PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ରାଜ୍ୟରେ ବଢିବ ଶୀତ: ୭ ଯାଏ ଥଣ୍ଡା, ୮ରୁ ଶୀତ କମିବ

ଭୁବନେଶ୍ୱର,୦୪/୧୨: ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତ ବଢିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ଯାଏ ରହିବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିିବ । ତେବେ ଥଣ୍ଡା ବଢିବ । ୮ରୁ ଶୀତ କମିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୮ରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ରୁ ୧୧ ଭିତରେ ବଙ୍ଗୋପସାଗରୀୟ ପୂର୍ବା ପବନ ବହିବ । ଏଥିପାଇଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ଅଛି । ୩ରୁ ୫ ତାରିଖ ଭିତରେ ଦକ୍ଷିଣ ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ କମିପାରେ । ୩ରୁ ୬ ଭିତରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ୨ଡିଗ୍ରୀ କମିପାରେ । ୩ରୁ ୭ ଯାଏ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡିଶାରେ ୪ରୁ ୫ ଡିଗ୍ରୀ କମିପାରେ ।

୮ରୁ ଶୀତ କମିବ । ୮ ଓ ୯ ତାରିଖ ଦୁଇ ଦିନ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିପାରେ । ୯ରୁ ୧୧ ଭିତରେ ଦକ୍ଷିଣ ଆଭ୍ୟନ୍ତରରେ ୬ ଡିଗ୍ରୀ ଓ ଉତ୍ତର ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ବଢିବ । ତାପମାତ୍ରା ବଢିବା ଯୋଗୁ ଶୀତ କମିଯିବ ବୋଲି ଡ.ପଶୁପାଳକ କହିଛନ୍ତି ।

ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଅଧିକ ଘନୀଭୂତ ହେବାର ସମ୍ଭାବନା ଥିଲେ ବି ତାମିଲନାଡୁ ଉପକୂଳରେ ଏହା ୯ ତାରିଖ ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି ସେ କହିଛନ୍ତି । ୮ରୁ ୧୧ ଭିତରେ ତାପମାତ୍ରା ବୃଦ୍ଧି ଆର୍ଦ୍ରତା ବଢିବ । ଆଶିଂକ ମେଘୁଆ ପାଗ ସହ କୁହୁଡି ପଡିବ । ଏଥିପାଇଁ ଶୀତଦିନିଆ ପନିପରିବାରେ ରୋଗ ପୋକ ବଢିବାର ସମ୍ଭାବନା ଅଛି ।

ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି । କୋରାପୁଟରେ ସବୁଠୁ କମ୍‌ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।

ସମ୍ବନ୍ଧିତ ଖବର