PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଚଲା ପଥରେ କଣ୍ଟା ସାଜିଥିଲା ଅର୍ଥ , ତଥାପି ହାର ମାନିଲେନି… ବିନା ଅକ୍ସିଜେନ୍‌ରେ ଏଭରେଷ୍ଟ ଜୟ କଲେ ପିୟାଲି

କୋଲକାତା,୨୩/୦୫: ବାଂଲା କନ୍ୟାର ଅସାଧ୍ୟ ସାଧନ । ହୁଗଲିର ଝିଅ ପିୟାଲି ବାସକ ବିନା ଅମ୍ଲଜାନରେ ଏଭରେଷ୍ଟ ଜୟ କରିଛନ୍ତି । ସେ ଦ୍ୱିତୀୟ ଥର ଏଭରେଷ୍ଟକୁ ଚଢ଼ି ବିଶ୍ୱ କୀର୍ତ୍ତିମାନ ହାସଲ କରିଛନ୍ତି । ଅନ୍ୟ ପର୍ବତାରୋହୀମାନଙ୍କୁ ଉତ୍ସାହିତ କରିଛନ୍ତି । ପର୍ବତାରାହୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପିୟାଲି ଚନ୍ଦନନଗରର କଣ୍ଟାପୁକୁରର ବାସିନ୍ଦା । ତାଙ୍କ ଚଲା ପଥରେ କଣ୍ଟା ସାଜିଥିଲା ଅର୍ଥ । ତଥାପି ସେ ହାର ମାନି ନଥିଲେ । ଆର୍ଥିକ ସଙ୍କଟ ମଧ୍ୟରେ ସେ ଚଳିତ ମାସରେ ଏଭରେଷ୍ଟ ବେସରୁ କ୍ୟାମ୍ପ ୧ ଉଦ୍ଦେଶ୍ୟରେ ପାହାଡ଼ ଚଢିଥିଲେ । ରବିବାର ଭାରତୀୟ ସମୟ ସାଢେ ଆଠଟାରେ ତାଙ୍କର ଏହି ସ୍ୱପ୍ନ ସାକାର ହୋଇଥିଲା । ପିୟାଲି ବିନା ଅକ୍ସିଜେନରେ ଏଭରେଷ୍ଟ ଜୟ କରିଥିଲେ । ସେ ଏବେ କ୍ୟାମ୍ପ ୪କୁ ଫେରୁଛନ୍ତି ।

ଅଳ୍ପ ବିଶ୍ରାମ ପରେ ପିୟାଲି କହିଛନ୍ତି ଯେ ଜିତିବା ପାଇଁ ସେ ଅକ୍ସିଜେନ ବ୍ୟବହାର କରିନଥିଲେ । ବାଂଲା କନ୍ୟାଙ୍କୁ ବର୍ତ୍ତମାନ ଶୁଭେଚ୍ଛାର ସୁଅ ଛୁଟୁଛି । ପର୍ବତାରୋହୀ ବସନ୍ତ ସିଂ ରୟ ଅକ୍ସିଜେନ ବିନା ପିୟାଲିର ଏଭରେଷ୍ଟ ବିଜୟ ବିଷୟରେ କେବେ ବି ଭାବି ପାରିନଥିଲେ । ସେ କହିଛନ୍ତି, ପିୟାଲି ବିନା ଅକ୍ସିଜେନରେ ଏଭରେଷ୍ଟ ଚଢ଼ିପାରିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଜଣେ ଭାରତୀୟ ମହିଳା ପର୍ବତାରୋହୀ ଯାହା କରିଛନ୍ତି ତାହା ଅସାଧ୍ୟ ସାଧନ ଛଡା କିଛି ନୁହେଁ ବୋଲି ସେ କହିଛନ୍ତି ।

ପିୟାଲିଙ୍କ ସଫଳ କାମନା କରିଛନ୍ତି ପର୍ବତାରୋହୀ ସତ୍ୟରୂପ ସିଦ୍ଧାନ୍ତ । ପିୟାଲି ଗଣିତରେ ସ୍ନାତକ ପରେ ସାଙ୍ଗମାନଙ୍କ ପରି ଚାକିରି ଦୌଡ଼ରେ ପଡ଼ିନଥିଲେ । କାରଣ, ସେତେବେଳକୁ ପର୍ବତ ଚଢ଼ିବା ପ୍ରତି ତାଙ୍କ ମନରେ ଦୃଢ଼ ଆଗ୍ରହ ଭରି ଯାଇଥିଲା । ଏଭରେଷ୍ଟ ବିଜୟ ଡାକରାରେ ସେ ହିମାଳୟ ପର୍ବତାରାହଣ ପ୍ରତିଷ୍ଠାନରେ ନାମ ଲେଖାଇଲେ। ତା’ପରେ ସେ ପଛକୁ ଚାହିଁନଥିଲେ । ୨୦୧୮ରେ, ମାନସଲୁ ଶିଖରରେ ପାଦ ଦେଇ ଇତିହାସ ସୃଷ୍ଟି କରିଥିଲେ ପିୟାଲି । ମାନସଲୁ ହେଉଛି ବିଶ୍ୱର ଅଷ୍ଟମ ଉଚ୍ଚ ପର୍ବତ । ତା’ପରେ ବିଦ୍ୟାଳୟର ଶିକ୍ଷକ ପିୟାଲିଙ୍କ ଲକ୍ଷ୍ୟ ଥିଲା ସପ୍ତମ ସର୍ବୋଚ୍ଚ ଶିଖର ଜିତିବା । ପିୟାଲି, ପ୍ରଥମ ଭାରତୀୟ ପର୍ବତାରୋହୀ ଯେ କି ଅମ୍ଲଜାନ ବିନା ନେପାଳର ଆକାଶରେ ୮,୧୬୭ ମିଟର ଉଚ୍ଚରେ ଥିବା ଧଉଳଗିରି ଜୟ କରିଥିଲେ । ସେ ବାଂଲାର ଦ୍ୱିତୀୟ କନ୍ୟା ଭାବେ ଦ୍ୱିତୀୟ ଥର ପାଇଁ ଏଭରେଷ୍ଟର ଶିଖରରେ ପାଦ ଦେଇଛନ୍ତି ।

ସମ୍ବନ୍ଧିତ ଖବର