ଦିନ ସାଢେ ୧୧ ଟାରୁ ଅସମ୍ଭାଳ ତାତି, ଭୁବନେଶ୍ଵରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

source;odishatv.in
ଭୁବନେଶ୍ଵର, ୨୫/୦୫ : ଦିନ ସାଢେ ୧୧ ଟାରୁ ଅସମ୍ଭାଳ ତାତି। ରାଜଧାନୀ ଭୁବନେଶ୍ଵରରେ ୩୯.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ। ସେହିପରି ସମ୍ବଲପୁରରେ ୩୯.୨ ଡ଼ିଗ୍ରୀ, ଝାରସୁଗୁଡାରେ ୩୮.୪ଡ଼ିଗ୍ରୀ, ହୀରାକୁଦରେ ୩୭.୪ଡ଼ିଗ୍ରୀ, ଚାନ୍ଦବାଲିରେ ୩୫.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୫.୦ ଡ଼ିଗ୍ରୀ, ବାଲେଶ୍ୱରରେ ୩୫.୦ ଡ଼ିଗ୍ରୀ, ପୁରୀରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩.୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) May 25, 2023
ଭୁବନେଶ୍ୱର: ୩୯.୨ ଡ଼ିଗ୍ରୀ
ସମ୍ବଲପୁର: ୩୯.୨ ଡ଼ିଗ୍ରୀ
ଝାରସୁଗୁଡା: ୩୮.୪ଡ଼ିଗ୍ରୀ
ହୀରାକୁଦ: ୩୭.୪ଡ଼ିଗ୍ରୀ
ଚାନ୍ଦବାଲି: ୩୫.୬ ଡ଼ିଗ୍ରୀ
କେନ୍ଦୁଝର: ୩୫.୦ ଡ଼ିଗ୍ରୀ
ବାଲେଶ୍ୱର: ୩୫.୦ ଡ଼ିଗ୍ରୀ
ପୁରୀ: ୩୩.୦ ଡ଼ିଗ୍ରୀ
ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ
ଗୋପାଳପୁର: ୩୩.୪ ଡ଼ିଗ୍ରୀ
ଆକାଶରୁ ନିଆଁ ବର୍ଷୁଛି । ଶୁଖିଲା ମାଟିରୁ ଗରମ ହୁଳା ବାହାରୁଛି । କାନ୍ଥ, ଚଟାଣ ତାତି ନିଆଁ । ଦିନ ଜଳାଉଛି, ରାତି ତାପାମାତ୍ରା ୨୭/୨୮ ଡିଗ୍ରୀ ସେଲ୍ସିୟ ପଦାରେ । ଘରେ ୩୨ରୁ ୩୩ ଡିଗ୍ରୀ । ସକାଳ ବାତାବରଣ ଥଣ୍ଡା ହେବା ଆଗରୁ ଟାଏଁ ଟାଏଁ ଖରା ମାଡ଼ି ଆସୁଛି । ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ବି ଏଭଳି ସ୍ଥିତିରୁ ଏଥିରୁ ତ୍ରାହି ନାହିଁ ଜୁନ୍ ୧୦ ଯାଏ । ପ୍ରାକ୍ ମୌସୁମୀ ବର୍ଷା ନାହିଁ । ୨-୩ ଦିନ ପରେ ତାତି ସାମାନ୍ୟ କମିପାରେ । କାଳବୈଶାଖୀ ବର୍ଷା ସମ୍ଭାବନା ବି ରହିଛି । ହେଲେ ସାମୟିକ ଆଶ୍ୱସ୍ତି ପରେ ପୁଣି ପ୍ରବାହ ବିସ୍ତାର କରିବ ତାତିର ପ୍ରକୋପ । ଆହୁରି ଅଧିକ ଜଳେଇବ । ଜୁନ୍ ୧ କିମ୍ବା ୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ କିମ୍ବା ୪୫ ଡିଗ୍ରୀ ଛୁଇଁପାରେ ।