PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଓଜନ କମାଏ ବ୍ରିଦିଙ୍ଗ୍‌ ବ୍ୟାୟାମ, ଜାଣନ୍ତୁ କିପରି କରିବେ…

ନୂଆଦିଲ୍ଲୀ ୧୮/୧୧: ବ୍ରିଦିଙ୍ଗ୍‌ ବ୍ୟାୟାମ୍‌ ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାଦ୍ୱାରା ଶରୀରରେ ମେଟାବଲିଜିମ୍‌ ଭଲ ରହିଥାଏ । ସେହିପରି ପେଟ ପାଇଁ ମଧ୍ୟ ବ୍ରିଦିଙ୍ଗ୍‌ ବ୍ୟାୟାମକୁ ଶ୍ରେଷ୍ଠ ବୋଲି ମନାଯାଇଥାଏ । କିନ୍ତୁ ଏହାକୁ କରିବା ଦ୍ୱାରା ଓଜନ କମିଥାଏ କି ? ବ୍ରିଦିଙ୍ଗ୍‌ ବ୍ୟାୟାମ କେବଳ ମାନସିକ ନୁହେଁ, ଶାରିରୀକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା କରିବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରିତ ହୋଇଥାଏ କି ନା? ଚାଲନ୍ତୁ ଜାଣିବା…

ବ୍ରିଦିଙ୍ଗ୍‌ ବ୍ୟାୟାମ କରିବା ଦ୍ୱାରା ଓଜନ କମେ କି?

ହଁ, ବ୍ରିଦିଙ୍ଗ୍‌ ବ୍ୟାୟାମ ଓଜନ କମ୍‌ ହେବାରେ ସାହାଯ୍ୟ କରିଥାଏ । ପ୍ରାଣାୟାମ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଲଜାନ ମିଳିଥାଏ, ଯାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ ନିୟମିତ ବ୍ରିଦିଙ୍ଗ୍‌ ବ୍ୟାୟାମ କରନ୍ତି, ତେବେ ଓଜନ ନିଶ୍ଚୟ କମ୍‌ କରିପାରିବେ । ବ୍ରିଦିଙ୍ଗ୍‌ ବ୍ୟାୟାମ ଦ୍ୱାରା ଶରୀର ସୁସ୍ଥ ରହିବା ସହ ଫ୍ୟାଟ୍‌ କମ୍‌ ହୋଇଥାଏ । ଏହି ବ୍ୟାୟାମ ଦ୍ୱାରା ରକ୍ତ ସଞ୍ଚାଳନରେ ସୁଧାର ଆସିବା ସହ ପେଟର ମାଂସପେଶୀ ଟୋନ୍‌ଡ୍‌ ହୋଇଥାଏ ।

ବ୍ରିଦିଙ୍ଗ୍‌ ବ୍ୟାୟାମ ଦ୍ୱାରା ପେଟର ଫ୍ୟାଟ୍‌ କମିଥାଏ?

ଆଜିକାଲି ପ୍ରାୟ ଲୋକ ପେଟରେ ଜମିଥିବା ଚର୍ବିକୁ ନେଇ ଚିନ୍ତାରେ ରହୁଛନ୍ତି । ବ୍ରିଦିଙ୍ଗ୍‌ ବ୍ୟାୟାମ କରିବା ଦ୍ୱାରା ପେଟରେ ଜମିଥିବା ଚର୍ବି କମ୍‌ କରିବାରେ ସହଯୋଗ ମିଳିଥାଏ । ପେଟରେ ଚର୍ବିଗ୍ରସିତ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ଘାତ ଆଦି ହେବାର ଆଶଙ୍କା ଅଧିକ ରହିଥାଏ । ଏମିତି ଲୋକମାନେ ବ୍ରିଦିଙ୍ଗ୍‌ ବ୍ୟାୟାମକୁ ନିଶ୍ଚୟ ଆପଣାଇବା ଆବଶ୍ୟକ । ବ୍ରିଦିଙ୍ଗ୍‌ ବ୍ୟାୟାମ ଦ୍ୱାରା ପେଟର ଚର୍ବି କମିବା ସହ ବିଭିନ୍ନ ପେଟ ସମସ୍ୟା ଯଥା ବଦ୍‌ହଜମୀ, ଗ୍ୟାସ୍‌ ଓ ଏସିଡିଟି ଆଦି କମିଥାଏ ।

