ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୟୁଏଇ ଏମିତି କଣ କଲା ଯେ ପାକିସ୍ତାନକୁ ଅସହ୍ୟ ଲାଗିଲା …

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସଂଯୁକ୍ତ ଆରବ ଏମିରଟ ଗସ୍ତରେ ପାକିସ୍ତାନକୁ ଅସୁରକ୍ଷିତ ସ୍ଥିତି ଅନୁଭବ ହେଉଛି। ଏହାକି ମୁସଲିମ୍ ଦେଶ ଗୁଡ଼ିକ ମଧ୍ୟରେ ମଧ୍ୟ ଏହାର ଦୂରତା ବଢ଼ିବାରେ ଲାଗିଛି , ଆଉ ଭାରତର ନିକଟତା ବଢ଼ିବାରେ ଲାଗିଛି ।
ପିଏମ୍ ମୋଦିଙ୍କୁ ଆବୁ ଧାବୀ ଏୟାରପୋର୍ଟରେ ସ୍ୱାଗତ କରିବାକୁ ପ୍ରୋଟୋକଲ୍ ଭାଙ୍ଗି ନିଜେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଯାୟଦ ଅଲ ନାହୟାନ ପହଞ୍ଚି ଥିଲେ। ହେଲେ ଯେବେ ମଇ ମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ୟୁଏଇ ଯାଇ ଥିଲେ , ସେତେବେଳେ ତାଙ୍କର ସ୍ୱାଗତ ପାଇଁ ଏୟାରପୋର୍ଟରେ ୟୁଏଇର ନ୍ୟାୟ ମନ୍ତ୍ରୀ ପହଞ୍ଚି ଥିଲେ। ଏହାକୁ ନେଇ ପାକିସ୍ତାନକୁ ଲାଗିଛି କି, ସେ ଅଲଗା ଭାବେ ପଡ଼ି ରହିଛି।
ପାକିସ୍ତାନର ବିଦେଶ ନୀତିକୁ ନେଇ ନ୍ୟାସନାଲ ଆସେମ୍ୱଲିରେ ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ବାନୀ ଖାରଙ୍କୁ ପ୍ରଶ୍ନ କରାଯାଇଛି କି ପାକିସ୍ତାନୀ କଣ ଅଲଗା ପଡ଼ିଯାଇଛି କି ? ଜବାବରେ ସେ କହିଛନ୍ତି କି , ପାକିସ୍ତାନର ବିଦେଶ ନୀତି ସଠିକ୍ ଦିଗରେ ରହିଛି ଏବଂ ସେ ଅଲଗା ଭାବେ ରହିନାହିଁ । ରବ୍ବାନୀଙ୍କର ଏହି ଜବାବରେ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଓ ଭାରତରେ ପାକିସ୍ତାନର ହାଇ କମିଶନର ରହିଥିବା ଅବଦୁଲ୍ ବାସିତ୍ ପ୍ରଶ୍ନ ଉଠାଇଛନ୍ତି ।
ସେ କହିଛନ୍ତି କି ,ଯେବେ ଶେହବାଜ ଶରିଫ୍ଙ୍କର ସରକାର ବିରୋଧୀ ଭାବେ ଥିଲେ , ସେତେବେଳେ ଏହି ଲୋକେ କହୁଥିଲେ କି, ପାକିସ୍ତାନ ଅଲଗା ପଡ଼ି ଯାଇଛି ଏବଂ ଏବେ କ୍ଷମତାକୁ ଆସିବା ପରେ ପିଟିଆଇର ଉପଲବ୍ଧି ଗୁଡ଼ିକର ସାହାଯ୍ୟ ନେଇ ଏହା କହୁଛନ୍ତି କି ଆମେ ଅଲଗା ରହି ଯାଇଛୁ ।