କଲବଲ କରୁଛି ମୁଣ୍ଡ ଫଟା ଖରା, ସାଢେ ୧୧ଟା ସୁଦ୍ଧା ସମ୍ଵଲପୁରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ଵର, ୨୪/୫ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। କଲବଲ କରୁଛି ଗୁଳୁଗୁଳି ସାଙ୍ଗକୁ ତାତି। ନା ଘରୁ ବାହାରି ହଉଛି ନା ଘରେ ରହି ହେଉଛି। ସେପଟେ ଦିନ ସାଢେ ୧୧ଟା ସୁଦ୍ଧା ସମ୍ଵଲପୁରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ଵରରେ ୩୮.୨ ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ହୀରାକୁଦରେ ୩୯.୬ ଡିଗ୍ରୀ, ଚାନ୍ଦବାଲିରେ ୩୯ ଡିଗ୍ରୀ, କେନ୍ଦୁଝରରେ ୩୮.୨ ଡିଗ୍ରୀ, ବାଲେଶ୍ଵରରେ ୩୫.୪ ଡିଗ୍ରୀ, ପୁରୀରେ ୩୩.୬ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ଓ ପାରାଦୀପରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) May 24, 2023
ସମ୍ବଲପୁର: ୪୧ ଡ଼ିଗ୍ରୀ
ଝାରସୁଗୁଡା: ୩୯.୬ ଡ଼ିଗ୍ରୀ
ହୀରାକୁଦ: ୩୯.୬ ଡ଼ିଗ୍ରୀ
ଚାନ୍ଦବାଲି: ୩୯ ଡ଼ିଗ୍ରୀ
ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ
କେନ୍ଦୁଝର: ୩୮.୨ ଡ଼ିଗ୍ରୀ
ବାଲେଶ୍ୱର: ୩୫.୪ ଡ଼ିଗ୍ରୀ
ପୁରୀ: ୩୩.୬ ଡ଼ିଗ୍ରୀ
ଗୋପାଳପୁର: ୩୩ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