PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଅଧିନାୟକ ଭାବେ ସୌରଭ ଗାଙ୍ଗୁଲି ଯାହା କରିଛନ୍ତି, କୋହଲି ତାହା କରି ପାରି ନାହାନ୍ତି : ବିରେନ୍ଦ୍ର ସେହୱାଗ

ନୂଆଦିଲ୍ଲୀ : ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ ଅଧିନାୟକତ୍ୱ ମାମଲାରେ ସୌରଭ ଗାଙ୍ଗୁଲୀଙ୍କ ନେତୃତ୍ୱକୁ ସମସ୍ତଙ୍କ ଠାରୁ ଉର୍ଦ୍ଧ୍ୱରେ ରଖିଛନ୍ତି। ବିରେନ୍ଦ୍ର ସେହୱାଗ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ବଡ଼ ମତ ଦେଇଛନ୍ତି। ଭାରତୀୟ ଓପନରଙ୍କର କହିବା ହେଲା କି ବିରାଟ କୋହଲି ଅଧିନାୟକ ଭାବେ ଯଦିଓ ସର୍ବଶ୍ରେଷ୍ଠଙ୍କ ମଧ୍ୟରୁ ଜଣେ , କିନ୍ତୁ ସେ ଗାଙ୍ଗୁଲିଙ୍କ ପରି ଟିମ୍‌ କରି ପାରି ନାହାନ୍ତି ।  

ସ୍ପୋର୍ଟ୍ସ ୧୮ର ନୂଆ ଏପିସୋଡରେ ବିରେନ୍ଦ୍ର ସେହୱାଗ କହିଛନ୍ତି , ସୌରଭ ଗାଙ୍ଗୁଲି ଏକ ନୂଆ ଟିମ୍‌ ତିଆରି କରିଛନ୍ତି। ସେ ନୂଆ ଖେଳାଳିଙ୍କୁ ଆଣିଥିଲେ ଏବଂ ସେମାନଙ୍କର ଉତ୍ଥାନ ପତନ ଭିତରେ ତାଙ୍କୁ ସପୋର୍ଟ କରିଛନ୍ତି। ମୋର ସନ୍ଦେହ କି କୋହଲି ନିଜର କାର୍ଯ୍ୟକାଳରେ ଏମିତି କରିଛନ୍ତି ନା ନାହିଁ। ୨ଥରର ବିଶ୍ୱକପ ବିଜେତା ଏହି ଖେଳାଳି କହିଛନ୍ତି ଅଧିନାୟକତ୍ୱ ବେଳେ ୨-୩ ବର୍ଷ ପାଇଁ ଏମିତି ଥିଲା କି ଟିମ୍‌ ଜିତୁ ବା ହାରୁ , ହେଲେ ପାଖାପାଖି ସବୁ ଟେଷ୍ଟ ପରେ ଟିମ୍‌ରେ ପରିବର୍ତ୍ତନ ହେଉଥିଲା ।

ସେହୱାଗ କହିଛନ୍ତି , ମୋ ମତରେ ନମ୍ୱର ୱାନ୍‌ ଅଧିନାୟକ ସେ ହିଁ ଯିଏ ଟିମ୍ ତିଆରି କରିଥାନ୍ତି ଏବଂ ନିଜର ଖେଳାଳିଙ୍କୁ ଆତ୍ମବିଶ୍ୱାସ ଦେଇଥାନ୍ତି। ସେ (କୋହଲି) କିଛି ଖେଳାଳିଙ୍କର ସମର୍ଥନ କରିଛନ୍ତି , ଆଉ କେତେକଙ୍କୁ କରି ନାହାନ୍ତି। ପରିସଂଖ୍ୟାନ ଅନୁସାରେ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ବିଜୟ ମାମଲାରେ ସବୁଠୁ ଅଧିକ ସଫଳ ଭାରତୀୟ ଅଧିନାୟକ । ସେ ଚଳିତ ବର୍ଷର ପ୍ରାରମ୍ଭରେ ଅଧିନାୟକ ପଦ ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର