PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ବୁଧବାର ରାଶିଫଳ: ପରିବାରରେ ସୁଖ ଶାନ୍ତି ଖେଳିବା ସହ ସୁସମ୍ବାଦ ପାଇବାର ଯୋଗ ରହିଛି, ଏହି ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ

ଅଦ୍ୟ ତା.୨୯.୦୬.୨୦୨୨ରିଖ, ମିଥୁନ ୧୫ ଦିନ, ଆଷାଢ଼ ମାସ କୃଷ୍ଣପକ୍ଷ ଅମାବାସ୍ୟା ଗତ ପ୍ରତିପଦା, ବୁଧବାର । ଅମାବାସ୍ୟା-ଦିବା ୮ଟା ୨୨ ମିନିଟ୍‌, ଆଦ୍ର୍ର୍ରା-ରାତ୍ରି ୧୦ଟା ୦୮ ମିନିଟ୍‌ । ମିଥୁନ ଚନ୍ଦ୍ର: ୬୦ ଦଣ୍ଡ ଅହୋରାତ୍ର । ସୂର୍ଯ୍ୟୋଦୟ-୫ଟା ୧୧ ମିନିଟ୍‌ ୫୦ ସେକେଣ୍ଡ, ସୂର୍ଯ୍ୟାସ୍ତ-୬ଟା ୨୭ ମିନିଟ୍‌ ୫୫ ସେକେଣ୍ଡ । ଯୋଗିନୀ ଐଶାନ୍ୟେ, ଦିବା ୮ଟା ୨୨ ମିନିଟ୍‌ ଗତେ ପୂର୍ବେ । ମୃତେ ରାତ୍ରି ୧୦ଟା ୦୮ ମିନିଟ୍‌ ଗତେ ପୁଷ୍କର ଦୋଷ । ସକାଳ ୮ଟା ୨୨ ମିନିଟ୍‌ ମଧ୍ୟେ ମାଛମାଂସ ଓ ପରେ ପାଣିକଖାରୁ ଖାଇବା ମନା, ଖାଇଲେ ଅର୍ଥହାନି । ଅଦ୍ୟ ବିଜୟ ଅମାବାସ୍ୟା, ନବଯୌବନ ଦର୍ଶନ ।

ବୁଧବାର ରାଶିଫଳ
ମେଷ: ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖଶାନ୍ତି ଏବଂ ସୁଖବର, ସୁସମ୍ବାଦ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ । କର୍ମରେ ସଫଳତା, ସମ୍ମାନ ଏବଂ ସମସ୍ତ କର୍ମରେ ସମୟାନୁବର୍ତ୍ତିତାର ପ୍ରକାଶ ପାଇବ । ଭାଇଭଉଣୀଙ୍କ ପ୍ରତି ଆନ୍ତରିକତା ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକା ମେଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ-ଲାଲ୍‌, ସଂଖ୍ୟା: ୩, ଆରାଧନା: ମା’ ବଗଳାମୁଖୀ ।

ବୃଷ: ଦ୍ୱିତୀୟ ଚନ୍ଦ୍ର ଏବଂ କୃଷ୍ଣପକ୍ଷ ସକାଳ ୮ଟା ୨୨ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବା ହେତୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଅଶୁଭଫଳ ମିଳିବ । ଏହା ପରେ ଶୁକ୍ଳପକ୍ଷ ହେତୁ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ । କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ମିଳିବ ନାହିଁ । ଯେଉଁମାନଙ୍କର କୃତ୍ତିକା ଓ ମୃଗଶିରା ବୃଷ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଫି, ସଂଖ୍ୟା: ୬, ଆରାଧନା: ମା’ ଗାୟତ୍ରୀ ।

ମିଥୁନ: ଶ୍ରୀଚନ୍ଦ୍ର, ବୁଧବାର ଓ ସକାଳ ୮ଟା ୨୨ ମିନିଟ୍‌ ପରେ ଶୁକ୍ଳପକ୍ଷ ହେତୁ ଆମୋଦପ୍ରମୋଦ ଓ ମଉଜ, ମଜଲିସରେ ଅଧିକ ଆଗ୍ରହ ରହିବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଏବଂ ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ପରିଶ୍ରମ ତୁଳନାରେ ଅଧିକ ସଫଳତା ମିଳିବ ଏବଂ ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପ୍ରାପ୍ତ କରିବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୮, ଆରାଧନା : ପ୍ରଭୁ ନାରାୟଣ ।

କର୍କଟ: ଘାତବାର, ଦ୍ୱାଦଶ ଚନ୍ଦ୍ର ଓ କୃଷ୍ଣପକ୍ଷ ସକାଳ ୮ଟା ୨୦ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବା ହେତୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ମନ ଅସ୍ଥିର ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ବହୁତ ଅଧିକ ରହିବ ଏବଂ ଋଣ କରିବାକୁ ପଡ଼ିପାରେ । କର୍ମରେ ଆଳସ୍ୟତା ଭାବ ଦେଖାଦେବ ଏବଂ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ଯେଉଁମାନଙ୍କର ଅଶ୍ଳେଷା କର୍କଟ ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧, ଆରାଧନା: ମା’ ସମଲେଶ୍ୱରୀ ।

ସିଂହ: ଏକାଦଶ ଚନ୍ଦ୍ର ହେତୁ ଆୟର ମାର୍ଗ ଅତି ଉତ୍ତମ ରହିବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ରହିବ ଏବଂ ଅର୍ଜିତ ଧନର ସତ୍‌ ବିନିଯୋଗ କରିବେ । କର୍ମରେ ସଫଳତା, ସମ୍ମାନ ଓ ପଦୋନ୍ନତି ମିଳିପାରେ । ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ଏବଂ ଉନ୍ନତିମୂଳକ କର୍ମରେ ଅଧିକ ଧ୍ୟାନ ରଖିବେ । ଯେଉଁମାନଙ୍କର ମଘା ଓ ଉତ୍ତରା ଫାଲଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା: ମା’ ମାତଙ୍ଗୀ ।

କନ୍ୟା: ଘାତଚନ୍ଦ୍ର ହେତୁ ଚାଲିଚଳନ ବିବାଦୀୟ ହେବ ଏବଂ ମନରେ ଅସ୍ଥିରତା, ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ । କର୍ମରେ ବିଫଳତା, କର୍ମୀଙ୍କ ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ ଏବଂ ସମସ୍ତ କର୍ମ କଣ୍ଟକସଦୃଶ ମନେ ହେବ । ଉଚିତ୍‌ କର୍ମରୁ ବିଚ୍ୟୁତ ହୋଇ ଅନୁଚିତ୍‌ କର୍ମରେ ଆଗ୍ରହ ରଖିବେ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସକର୍ତ ହେବେ । ଶୁଭରଙ୍ଗ: ଚକୋଲେଟ୍‌, ସଂଖ୍ୟା: ୮, ଆରାଧନା: ମା’ ଷୋଡ଼ଶୀ ।

ତୁଳା: ନବମ ଚନ୍ଦ୍ର ଓ କୃଷ୍ଣପକ୍ଷ ସକାଳ ୮ଟା ୨୨ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବା ହେତୁ ଏ ସମୟ ଅତିକ୍ରାନ୍ତ ପରେ ସମସ୍ତ କର୍ମରେ ଶୁଭଫଳ ମିଳିବ । ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ରାଜନୈତିକ ବ୍ୟକ୍ତିଙ୍କ ନିକଟତର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ଉଲ୍ଲେଖନୀୟ ସଫଳତା ଓ ପଦସ୍ଥ ଅଧିକାରୀଙ୍କ କୃପାଲାଭ କରିବେ । ଶୁଭରଙ୍ଗ: ସିଲ୍‌ଭର, ସଂଖ୍ୟା: ୪, ଆରାଧନା: ମା’ ଲକ୍ଷ୍ମୀ ।