ଡାୟାଫ୍ରାମ୍‌ ବ୍ରିଦିଙ୍ଗ୍‌ର ସାହାଯ୍ୟ ନିଅନ୍ତୁ

ଓଜନ କମ୍‌ କରିବା ପାଇଁ ଡାୟାଫ୍ରାମ୍‌ ବ୍ରିଦିଙ୍ଗ୍‌ର ସାହାଯ୍ୟ ନେଇପାରିବେ । ପେଟର ମାଂସପେଶୀରେ ନମନୀୟତା ଆଣିବାରେ ଏହି ବ୍ରିଦିଙ୍ଗ୍‌ ଖୁବ୍‌ ସହାୟକ ହୋଇଥାଏ । ପେଟକୁ ଟୋନ୍‌ଡ୍‌ କରିବା ପାଇଁ ଏହା ଶ୍ରେଷ୍ଠ ବିକଳ୍ପ । ଡାୟାଫ୍ରାମ୍‌ ବ୍ରିଦିଙ୍ଗ୍‌ କରିବା ପାଇଁ ଯୋଗ ମ୍ୟାଟ ଉପରେ ଶୋଇପଡନ୍ତୁ । ପ୍ରଶ୍ୱାସ ନେବା ସହ ପେଟ ଓ ଛାତିକୁ ଓପର-ତଳ କରନ୍ତୁ । ଗମ୍ଭୀର ଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ । ଭୋଜନ ପରେ ଏହି ବ୍ରିଦିଙ୍ଗ୍‌ ବ୍ୟାୟାମ କରିବା ଅନୁଚିତ୍‌ ।

କପାଳଭାତି କରନ୍ତୁ

ଏହା ସବୁଠାରୁ ସହଜ ଯୋଗାସନ ଏବଂ ବ୍ରିଦିଙ୍ଗ୍‌ ବ୍ୟାୟାମ, ଯାହା ସାହାଯ୍ୟରେ ଓଜନ କମ୍‌ କରିପାରିବେ । ନିଶ୍ୱାସକୁ ବାହାରକୁ ଛାଡିବା ସହ ପେଟକୁ ଭିତରକୁ ଟାଣିବାକୁ ପ୍ରୟାସ କରନ୍ତୁ । ଏହି ଅଭ୍ୟାସ ଦ୍ୱାରା ମୋଟାପଣ ଦୂର ହୋଇଥାଏ । ଏହାବ୍ୟତୀତ ନାଡ଼ି ଶୋଧନ ପ୍ରାଣାୟାମ ମଧ୍ୟ କରିପାରିବେ । ନାଡ଼ି ଶୋଧନ ପାଇଁ ଡାହାଣ ହାତର ଆଙ୍ଗୁଠିରେ ନାକର ଡାହାଣ ଛିଦ୍ରକୁ ବନ୍ଦ କରି ବାମ ନାକରେ ପ୍ରଶ୍ୱାସ ନିଅନ୍ତୁ । ଅନ୍ୟ ପଟେ ଏହି ପ୍ରକ୍ରିୟାକୁ ଦୋହରାନ୍ତୁ ।

ପାଟିରେ ବ୍ରିଦିଙ୍ଗ କରନ୍ତୁ

ଓଜନ କମାଇବା ପାଇଁ ପାଟିରେ ମଧ୍ୟ ବ୍ରିଦିଙ୍ଗ୍‌ ବ୍ୟାୟାମ କରିପାରିବେ । ପାଟି ପଟେ ପ୍ରଶ୍ୱାସ ନେବା ଦ୍ୱାରା ପେଟର ମାଂସପେଶୀ ଉପରେ ଚାପ ପଡିଥାଏ । ଏହାଦ୍ୱାରା ପେଟର ଚର୍ବି କମ୍‌ ହେବାରେ ସହାୟତା ମିଳିଥାଏ । ଏହି ବ୍ୟାୟାମ କରିବା ଦ୍ୱାରା ପେଟରେ ଥିବା ଅଦରକାରୀ ଚର୍ବିରୁ ମୁକ୍ତି ମିଳିଥାଏ । ଏହି ବ୍ୟାୟାମ ପାଇଁ ପାଟି ଖୋଲନ୍ତୁ, ନିଶ୍ୱାସ ଛାଡନ୍ତୁ । ୧୦ଯାଏ ଗଣିବା ସହ ଏପରି ବ୍ୟାୟାମ କରନ୍ତୁ ।