ନୂଆଦିଲ୍ଲୀ, ୧୩/୦୬ : ତୈଳ ସଙ୍କଟ ପାଇଁ ଏବେ ଇଭିର ବଢୁଛି ଚାହିଦା। ପେଟ୍ରୋଲ-ଡିଜେଲ ଗାଡି ଛାଡ଼ି ଇଲେକ୍ଟ୍ରି ଭେଇକିଲ୍ ମୁହାଁ ଗ୍ରାହକ। ତେବେ ଇଭି ପାଇଁ ବଡ଼ ଚ୍ୟାଲେଞ୍ଜ୍ ହୋଇପାରେ ବର୍ଷା ଋତୁ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ... ବର୍ଷାରେ ବ୍ୟାଟେରୀ ଗାଡି ଚଳାଇବା ଏବଂ ଚାର୍ଜ କରିବା କେତେ ସୁରକ୍ଷିତ ? ପାଣି ସଂସ୍ପର୍ଶରେ ଆସି ଲାଗିବନି ତ କରେଣ୍ଟ ?
ବିଶେଷଜ୍ଞଙ୍କ ଅନୁଯାୟୀ, ଆଧୁନିକ ଇଭି ସବୁ ପ୍ରକାରର ଋତୁକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି। ଏଥିରେ ବ୍ୟବହାର ହେଉଥିବା ବ୍ୟାଟେରୀ, ୱାୟାରିଂ ଏବଂ ଚାର୍ଜିଂ ସିଷ୍ଟମକୁ ଅନେକ ସୁରକ୍ଷା ବଳୟରେ ଲ୍ୟାସ୍ କରାଯାଇଛି। ଏଥିପାଇଁ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବ ଉପରେ ବିଶ୍ଵା କରନ୍ତୁ ନାହିଁ। ବର୍ଷା ଋତୁରେ ଇଭିର ବ୍ୟବହାର ସମ୍ପୂର୍ଣ୍ଣ ସୁରକ୍ଷିତ। ବାସ୍ ଆପଣଙ୍କୁ ଇଭି ନିର୍ମାତା କମ୍ପାନୀର ପରାମର୍ଶକୁ ଅନୁପାଳନ କରିବାକୁ ପଡ଼ିବ ଏବଂ କିଛି ଜରୁରୀ ସାବଧାନତା ରକ୍ଷା କରିବାକୁ ପଡ଼ିବ।
ବହୁ ଲୋକଙ୍କୁ ଲାଗେ ବର୍ଷା ପାଣି ଇଲେକ୍ଟ୍ରି ବାହାନର ବ୍ୟାଟେରୀ ସିଷ୍ଟମ ଯାଏଁ ପହଞ୍ଚିପାରେ। ଏହାଦ୍ଵାରା ବିପଦ ସୃଷ୍ଟି ହୋଇପାରେ। ହେଲେ ବାସ୍ତବ ଚିତ୍ର ଏହାଠୁ ଭିନ୍ନ। ଆଧୁନିକ ଇଭି ବ୍ୟାଟେରୀ ପ୍ୟାକ୍ କୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଥାଏ। ଏହା ସହଜରେ ପାଣି କିମ୍ଵା ଧୂଳି ସଂସ୍ପର୍ଶରେ ଆସେନାହିଁ। ଦୁନିଆର ବହୁ ବର୍ଷାପ୍ରବଣ ଏବଂ ତୁଷାରପାତ ଅଞ୍ଚଳରେ ଇଭି ସଫଳତାପୂର୍ବକ ବ୍ୟବହାର ହେଉଛି। ତେବେ ଜଳାର୍ଣ୍ଣବ ଅଞ୍ଚଳରେ ଇଭି ଚଳାଇବା ଠାରୁ ନିବୃତ୍ତ ରହିବା ଉଚିତ୍। ଯଦି ରାସ୍ତାରେ ପାଣି ବହୁ ଉଚ୍ଚ ଯାଏଁ ଜମା ହୋଇଛି ତାହେଲେ ଇଭି କଣ ପେଟ୍ରୋଲ-ଡିଜେଲ ଗାଡି ମଧ୍ୟ ପ୍ରଭାବିତ ହୁଏ। ଏଥିପାଇଁ ସାମାନ୍ୟ ସାବଧାନତା ରକ୍ଷା କରିବା ଜରୁରୀ।
ତେବେ ବର୍ଷା ଋତୁରେ କିଛି ଲୋକ ଚାର୍ଜିଂକୁ ନେଇ ଡରନ୍ତି। ଚାର୍ଜିଂ କରିବା ବେଳେ କରେଣ୍ଟ ଲାଗିପାରେ ବୋଲି ଭାବନ୍ତି। ହେଲେ ଏହାର ଇଭିର ଚାର୍ଜିଂ କନେକ୍ଟର ଏବଂ ପୋର୍ଟକୁ ଏଭଳି ଡିଜାଇନ୍ କରାଯାଇଛି, ଯେମିତି ପାଣି ସଂସ୍ପର୍ଶରେ ଆସିଲେ ବି କରେଣ୍ଟ ଲାଗିବ ନାହିଁ। ତେବେ ଯଦି ଚାର୍ଜିଂ କେବୁଲ କିମ୍ଵା ପୋର୍ଟରେ କିଛି ଖରାପ ଅଛି ତାହେଲେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ। ବିଶେଷଜ୍ଞଙ୍କ ଅନୁଯାୟୀ, ଅନ୍ୟ ଋତୁରେ ଇଭି ବ୍ୟବହାର ଯେତିକି ସୁରକ୍ଷିତ, ବର୍ଷା ଋତୁରେ ବି ସେତିକି ସୁରକ୍ଷିତ। ଏଥିପାଇଁ ବର୍ଷାକୁ ନେଇ ଡରିବା ଦରକାର ନାହିଁ।
ଆହୁରି ପଢନ୍ତୁ- ଦୁନିଆର ଏକମାତ୍ର ଟ୍ରିଲିଓନେୟାର ଏଲନ ମସ୍କ, ନଗଦ ଟଙ୍କାକୁ କ୍ରମିକ ଭାବେ ସଜାଇଲେ ୨୦୦ ଥର କାଟିବ ଚନ୍ଦ୍ରର ଚକ୍କର
ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ,ପାରଦ ୨ରୁ ୩ ଡିଗ୍ରୀ କମିପାରେ ..ବଢିବନି ତାତି