ନୂଆଦିଲ୍ଲା,୧୮/୦୭: କ୍ରିକେଟ୍ ଜଗତରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ମହାନ ଅଲରାଉଣ୍ଡର ସାର୍ ଗ୍ୟାରୀ ସୋବର୍ସ । ୱେଷ୍ଟଇଣ୍ଡିଜ କ୍ରିକେଟର କିମ୍ବଦନ୍ତୀ ଅଲରାଉଣ୍ଡର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ପୂର୍ବତନ ଇଣ୍ଡିଜ ଅଧିନାୟକ ଥିଲେ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠ ଅଲରାଉଣ୍ଡରଙ୍କୁ ମଧ୍ୟରୁ ଅନ୍ୟତମ । ଆଉ ୧୦ ଦିନ ପରେ ଗ୍ୟାରୀଙ୍କୁ ୯୦ ବର୍ଷ ପୂରଣ ହୋଇଥାନ୍ତା । ଶୁକ୍ରବାର ତାଙ୍କର ପରଲୋକ ହେବା ବିଷୟରେ ପୁତ୍ର ଡାନିଏଲ ସୂଚନା ଦେଇଥିଲେ ।
ୱେଷ୍ଟଇଣ୍ଡିଜ ଦଳକୁ ଗ୍ୟାରୀ ୧୯୫୪ରୁ ୧୯୭୪ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ । କ୍ୟାରିୟରରେ ସେ ୯୩ଟି ଟେଷ୍ଟ ଖେଳି ୮୦୩୨ ରନ କରିଥିଲେ । ଯେଉଁଥିରେ ୨୬ଟି ଶତକ ଏବଂ ୩୦ଟି ଅର୍ଦ୍ଧଶତକ ସାମିଲ ରହିଥିଲା । ଜଣେ ବାମହାତୀ ଦ୍ରୁତ ବୋଲର ଭାବେ ଗ୍ୟାରୀ ୨୩୫ଟି ୱିକେଟ୍ ନେଇଥିଲେ । କ୍ୟାରିୟରରେ ସେ ଗୋଟିଏ ଦିନିକିଆ ଖେଳି ଗୋଟିଏ ୱିକେଟ୍ ହାସଲ କରିଥିଲେ । ୧୯୫୮ ମସିହାରେ ଗ୍ୟାରୀ ପାକିସ୍ତାନ ବିପକ୍ଷରେ ଏକ ମାରାଥନ ଇନିଂସ ଖେଳିଥିଲେ । ସେ ୩୬୫ ରନ କରି ଅପରାଜିତ ରହିଥିଲେ । ଦୀର୍ଘ ୩୬ ବର୍ଷ ଧରି ଏହି ରେକର୍ଡ ଅତୁଟ ରହିଥିଲା । ୧୯୯୪ରେ ଇଂଲଣ୍ଡ ବିପକ୍ଷରେ ବ୍ରାଏନ ଲାରା ୩୭୫ ରନ କରି ଗ୍ୟାରୀଙ୍କ ରେକର୍ଡ ଭଙ୍ଗ କରିଥିଲେ । ଘରୋଇ କ୍ରିକେଟରେ ମଧ୍ୟ ତାଙ୍କ ନାମରେ ଏକ ରେକର୍ଡ ରହିଥିଲା । ସେ ନର୍ଟିଂହାମ ପକ୍ଷରୁ ଗ୍ଲାମୋରଗାନ ବିପକ୍ଷରେ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ଗ୍ୟାରୀଙ୍କ ପରଲୋକରେ ବିଶ୍ୱ କ୍ରିକେଟ୍ର ପୂର୍ବତନ ଓ ବର୍ତ୍ତମାନର କ୍ରିକେଟରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏହା ବି ପଢନ୍ତୁ...Rohit Sharma: ହିଟ୍ମ୍ୟାନ୍ ରୋହିତଙ୍କ ଅବସରକୁ ନେଇ ମୁହଁ ଖୋଲିଲା ବିସିସିଆଇ, ବଡ଼ କଥା କହିଲେ ଦେବଜିତ୍ ସାଇକିଆ
ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକରେ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ୍ସରେ ଶ୍ରଦ୍ଧାଞ୍ଜଳି ଦେଇ ସେ ଲେଖିଛନ୍ତି, ଜଣେ କିମ୍ବଦନ୍ତୀ ଚିରଦିନ ପାଇଁ ଚାଲିଗଲେ । କ୍ରିକେଟ୍ ଆଜି ବହୁତ ଗରିବ ହୋଇଗଲା । ସାର୍ ଗାରଫିଲ୍ଡ ସୋବର୍ସଙ୍କ ବିୟୋଗରେ ଗଭୀର ଦୁଃଖିତ, ଯାହାଙ୍କ ଅତୁଳନୀୟ ଅବଦାନ ଏବଂ ଅସାଧାରଣ ସଫଳତା ଖେଳକୁ ପରିବର୍ତ୍ତନ କରିଥିଲା ଏବଂ କ୍ରିକେଟରଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା । ସେ ଥିଲେ କାରିବିଆନ୍ କାଲିପ୍ସୋ କ୍ରିକେଟର ପ୍ରତିମୂର୍ତ୍ତି । ତାଙ୍କ ପରିବାର, ବନ୍ଧୁ ଏବଂ ସମଗ୍ର କ୍ରିକେଟ ଭାଇଚାରା ପ୍ରତି ମୋର ଗଭୀର ସମବେଦନା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ''
A TRUE LEGEND IS GONE FOREVER
— Devajit LON Saikia (@lonsaikia) July 17, 2026
..CRICKET WILL BE MUCH POORER...
Deeply saddened by the passing of Sir Garfield Sobers, whose unparalleled all-round brilliance and extraordinary achievements transformed the game and inspired generations of cricketers.
He was the embodiment and a… pic.twitter.com/1vzNl75Qnq
ସେହିପରି ଆଇସିସି ଅଧ୍ୟକ୍ଷ ଜୟ ଶାହ ସାର୍ ଗ୍ୟାରୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ବିଶ୍ୱ କ୍ରିକେଟର ଜଣେ ମହାନ ବ୍ୟକ୍ତିତ୍ୱ ଏବଂ ଜଣେ ପ୍ରକୃତ କ୍ରୀଡ଼ା କିମ୍ବଦନ୍ତୀ ସାର୍ ସୋବର୍ସଙ୍କ ଦେହାନ୍ତରେ ମୁଁ ଗଭୀର ମର୍ମାହତ । ଖେଳ ପ୍ରତି ତାଙ୍କର ଅତୁଳନୀୟ ସଫଳତା ଏବଂ ସ୍ଥାୟୀ ଅବଦାନ ବିଶ୍ୱର କ୍ରିକେଟରମାନଙ୍କର ପିଢ଼ିକୁ ପ୍ରେରଣା ଦେଇଛି । ICC ଦୀର୍ଘ ଦିନ ଧରି ତାଙ୍କ ନାମରେ ପୁରୁଷ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ନାମିତ କରି ତାଙ୍କ ଐତିହ୍ୟକୁ ସ୍ୱୀକୃତି ଦେଇଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । ''
July 17, 2026— Jay Shah (@JayShah)Deeply saddened by the passing of Sir Garfield "Garry" Sobers, a towering figure in world cricket and a true sporting legend. His unparalleled achievements and enduring contribution to the game have inspired generations of cricketers across the globe. My heartfelt condolences to… pic.twitter.com/yJuTyP12dp