ବିଛା: ଅଷ୍ଟମ ଚନ୍ଦ୍ର, ବୁଧବାର, ଅମାବାସ୍ୟା ଗତ ପ୍ରତିପଦା ତିଥି ଏବଂ ରାହୁଙ୍କ ନକ୍ଷତ୍ର ଭୋଗ ହେଉଥିବା ହେତୁ ଦୁର୍ଘଟଣା ପ୍ରତି ଅଧିକ ସତର୍କ ରହିବେ । ମନ ଅସ୍ଥିର ରହିବ ଏବଂ ଘଡ଼ି ଘଡ଼ିକେ ମନରେ ପରିବର୍ତ୍ତନ ଆସିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଠାରୁ ବଦ୍‌ଖର୍ଚ୍ଚ ଅଧିକ ରହିବ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । କର୍ମରେ ବିଫଳତା ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ଚଣ୍ଡୀ ।

ଧନୁ: ସ୍ତ୍ରୀସୌଖ୍ୟ, ସ୍ତ୍ରୀହେତୁକ ଧନପ୍ରାପ୍ତି ଏବଂ ଅପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ପ୍ରାପ୍ତ କରିବେ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ଓ ପଦମର୍ଯ୍ୟାଦା ଅତୁଟ ରହିବ । ଯେଉଁମାନଙ୍କର ମୂଳା ଓ ଉତ୍ତରାଷାଢ଼ା ଧନୁ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପ, ସଂଖ୍ୟା: ୨, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର: ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ସୁଖଶାନ୍ତି, ସମସ୍ତଙ୍କ ସହ ବନ୍ଧୁତା ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ପରୋପକାର, ସମାଜ ମଙ୍ଗଳ ଓ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ଯେଉଁମାନଙ୍କର ଉତ୍ତରାଷାଢ଼ା ଓ ଧନିଷ୍ଠା ମକର ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମା’ ଦକ୍ଷିଣକାଳୀ ।

କୁମ୍ଭ: ପଞ୍ଚମ ଚନ୍ଦ୍ର ଓ ସକାଳ ୮ଟା ୨୨ ମିନିଟ୍‌ ପରେ ଶୁକ୍ଳପକ୍ଷ ହେତୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ଯଶ, କୀର୍ତ୍ତିର ବିକାଶ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ ନୂତନ ବିଦ୍ୟା ଓ କଳା, ସଂସ୍କୃତିରେ ଅଧିକ ଆଗ୍ରହ ରହିବ । କର୍ମରେ ସଫଳତା, ସମ୍ମାନ ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ କର୍ମକୁ ନେଇ ଗର୍ବ ଅନୁଭବ କରିବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୧୧, ଆରାଧନା : ମା’ ଦୁର୍ଗା ।

ମୀନ: ଚତୁର୍ଥ ଚନ୍ଦ୍ର ଓ ସକାଳ ୮ଟା ୨୨ ମିନିଟ୍‌ ପରେ ଶୁକ୍ଳପକ୍ଷ ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ସ୍ୱଜନରେ ବିବାଦ, ପରିବାରରେ ମନାନ୍ତର, ନିଜର ଅତି ପ୍ରିୟବନ୍ଧୁଙ୍କ ସହ ବିବାଦ, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମି କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ପରିବହନ ବ୍ୟବସାୟରେ ଆଜି ଅଧିକ କ୍ଷତି ଘଟିବ । କର୍ମରେ ବିଫଳତା, ସହକର୍ମୀଙ୍କ ସହ ବିବାଦ ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁମାନଙ୍କର ରେବତୀ ମୀନ ସେମାନେ ଦୁର୍ଘଟଣା ପ୍ରତି ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୫, ଆରାଧନା: ପ୍ରଭୁ ଗଜାନନ ।