PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆପଣଙ୍କ ଶରୀରରେ ବଢିଯାଇଛି କି ୟୁରିକ୍ ଏସିଡ୍ ଲେବଲ୍? ଜାଣନ୍ତୁ କ’ଣ ଖାଇବା ଉଚିତ୍ ଓ ଅନୁଚିତ୍

ନୂଆଦିଲ୍ଲୀ ୦୬/୧୦: ଆଜିକାଲି ୟୁରିକ୍ ଏସିଡ୍ ଏପରି ଏକ ରୋଗରେ ପରିଣତ ହୋଇଛି ଯାହା କମ୍ ବୟସର ଲୋକଙ୍କ ମଧ୍ୟରେ ବି ଦେଖାଯାଉଛି। ଏହି ରୋଗରେ ଶରୀରରେ ୟୁରିକ୍ ସ୍ତର ବଢିଯାଏ। ଯେଉଁ କାରଣରୁ କିଡ୍‌ନୀ ଫିଲ୍ଟର କରିପାରେନାହିଁ ଏବଂ ଶରୀର ଫୁଲିବା ଓ ଚାଲିବାରେ ଅସୁବିଧା ହୁଏ । ଏହି ସମୟରେ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଦ୍ୱାରା ୟୁରିକ୍ ସ୍ତର ନିୟନ୍ତ୍ରଣରେ ରହିଥାଏ। ତେଣୁ ଚାଲନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ, ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

ୟୁରିକ୍ ଏସିଡ୍‌ରେ କ’ଣ ଖାଇବା ଉଚିତ୍ :

-ୟୁରିକ୍ ଏସିଡ୍ ନିୟନ୍ତ୍ରଣରେ ରଖିବା ପାଇଁ, ଆପଣ ଅଧିକରୁ ଅଧିକ ଗାଜର ଖାଇବା ଉଚିତ୍ ।

 -ଆପଣଙ୍କ ଖାଦ୍ୟରେ ବିଟ୍ ଅନ୍ତର୍ଭୂକ୍ତ କରନ୍ତୁ, ଏହା ଆପଣଙ୍କର ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

-ଏହା ବ୍ୟତୀତ ପୁଦିନା ଏବଂ ଟମାଟୋ ଅଧିକରୁ ଅଧିକ ଖାଆନ୍ତୁ। ଏହା ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଖାଦ୍ୟରେ ପିଆଜ, କାକୁଡି, କ୍ୟାପସିକମ୍ ଅନ୍ତର୍ଭୂକ୍ତ କରନ୍ତୁ।

ୟୁରିକ୍ ଏସିଡ୍‌ରେ କ’ଣ ନଖାଇବା ଉଚିତ୍ :

-ୟୁରିକ୍ ଏସିଡ୍ ରେ ଅଧିକ ବାଇଗଣ ଖାଇବା ଠାରୁ ଦୂରେଇ ରୁହନ୍ତୁ। ଏହାକୁ ଖାଇବା ଦ୍ୱାରା ଶରୀରରେ ଫୁଲା ଏବଂ କୁଣ୍ଡେଇ ହେବାର ସମସ୍ୟା ଦେଖା ଦିଏ।

-ଏହି ସମୟରେ ମଟର ମଧ୍ୟ ଖାଇବା ଉଚିତ୍ ନୁହେଁ, ଏହା ୟୁରିକ୍ ଏସିଡ୍ ସ୍ତରକୁ ଖରାପ କରିଥାଏ । ଏଥି ସହିତ, ପାଳଙ୍ଗ, ବନ୍ଧକୋବି ଏବଂ ଛତୁ ମଧ୍ୟ ଖାଇବା ଉଚିତ୍ ନୁହେଁ।

-ବିନ୍ସ ଖାଇବାରୁ ମଧ୍ୟ ଦୂରେଇ ରୁହନ୍ତୁ।