ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

କ୍ରୀଡ଼ା ଆଘାତ କ’ଣ ? କିପରି କରିବେ ଚିକିତ୍ସା ? ଜାଣନ୍ତୁ...

Published By : Rasmita Pradhan | January 22, 2025 11:46 AM

ଭୁବନେଶ୍ଵର : ପ୍ରାୟ ସମସ୍ତଙ୍କର ଧାରଣା ଯେ ସ୍ପୋର୍ଟସ୍‌ ଇନ୍‌ଜୁରି ବା କ୍ରୀଡ଼ା ଆଘାତ କେବଳ ଖେଳାଳିମାନଙ୍କର ହୋଇଥାଏ । ମାତ୍ର ଏହି ସମସ୍ୟା ସାଧାରଣ ଲୋକଙ୍କଠାରେ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏଥିପ୍ରତି ଉଭୟ ଖେଳାଳି ଓ ସାଧାରଣ ଜନତା ସଚେତନ ରହିବା ଆବଶ୍ୟକ।

କ୍ରୀଡ଼ା ଆଘାତ କ’ଣ? 

ଯେଉଁ ଲୋକମାନେ ଶାରୀରିକ ଭାବେ ଅଧିକ ସକ୍ରିୟ ରହିଥାନ୍ତି, ଯେପରିକି ଜିମ୍‌ ଯାଆନ୍ତି ଓ ଅଧିକ ଦୌଡ଼ାଦୌଡ଼ି କରନ୍ତି, ସେମାନେ ଏଭଳି ଆଘାତର ଶିକାର ହୋଇଥାନ୍ତି । ତାଛଡ଼ା ଫୁଟବଲ, କବାଡ଼ି, ବ୍ୟାଡ୍‌ମିଣ୍ଟନ ଆଦିରେ ବେଶି ଆଘାତପ୍ରାପ୍ତ ହେବାର ସମ୍ଭାବନା ଥାଏ । ଏସବୁ ଖେଳରେ ମାଂସପେଶୀ ଓ ଲିଗାମେଣ୍ଟ୍‌ ଆଘାତ ହୋଇଥାଏ । ଏହାକୁ ‘ସ୍ପୋର୍ଟସ୍‌ ଇନଜୁରି’ କୁହାଯାଏ । ଲିଗାମେଣ୍ଟ ଆଘାତ ମୁଖ୍ୟତଃ ଆଣ୍ଠୁ ସନ୍ଧିରେ ଅଧିକ ହୋଇଥାଏ । ଫୁଟ୍‌ବଲ, ବାସ୍କେଟବଲ୍‌ ପରି ହଠାତ୍‌ ମୋଡ଼ ବଦଳାଉଥିବା କ୍ରୀଡ଼ାରେ ଆଣ୍ଠୁ ଜଏଣ୍ଟ (ସନ୍ଧି) ଉପରେ ଅଧିକ ଚାପ ପଡ଼େ । ସେହିପରି କାନ୍ଧରେ ମଧ୍ୟ ଲିଗାମେଣ୍ଟ ଆଘାତ ଦେଖିବାକୁ ମିଳେ । ଏହି ସମସ୍ୟା ମୁଖ୍ୟତଃ ଟେନିସ୍‌, ବ୍ୟାଡମିଣ୍ଟନ୍‌ ଓ ବୋଲିଂ କରୁଥିବା ଖେଳାଳିଙ୍କଠାରେ ଦେଖାଯାଏ । ଏହି ଲିଗାମେଣ୍ଟ ସମସ୍ୟା ଏବେ କେବଳ ଖେଳାଳିଙ୍କ ଭିତରେ ସୀମିତ ହୋଇ ରହିନାହିଁ । କାରଣ ଜିମ୍‌ ଯାଉଥବା ବ୍ୟକ୍ତି ହୁଅନ୍ତୁ ଅଥବା କୌଣସି ଦୁର୍ଘଟଣା ଯୋଗୁଁ ମଧ୍ୟ ଲିଗାମେଣ୍ଟ ସମସ୍ୟା ଦେଖା ଦେଉଛି । 

ଲକ୍ଷଣ 

ସାଧାରଣତଃ ସ୍ପୋର୍ଟସ୍‌ ଇନ୍‌ଜୁରି ଆଣ୍ଠୁ ଓ କାନ୍ଧ ଜଏଣ୍ଟକୁ ପ୍ରଭାବିତ କରେ । ଆଣ୍ଠୁରେ ଏସିଏଲ୍‌ ଓ ପିସିଏଲ୍‌ ଲିଗାମେଣ୍ଟ ରହିଥାଏ । ଆଣ୍ଠୁରେ ସମସ୍ୟା ହେଲେ ଚାଲିବା ସମୟରେ ପଡ଼ିଯିବା ପରି ଲାଗେ । ପାହାଚରେ ଓହ୍ଲାଇବା ସମୟରେ ଆଣ୍ଠୁ ଖସିଯିବା ପରି ଅନୁଭବ ହୁଏ । ବସିବାରୁ ହଠାତ୍‌ ଉଠିପଡ଼ିଲେ ମେନିସ୍କସ୍‌ ଇନଜୁରି ହୁଏ । ଫଳରେ ଆଣ୍ଠୁରେ ସବୁବେଳେ ଯନ୍ତ୍ରଣା ରହିଥାଏ । ସେହିପରି କିଛି ଲୋକଙ୍କଠାର କାନ୍ଧ ଜଏଣ୍ଟ ଖସିଯିବା ପରି ସମସ୍ୟା ଦେଖାଦିଏ । ଏପରିକି ଏହା ବାରମ୍ବାର ହୋଇଥାଏ । ୫୦ ବର୍ଷରୁ ଅଧିକ ବୟସ୍କଙ୍କଠାରେ ରୋଟେଟର୍‌ କଫ୍‌ ଟିଅର୍‌ ସମସ୍ୟା ମଧ୍ୟ ଦେଖାଦେଇଥାଏ । 

ଆଘାତକୁ ଅଣଦେଖା କରନ୍ତୁ ନାହିଁ 

ଯଦି କେହି ବ୍ୟକ୍ତି ଏହି ସମସ୍ୟାକୁ ଅଣଦେଖା କରନ୍ତି, ଭବିଷ୍ୟତରେ ଆଣ୍ଠୁ ଲିଗାମେଣ୍ଟ ପାଖରେ ଥିବା ହାଡ଼ ନଷ୍ଟ ହୋଇଚାଲେ । ସେହିପରି ଯଦି ଗୋଟିଏ ଲିଗାମେଣ୍ଟ ଆଘାତ ହୋଇଥାଏ, ତାହା କ୍ରମଶଃ ଅନ୍ୟଆଡ଼କୁ ମାଡ଼ିଚାଲେ । କୌଣସି ଖେଳାଳି ଲିଗାମେଣ୍ଟ ସମସ୍ୟାକୁ ଅଣଦେଖା କଲେ ଏହା ତାଙ୍କ କ୍ୟାରିଅରକୁ ଶେଷ କରି ଦେଇପାରେ । ଲିଗାମେଣ୍ଟ ଆଘାତରେ ହାତ ଉପରକୁ ଉଠାଇବା ଓ ମୁଣ୍ଡ କୁଣ୍ଡାଇବା ମଧ୍ୟ କଷ୍ଟ ହୋଇଥାଏ । ଚଳପ୍ରଚଳ କରିବାରେ ବି କଷ୍ଟ ହୁଏ । 

ଚିକିତ୍ସା 

ପ୍ରତ୍ୟେକ ଲିଗାମେଣ୍ଟ ଆଘାତରେ ପ୍ରଥମେ ବିଶେଷଜ୍ଞଙ୍କ ଦ୍ୱାରା ସ୍ଥିତି ପରଖିବା ଜରୁରି । ପ୍ରାୟତଃ ୯୦ ପ୍ରତିଶତ ଆଘାତ ପାଇଁ ସର୍ଜରୀ ଆବଶ୍ୟକ ହୋଇ ନଥାଏ । ବହୁ ସମୟ ଯାଏ ଆରାମ କରିବା ସହ ଔଷଧ, ଫିଜିଓଥେରାପି ଓ ଇଞ୍ଜେକସନ୍‌ ଥେରାପି ମଧ୍ୟ ଦିଆଯାଇଥାଏ । ଯଦି ଆଘାତ ମାତ୍ରାଧିକ ହୁଏ, ୧୦ ପ୍ରତିଶତଙ୍କ କ୍ଷେତ୍ରରେ ସର୍ଜରୀ ଆବଶ୍ୟକ ପଡ଼େ । ଖେଳାଳିମାନେ ଖେଳ ଆରମ୍ଭ ପୂର୍ବରୁ ଶରୀରକୁ ୱାର୍ମଅପ୍‌ ଓ ଷ୍ଟ୍ରେଚିଂ କରିବା ଜରୁରି । ଆଣ୍ଠୁ କ୍ୟାପ୍‌, କାନ୍ଧ କ୍ୟାପ୍‌ ଆଦି ପିନ୍ଧିବା ସହ କୋଚ୍‌ଙ୍କଠାରୁ ପ୍ରଶିକ୍ଷଣ ନେବାକୁ ଭୁଲନ୍ତୁ ନାହିଁ । ଆଣ୍ଠୁ ଗଣ୍ଠି ଅଧିକ ଆଘାତପ୍ରାପ୍ତ ହେଲେ କେବେ କେବେ ଆର୍ଥ୍ରୋସ୍ପୋପି ସର୍ଜରୀ ଦରକାର ହୋଇଥାଏ । ଏହାକୁ ‘କୀ ହୋଲ୍‌’ ସର୍ଜରୀ କୁହାଯାଏ । ଜଏଣ୍ଟରେ ଛୋଟ ଛୋଟ ରନ୍ଧ୍ର କରି ହାଇଡେଫିନେସନ୍‌ କ୍ୟାମେରା ଲଗାଇ ସର୍ଜରୀ କରାଯାଇଥାଏ । କ୍ୟାମେରା ଜରିଆରେ ଜଏଣ୍ଟ ଭିତରକୁ ଭଲ ଭାବେ ଦେଖିବା ସହ ଶରୀରର ଟିସୁମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇ ଅସ୍ତ୍ରୋପଚାର କରାଯାଇଥାଏ । ଫଳରେ ସର୍ଜରୀ ପରେ ଯନ୍ତ୍ରଣା କମ୍‌ ହେବା ସହ ଶୀଘ୍ର ଉପଶମ ମିଳିଥାଏ । 

ଡାକ୍ତର ଜିତେନ୍ଦ୍ର ମିଶ୍ର 

ଆର୍ଥ୍ରୋସ୍କୋପି ଆଣ୍ଡ୍‌ ସ୍ପୋର୍ଟସ୍‌ ଇନ୍‌ଜୁରି ସର୍ଜନ୍‌ ଆସୋସିଏଟ୍‌ ପ୍ରଫେସର, ଆଇଏମ୍‌ଏସ୍‌ ଆଣ୍ଡ୍‌ ସମ୍‌ ହସ୍ପିଟାଲ୍‌

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.