କୋଲକାତା,୦୪/୦୬: ମମତାଙ୍କ ସମୟରେ ଆରମ୍ଭ "ମା କ୍ୟାଣ୍ଟିନ୍' ଏବେ "ମା ଆହାର' ନାମରେ ପରିଚିତ ହେବ । ବଙ୍ଗଳାର ନୂତନ ବିଜେପି ସରକାର ଏହି ନାମ ପରିବର୍ତ୍ତନ କରିଛନ୍ତି । ତେବେ ଏହି ଯୋଜନା ଏବେ ବହୁତ ବଡ଼ ସ୍ତରରେ ହେବାକୁ ଯାଉଛି । ରାଜ୍ୟର ପ୍ରତ୍ୟେକ କୋଣରେ ଏବେ ମାତ୍ର ପାଞ୍ଚ ଟଙ୍କାରେ ରନ୍ଧା ଖାଦ୍ୟ ମିଳିବ । ସରକାର ରାଜ୍ୟରେ ୫୦୦ "ମା ଆହାର' କେନ୍ଦ୍ର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ :- Bangladesh Minister Shama Obaed: ଉସମାନ ହାଦି ହତ୍ୟା ଘଟଣା: ଅମିତ ଶାହଙ୍କ ମମତାଙ୍କ ପ୍ରତିକ୍ରିୟା, ଉତ୍ତର ରଖିଲା ବାଲାଂଦେଶ
ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । "ମା ଆହାର' ମେନୁରେ ମଧ୍ୟ ପରିବର୍ତ୍ତନ କରାଯାଉଛି । ଏହି କେନ୍ଦ୍ରରେ ସପ୍ତାହରେ ଦୁଇ ଦିନ ମାଛ ଏବଂ ଦୁଇ ଦିନ ଅଣ୍ଡା ମିଳିବ । ବାକି ତିନି ଦିନ ସମ୍ପୂର୍ଣ୍ଣ ନିରାମିଷ ଖାଦ୍ୟ ଯୋଗାଇ ଦିଆଯିବ । କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ଅଗ୍ନିମିତ୍ରା ପାଲ ଏହା ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ :- Wife swap : ଶିଲିଗୁଡ଼ିରେ ସ୍ତ୍ରୀ ଅଦଳବଦଳ, ରିଲ୍ ନୁହେଁ ରିଅଲ୍ ଲାଇଫ୍ ରେ ୱାଇଫ୍ ସ୍ଵାପ୍