ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସୁସ୍ଥ ରହିବା ପାଇଁ ଡିଜିଟାଲ୍‌ ଫାଷ୍ଟିଂ ଜରୁରୀ, ଜାଣନ୍ତୁ କାହିଁକି?

Published By : Anindita Ratha | June 20, 2025 1:32 PM

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ପ୍ରାୟ ଲୋକଙ୍କୁ ଅନ୍ୟମାନଙ୍କ ସହ କଥାବାର୍ତ୍ତା ପାଇଁ ମଧ୍ୟ ସମୟ ମିଳୁନାହିଁ । ଲୋକମାନେ ପ୍ରାୟତଃ ନିଜ କାମରେ କିମ୍ବା ଡିଜିଟାଲ୍‌ ମିଡିଆରେ ବ୍ୟସ୍ତ ରହିବାକୁ ପସନ୍ଦ କରୁଛନ୍ତି । ଏବେ ଫୋନ୍‌ ତ ଲୋକମାନଙ୍କ ଜୀବନ ହୋଇପଡିଛି । ପିଲା ହୁଅନ୍ତୁ ଅବା ବୁଢା ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍‌ । ଫୋନ୍‌ ବିନା ସତେ ଯେମିତି ଜୀବନଟା ନିସ୍ତେଜ ହୋଇପଡୁଛି । କିନ୍ତୁ ଲଗାତାର ଫୋନ୍‌ର ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଚିନ୍ତାଗ୍ରସ୍ତ ହୋଇପଡେ । ଏହାକୁ ଦୂର କରିବା ପାଇଁ ନୂଆ କୌଶଳ ହେଉଛି ଡିଜିଟାଲ୍‌ ଫାଷ୍ଟିଂ । ଏହା ଏମିତି ଏକ କୌଶଳ, ଯେତେବେଳେ ବ୍ୟକ୍ତି ଫୋନ୍‌, ଲାପଟପ୍‌ ଓ ଟିଭିଠାରୁ ଦୂରତା ବଜାୟ ରଖିଥାଏ । ଏହାକୁ ଡିଜିଟାଲ୍‌ ଡିଟକ୍ସ କୁହାଯାଏ ।

 ଡିଜିଟାଲ୍‌ ଫାଷ୍ଟିଂର ଫାଇଦା

ଲଗାତାର ଫୋନ୍‌ରେ ବ୍ୟସ୍ତ ରହିବା ଦ୍ୱାରା ସମ୍ପର୍କରେ ଦୂରତା ବଢିବା ସହ ଆନ୍ତରିକତା ମଧ୍ୟ କମିଥାଏ । ତେଣୁ ଡିଜିଟାଲ୍‌ ଫାଷ୍ଟିଂ ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ । ସେହିପରି କର୍ମ କ୍ଷେତ୍ରରେ କାର୍ଯ୍ୟଦକ୍ଷତା ମଧ୍ୟ ବଢିଥାଏ । ମସ୍ତିଷ୍କ ଶାନ୍ତ ରହିବା ଦ୍ୱାରା ଚିନ୍ତା କମ୍‌ ରୁହେ । ଫଳରେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଡିଜିଟାଲ୍‌ ଫାଷ୍ଟିଂ କରିବା ଦ୍ୱାରା ଜୀବନଶୈଳୀରେ ବହୁ ପରିବର୍ତ୍ତନ ଆସିଥାଏ । 

କାହିଁକି ଜରୁରି?

ଆଜିକାଲି ପ୍ରାୟ ଯୁବପିଢିଙ୍କ ସମୟ ଡିଜିଟାଲ୍‌ ମିଡିଆ ପ୍ଲାଟଫର୍ମରେ ହିଁ କଟୁଛି । ଫଳରେ ସେମାନଙ୍କ ସ୍ୱଭାବ ଚିଡ୍‌ଚିଡା ହେବାରେ ଲାଗିଛି । ଦିନସାରା ସେମାନେ ଫୋନ୍‌ରେ ଲାଗି ରହିବା ଦ୍ୱାରା ଏହାର କୁପ୍ରଭାବ ଶରୀର ଉପରେ ପଡିଥାଏ । ଫଳରେ ମାନସିକ ସ୍ଥିତାବସ୍ଥା ବିଗିଡି ଯାଉଛି । ତେଣୁ ଡିଜିଟାଲ୍‌ ଫାଷ୍ଟିଂ କୌଶଳକୁ ଆପଣାଇବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ । ବାସ୍ତବରେ ଦେଖିବାକୁ ଗଲେ ସାମଗ୍ରିକ ଭାବେ ଶରୀରକୁ ସୁସ୍ଥ ରଖିଥାଏ ଡିଜିଟାଲ୍‌ ଫାଷ୍ଟିଂ । 

କେମିତି କରିବେ? 

ପ୍ରଥମେ ଦିନରେ ୨/୩ ଘଣ୍ଟା ସ୍କ୍ରିନ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ପରେ ସପ୍ତାହକୁ ଗୋଟିଏ ଦିନ ‘ନୋ ଫୋନ୍‌ ଡେ’ ପାଳନ କରିପାରିବେ । ଧୀରେ ଧୀରେ ଅଭ୍ୟାସରେ ପଡିଯିବେ, କେବଳ ଆବଶ୍ୟକ ହେଲେ ଫୋନ୍‌ ବ୍ୟବହାର କରିବାକୁ ଇଛା ହେବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.