PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ୱେବ୍‌ ସିରିଜ୍‌ର ‘ଦ ହଲିଡେ’ ନଜର ଆସିବେ ଅଦା

ଭୁବନେଶ୍ବର ୨୨/୦୭ ବ୍ୟାଚଲର୍‌ ପାର୍ଟି ଆଧାରିତ ବଲିଉଡ୍‌ ଫିଲ୍ମ ଦର୍ଶକ ବହୁତ ଦେଖିଛନ୍ତି ଏବଂ ପସନ୍ଦ ମଧ୍ୟ କରିଛନ୍ତି । ନିକଟରେ ‘ବୀର୍‌ ଦି ୱେଡିଂ’ ଫିଲ୍ମରେ ବ୍ୟାଚଲର୍‌ ପାର୍ଟି କରୁଥିବାର ତିନି ନାୟିକାମାନଙ୍କୁ ଦେଖାଯାଇଥିଲା । ଏବେ ଅଭିନେତ୍ରୀ ଅଦା ଶର୍ମା ବ୍ୟାଚଲର୍‌ ପାର୍ଟି କରିବାକୁ ଯାଉଛନ୍ତି । ଫିଲ୍ମରେ ନୁହେଁ, ୱେବ୍‌ ସିରିଜ୍‌ରେ । ୱେବ୍‌ ସିରିଜ୍‌ର ନାମ ‘ଦ ହଲିଡେ’ । ତେବେ ସେ ବ୍ୟାଚଲର୍‌ ପାର୍ଟି କୌଣସି ଝିଅ ସାଙ୍ଗଙ୍କ ସହ ନୁହେଁ ବରଂ ପୁଅ ସାଙ୍ଗ ସହ କରୁଛନ୍ତି । ସେମାନେ ହେଲେ ଅଭିନେତା ପ୍ରିୟଙ୍କ ଶର୍ମା, ଅସୀମ ଗୁଲାଟି ଏବଂ ବୀର୍‌ ରାଜୱନ୍ତ । ସିରିଏଲ୍‌ କାହାଣୀ ଅନୁସାରେ, ଅଦା ତାଙ୍କ ଦୁଇ ସାଙ୍ଗଙ୍କ ସହ ବ୍ୟାଚଲର୍‌ ପାର୍ଟି କରିବା ପାଇଁ ସହରଠାରୁ ଦୂରକୁ ଯାଉଛନ୍ତି ଏବଂ ସେଠାରେ ଆଉ ଜଣେ ସାଙ୍ଗ ତାଙ୍କ ପାର୍ଟିରେ ଯୋଗ ଦେଉଛନ୍ତି । ସେମାନେ ଏକ ଗେଷ୍ଟ ହାଉସ୍‌ରେ ରହୁଛନ୍ତି । କିନ୍ତୁ ଗେଷ୍ଟ ହାଉସ୍‌ରେ ଭୌତିକ ଘଟଣାମାନ ଘଟୁଛି । ସେହି ଘଟଣାରେ ଚାରି ସାଙ୍ଗ ଡରିଯାଉଛନ୍ତି ଏବଂ ଗେଷ୍ଟ ହାଉସ୍‌ ଛାଡ଼ିବା ପାଇଁ ମନସ୍ଥ କରୁଛନ୍ତି । ଏହିପରି ଭାବରେ କାହାଣୀଟି ଆଗକୁ ବଢ଼ୁଛି । ସେହି ୱେବ୍‌ ସିରିଜ୍‌ର ନିର୍ମାତା ଲକ୍ଷ୍ୟ ରାଜ ଆନନ୍ଦଙ୍କ ମତରେ, ନୂତନ କାହାଣୀ ଥିବା ଧାରାବାହିକ କିମ୍ବା ଫିଲ୍ମ ଆଜିର ପିଢ଼ିଙ୍କୁ ବହୁତ ପସନ୍ଦ ଆସୁଛି । ଏଣୁ ତାଙ୍କ ଚାହିଦା ହିସାବରେ ଧାରାବାହିକ ନିର୍ମାତା କାହାଣୀ କରୁଛନ୍ତି । ‘ଦ ହଲିଡେ’ ୱେବ୍‌ ସିରିଜ୍‌ଟି ନିଶ୍ଚିତ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆନନ୍ଦ ତାଙ୍କ ଟ୍ୱିଟ୍‌ରେ କହିଛନ୍ତି । ସୂଚନା ଥାଉ ଯେ, ଚଳିତ ବର୍ଷରେ ଅଦାଙ୍କ ଅଭିନୀତ ଦୁଇଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ସେଗୁଡ଼ିକ ହେଲା- ‘କମାଣ୍ଡର ୩’ ଏବଂ ‘ବାଇପାସ୍‌ ରୋଡ୍‌’ ।

ସମ୍ବନ୍ଧିତ ଖବର