସ୍ୱାଭାବିକଠାରୁ ୩.୨ ଡିଗ୍ରୀ  ଅଧିକ । ରାଜ୍ୟର ୯ଟି ସ୍ଥାନରେ ତାପମାତ୍ରା  ୩୫ ଡିଗ୍ରୀ ଉପରେ ଥିଲା । ପାଣିପାଗ  ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ  ବଡ଼ ବର୍ଷା ସମ୍ଭାବନା ନାହିଁ । 

ରବିବାର  ଓ ସୋମବାର ଉତ୍ତର ଓଡ଼ିଶାର ଅଳ୍ପ  କେତେକ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର  ଗୋଟିଏ ଦୁଇଟି ଜାଗାରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ।  ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ  ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ  ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ପବନ  ଆଶଙ୍କା ରହିଛି । 

ମଙ୍ଗଳବାର ରାଜ୍ୟର  ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ ।  ବୁଧବାର (୬ ତାରିଖ)ଠାରୁ ରାଜ୍ୟର  ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି।  ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏଭଳି  ସୂଚନା ଦେଇଛି । 

ଶନିବାର ଚାନ୍ଦବାଲି,  ପୁରୀ, ବାରିପଦା, ତାଳଚେର, ଛତ୍ରପୁର,  ଜଗତସିଂହପୁର, ପାରଳାଖେମୁଣ୍ଡିରେ  ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା ।