ଭୁବନେଶ୍ଵର, ୧୦/୦୬ : ସକାଳୁ ସକାଳୁ ଜଳିଲାଣି ଭୁବନେଶ୍ଵର। ଅସହ୍ୟ ଗୁଳିଗୁଳି ଯୋଗୁଁ କଲବଲ ହେଉଛନ୍ତି ରାଜଧାନୀବାସୀ। ସକାଳ ସାଢେ ୫ଟା ସୁଦ୍ଧା ୩୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।
wp:html/wp:htmlଅସହ୍ୟ #ଗୁଳୁଗୁଳି !!
— Meteorological Centre, Bhubaneswar (@mcbbsr) June 10, 2023
ଆଜି ରାଜଧାନୀ #ଭୁବନେଶ୍ୱର ରେ ସକାଳ ୫ ଟା ୩୦ ସୁଦ୍ଧା ୩୦.୨ ଡ଼ିଗ୍ରୀ ତାପମାତ୍ରା ଏବଂ ୯୬% ଆଦ୍ରତା ରେକର୍ଡ
ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି। । ଆଗକୁ ଅସମ୍ଭାଳ ତାତି ଓ ପ୍ରବଳ ଗୁଳୁଗୁଳି ହେବ । ନିଆଁ ଭଳି ବର୍ଷା ଓ ତତଲା ଝାଞ୍ଜି ମାଡ଼ କଲବଲ କରିବ । ୧୭ ଓ ୧୮ ବେଳକୁ କିଛି ସ୍ଥାନରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁପାରେ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।
ଆଗକୁ ତାତି ବଢ଼ିବ, ଗୁଳୁଗୁଳି ନାକେଦମ୍ କରିବ: ଗୁଣ୍ଡିଚା ପରେ ରାଜ୍ୟରେ ମୌସୁମୀ