PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

କାଶ୍ମୀରରେ ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରୁ ଆସିଲା ବଡ଼ ଖବର

ଜମ୍ମୁ କଶ୍ମୀର,୨୦।୨: ଜମ୍ମୁ କାଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଯାହାକୁ ନେଇ ସାରା ଦେଶବାସୀଙ୍କ ମନରେ ଆକ୍ରୋଶ ଦେଖାଦେଇଛି। ଭାରତୀୟଙ୍କ ଦାବି ରହିଛି କି, ଯଥା ଶୀଘ୍ର ଆତଙ୍କବାଦୀଙ୍କ ବିରୋଧରେ ଦେଶ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ପାକିସ୍ତାନକୁ ଉଚିତ ଶିକ୍ଷା ଦିଆଯାଉ। ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଦେଶ ମଧ୍ୟ କିଚି କଡ଼ା ପଦକ୍ଷେପ ନେଇଛି। ଏହା ପରେ ମଧ୍ୟ କଶ୍ମୀର ଧାରା-୩୭୦କୁ ହଟାଇଦେବା ପାଇଁ ଦାବି କରୁଛି। ଏହାକୁ ନେଇ ସୁପ୍ରିମକୋର୍ଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।

ଧାରା-୩୭୦। ଏହି ଧାରା କାଶ୍ମୀରକୁ ଏକ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରୁଛି। ଏହା ସହ ଏହି ରାଜ୍ୟ ଉପରେ ଭାରତ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ନାହିଁ। ଏହି ଧାରା ଅନୁଯାୟୀ ଦେଶର ଅନ୍ୟ ରାଜ୍ୟର ନାଗରିକମାନେ ଜମ୍ମୁ କାଶ୍ମୀରରେ ସ୍ଥାୟୀ ନିବାସୀ ହୋଇପାରିବେ ନାହିଁ। କୈାଣସି ସମ୍ପତ୍ତି ମଧ୍ୟ କ୍ରୟ କରିପାରିବେ ନାହିଁ। ବେଳେବେଳେ କାଶ୍ମୀରରୁ ଧାରା ୩୭୦ ଉଠାଇବା ପାଇଁ ମଧ୍ୟ ଦାବି ହେଉଛି। ବର୍ତମାନ ଏଭଳି ପରିସ୍ଥିତିରେ ଯଦି ଧାରା ୩୭୦ ଉଠାଇଦିଆଯିବ ତେବେ ଏହା ସରକାରଙ୍କ ତରଫରୁ ଦେଶବାସୀଙ୍କ ପାଇଁ ବଡ଼ ଉପହାର ହେବ।

ସୁପ୍ରମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗାଇ ତଥା ଜଷ୍ଟିସ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କାଶ୍ମୀରରୁ ଧାରା ୩୭୦ରେ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ ଉପରେ ଶୀଘ୍ର ଶୁଣାଣି କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର