କୋଲକାତା, ୧୩/୦୬ : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ଟିଏମସିର ଫାୟାରବ୍ରାଣ୍ଡ ବିଧାୟକ ମଦନ ମିତ୍ରାଙ୍କ ଉପରେ ପଡ଼ିଲା କି ଅଭିଶାପ ? ଭଗବାନ ରାମଙ୍କୁ କହିଥିଲେ ହିନ୍ଦୁ ନୁହେଁ ଇଏ ମୁସଲମାନ। ଏବେ ନଗର ନିଗମ ଭର୍ତ୍ତି ଘୋଟାଲା ଅଭିଯୋଗରେ ଛନ୍ଦି ହେଲେ ମଦନ। ଶନିବାର ସକାଳେ ତାଙ୍କ ଘରେ ଇଡି ରେଡ୍ କରିଛି। ଚଢାଉ ବେଳେ ବେଡ୍ ତଳୁ କଳାଧନର ରାଜ୍ ଖୋଲିଛି। ଯାଞ୍ଚ ଏଜେନ୍ସି କଳା କାରାନାମର ପର୍ଦ୍ଦାଫାସ୍ କରିଛି।
ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ୬ଟାରେ ଇଡିର ଚାରି ଜଣିଆ ଟିମ୍ ଦକ୍ଷିଣେଶ୍ଵର ସ୍ଥିତ ମଦନ ମିତ୍ରାଙ୍କ ବାସଭବନରେ ଚଢାଉ କରିଥିଲା। କେନ୍ଦ୍ରୀୟ ସୁରକ୍ଷା ବାହିନୀର ଉପସ୍ଥିତିରେ ରେଡ୍ ହୋଇଥିଲା। ଏହି ସମୟରେ ମଦନଙ୍କ ବେଡରୁମ୍ ରୁ ବିପୁଳ ମାତ୍ରାରେ ନଗଦ କ୍ୟାସ୍ ଓ ଗୋପନୀୟ କାଗଜପତ୍ର ଜବତ ହୋଇଛି। ଏହି କାଗଜପତ୍ର ନଗର ନିଗମ ଭର୍ତ୍ତିରେ ହୋଇଥିବା ଘୋଟାଲା ସହ ଜଡ଼ିତ ଥିବା ଅନୁମାନ କରାଯାଉଛି। ଏତଦ୍ ବ୍ୟତୀତ ମଦନ ମିତ୍ରାଙ୍କ ଭବାନୀପୁର ସ୍ଥିତ ଘର, ଜୋକା ସ୍ଥିତ ପୁରୁଣା ଫ୍ଲାଟ୍, ଭବାନୀପୁର ସ୍ଥିତ ଘର, ଜାଦୁବୁବା ବଜାରରେ ଥିବା ପାର୍ଟି କାର୍ଯ୍ୟାଳୟରେ ରେଡ୍ ହୋଇଛି। ଜବତ ହୋଇଥିବା କାଗଜପତ୍ରରୁ ବହୁ ଘୋଟାଲା ଉପରୁ ପରଦା ହଟିବ ବୋଲି ଅନୁମାନ କରାଯାଉଛି। ଆଗାମୀ ଦିନରେ ଇଡି ମଦନଙ୍କୁ ପଚରାଉଚରା ପାଇଁ ଡାକିପାରେ।
ସୂଚନା ଥାଉକି, ଟିଏମସି ବିଧାୟକ ମଦନ ମିତ୍ରା ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। କିଛି ଦିନ ତଳେ ସେ ଭଗବାନ ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଭଗବାନ ରାମ ହିନ୍ଦୁ ନୁହଁନ୍ତି ମୁସଲମାନ ବୋଲି କହିଥିଲେ। ଏହି ଘଟଣା ପରେ ବିଜେପି ଏବଂ ସାଧାରଣ ଲୋକ ତାଙ୍କୁ ଟାର୍ଗେଟ୍ କରିଥିଲେ।
.@AitcOfficial leaders cannot help but insult Hindu Gods and Hindu beliefs it seems. Now TMC MLA Madan Mitra says Lord Ram was a Muslim, Not Hindu.
— BJP West Bengal (@BJP4Bengal) December 18, 2025
This continuous abuse of our culture and history is not a slip of tongue! Rather it is a no-so-subtle message to illegal… pic.twitter.com/Cf2TnDb2Wq
ଆହୁରି ପଢନ୍ତୁ- ବର୍ଷାରେ EV ଚଲାଇବା ଏବଂ ଚାର୍ଜିଂ କେତେ ସୁରକ୍ଷିତ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ...
ଆମ ଝିଅକୁ ସେ ପିଲା ବହୁତ ମାନସିକ ଯନ୍ତ୍ରଣା ଦେଇଛି,ତାକୁ କଠୋର ଦଣ୍ଡ ଦିଆଯାଉ ..