ବେଙ୍ଗଲରେ ବିଜେପିକୁ ଆଉ ଏକ ଝଟକା ଦେବେ ମମତା ବାନାର୍ଜୀ, ଖୁବଶୀଘ୍ର ଟିଏମସିରେ ସାମିଲ୍ ହୋଇପାରନ୍ତି ବିଜେପି ସାଂସଦ ଅର୍ଜୁନ ସିଂ…

କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ପୁଣି ଏକ ଟେନସନ୍ । ବାବୁଲ ସୁପ୍ରିଓଙ୍କ ପରେ ବର୍ତ୍ତମାନ ଆଉ ଜଣେ ସାଂସଦ ଟିଏମସିରେ ଯୋଗଦେବାକୁ ମନବଳାଇଲେଣି । ଖୋଦ୍ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଖୁବ୍ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିକଟରେ ଅର୍ଜୁନ ସିଂ ଅଭିଯୋଗ କରିଛନ୍ତି ଯେ ବିଜେପି ରାଜ୍ୟ ସଂଗଠନ ତାଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଉନାହିଁ । ଅର୍ଜୁନ ସିଂ ୨୦୧୯ ରେ ଟିଏମସିରୁ ବିଜେପିରେ ଯୋଗ ଦେଇଥିଲେ ।
ଅର୍ଜୁନ ସିଂ ଅଲ ଇଣ୍ଡିଆ ତୃଣମୁଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟି ତ୍ରୁଣମୁଳ କଂଗ୍ରେସରେ ଯୋଗଦେବା ପାଇଁ ଆଲୋଚନା କରିବେ । ଏହି ସମୟରେ, ବିଜେପି ନେତା ସାମିକ ଭଟ୍ଟାଚାର୍ଯ୍ୟ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ଦଳ ସହ ରହିବେ କି ନାହିଁ ତାହା ତାଙ୍କ ନିଷ୍ପତ୍ତି ।