ପ୍ରମୂଖ ଖବର
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପାରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ହେବା ଆଶା

Published By : Manoj | August 10, 2025 7:28 AM

Image courtesy: bw

ଭୁବନେଶ୍ୱର,୧୦/୦୮:  ରାଜ୍ୟରେ ଏବେ ବର୍ଷା ପ୍ରକୋପ  କମ୍‌ ଅଛି । ଆସନ୍ତା ଦୁଇଦିନ ବି  ବିଶେଷ ବର୍ଷା ସମ୍ଭାବନା ନାହିଁ ।  ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୨ରୁ ବର୍ଷା ବଢ଼ିପାରେ । ୧୨ରୁ ୧୪  ଯାଏ ରାଜ୍ୟରେ ଲଘୁଚାପଜନିତ  ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ  ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରକୋପ ଅଧିକ ରହିବ । ଏଭଳି ପୂର୍ବାନୁମାନ  ଦେଖାଇଛି ପାଣିପାଗ ବିଭାଗ । 

ରାଜ୍ୟରେ ଗତ କିଛିଦିନ ହେବ  ବର୍ଷା କମିଯାଇଛି । ୯ ଜିଲ୍ଲାରେ  ମୌସୁମୀ ବର୍ଷା ନିଅଣ୍ଟିଆ ଅଛି ।  ଅନ୍ୟପଟେ ଖରା ବଢ଼ିବା ସହ ତାପମାତ୍ରା ଓ ଗୁଳୁଗୁଳି ବି ଅଧିକ  ରହୁଛି । ଶନିବାର ବୌଦ୍ଧ ତାପମାତ୍ରା  ୩୬.୨ ଡିଗ୍ରୀ ସେଲସିୟସ୍‌ ଥିବାବେଳେ  ଛତ୍ରପୁର ୩୫.୭, ସମ୍ବଲପୁର ୩୫.୪,  ଚାନ୍ଦବାଲି ୩୫, କଟକ ୩୪.୮,  ଭୁବନେଶ୍ୱର ୩୪.୬, ଭବାନୀପାଟଣା  ୩୪.୬, ଭଦ୍ରକ ୩୪.୫,  ଟିଟିଲାଗଡ଼ ୩୪.୫, ଗୋପାଳପୁର  ୩୪ ଓ ଜଗତସିଂହପୁର ୩୪ ଡିଗ୍ରୀ  ସେଲସିୟସ୍‌ ଥିଲା । ଦିନ ଭିତରେ କୋରାପୁଟରେ ୧୫.୨ ମିଲିମିଟର  ବର୍ଷା ହୋଇଥିବାବେଳେ କାଁ ଭାଁ ହାଲୁକା ବର୍ଷା  ହୋଇଛି । ଆର୍ଦ୍ରତା ପରିମାଣ ବାୟୁମଣ୍ଡଳରେ  ଅଧିକ ରହୁଛି । ତଥାପି ବର୍ଷା ବିଶେଷ ହେଉନି ।  

ପୂର୍ବାନୁମାନ ହେଲା, ଆସନ୍ତା ଦୁଇଦିନ ରାଜ୍ୟରେ  ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଅଳ୍ପ କିଛି କିଛି  ସ୍ଥାନରେ ବର୍ଷା ହୋଇପାରେ । ଆଉ କିଛି ସ୍ଥାନରେ  ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଆସନ୍ତା ୧୩ ତାରିଖ  ବେଳକୁ ଉତ୍ତର-ପଶ୍ଚିମ ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ।  ବର୍ଷା ପରିମାଣ ୧୨ରୁ ବଢ଼ିବା ସମ୍ଭାବନା ଅଛି । 

୧୨ରୁ ୧୪ ଯାଏ ରାଜ୍ୟର ଅନେକ ସ୍ଥାନରେ  ବର୍ଷା ହୋଇପାରେ । ୧୨ରେ ମାଲକାନଗିରି ଓ  କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର  ଏବଂ କଳାହାଣ୍ଡିରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।  ବହୁ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି ।  ୧୩ରେ ମାଲକାନଗିରି, କୋରାପୁଟରେ ପ୍ରବଳରୁ  ପ୍ରବଳତର ବର୍ଷା ସମ୍ଭାବନା ଥିବାବେଳେ ରାୟଗଡ଼ା,  ଗଜପତି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ  ପ୍ରବଳ ବର୍ଷା ହୋଇପାରେ । ୧୪ରେ ମାଲକାନଗିରି ଓ  କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ  ବର୍ଷା ଆଶଙ୍କା ଅଛି । ୧୫ରୁ ବଡ଼ ବର୍ଷା ସମ୍ଭାବନା ନାହିଁ ।

ରାଜ୍ୟର ୯ଟି ଜିଲ୍ଲାରେ ବର୍ଷା ଅଭାବ ସ୍ଥିତି ରହିଛି ।  ଗଜପତିରେ ୪୦%, ପୁରୀରେ ୩୭%, ରାୟଗଡ଼ାରେ ୩୪%, କଳାହାଣ୍ଡିରେ ୩୩%, ଗଞ୍ଜାମରେ  ୨୮%, ଖୋର୍ଦ୍ଧାରେ ୨୩%, ନବରଙ୍ଗପୁରରେ ୨୪%,  ବଲାଙ୍ଗିରରେ ୨୪%, ନୂଆପଡ଼ାରେ ୨୨% ବର୍ଷା ନିଅଣ୍ଟିଆ ଅଛି । ବର୍ତ୍ତମାନ ସ୍ୱାଭାବିକ ବର୍ଷା ତାଲିକାରେ  ଥିବା ଯାଜପୁର, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ ଆଦି ଜିଲ୍ଲାରେ ଆଗକୁ ଭଲ ବର୍ଷା ନହେଲେ ନିଅଣ୍ଟିଆ  ସ୍ଥିତି ଉପୁଜିପାରେ । ସମ୍ଭାବ୍ୟ ଲଘୁଚାପ ବର୍ଷା  ଉପରେ ରାଜ୍ୟବାସୀ ଆଶା ଭରସା କରି ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.