PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଶରୀରର ଆକର୍ଷଣ କମିଯାଉଛି କି? ଧ୍ୟାନ ଦିଅନ୍ତୁ ପେଟର ଚର୍ବି ଉପରେ

ଭୁବନେଶ୍ବର,୧୮/୨: ଫିଟନେସ୍ ରହିବା ପାଇଁ କିଏ ବା ନଚାହେଁ। ମାତ୍ର ବ୍ୟସ୍ତ ବହୁଳ ଜୀବନ ଭିତରେ କାହାରି ପାଖରେ ସମୟ ନାହିଁ ନିଜ ପେଟ କଥା ଚିନ୍ତା କରିବାକୁ। ଖାସ୍ କରି ମୋଟାପଣ ଜୀବନରେ ଏକ ବଡ଼ ସମସ୍ୟା ପାଲଟିଯାଇଛି। ମୋଟାପଣ ଅର୍ଥାତ୍ ପେଟରେ ଚର୍ବି ଜମିବା ଆଜିକାଲି ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଯାଇଛି। ପେଟ ବଢ଼ି ଗଲେ ସମ୍ପୁର୍ଣ୍ଣ ଶରୀରର ଆକର୍ଷଣ କମିଯାଏ। ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି।

ବହୁତ ଲୋକ ଏମିତି ବି ଅଛନ୍ତି ଶରୀର ଠିକ୍ ଥାଏ, ମାତ୍ର ପେଟ ବଡ଼ ହେତୁ ମୋଟା ଦିଶନ୍ତି। ଏପରି ସମସ୍ୟାର ସମାଧାନ ବି ଆମ ନିକଟରେ ଅଛି। କେବଳ ଆପଣ କୌଶଳ ଶିଖିଗଲେ ଘରେ ରହି ନିଜ ପେଟର ଚର୍ବି ଖସାଇ ପାରିବେ। ତେବେ, ଚାଲନ୍ତୁ ଜାଣିବା ପେଟ କମାଇବା ପାଇଁ କେଉଁ ଧରଣର ମାଲିସ୍ କରିବାକୁ ହେବ।

ଉପରକୁ ମୁହଁ କରି ଶୋଇ ରହନ୍ତୁ। ତା’ପରେ ନିଜର ଦୁଇ ପାପୁଲିକୁ ଘସି ଘସି ଗରମ କରନ୍ତୁ। ସେହି ଗରମ ପାପୁଲିକୁ ନିଜ ପେଟର ଅଗ୍ର ଭାଗରେ ରଖନ୍ତୁ। ଧୀରେ ଧୀରେ ପେଟରେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ। ପେଟରେ ଧୀରେ ଧୀରେ ଚାପ ପକାନ୍ତୁ। ଏହିପରି ପ୍ରାୟ ୪ ରୁ ୫୦ ଥର କିମ୍ବା ୨ ମିନିଟ୍ ଧରି କରନ୍ତୁ। ଏଭଳି ନିୟମିତ କଲେ ପେଟର ଚର୍ବି କମିବାରେ ଲାଗିବ। କେବଳ ସେତିକି ନୁହେଁ, ପୁରୁଷ ହେଉ କି ମହିଳା ସ୍ଲିମ୍ ରହିବା ଦ୍ବାରା ରୋଗମୁକ୍ତ ହେବା ସହିତ ଥକ୍କାପଣ ମଧ୍ୟ ଦୂରେଇ ଯିବ।