ଭୁବନେଶ୍ବର, ୨୦|୧୨: କିପରି ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଦଳୀୟ ନେତାଙ୍କ ଆଭିମୁଖ୍ୟ କିପରି ରହିବ ? ଆଗକୁ ଦଳର କାର୍ଯ୍ୟପନ୍ଥା କ’ଣ ରହିବ ? ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଦଳୀୟ ନେତା । ଆସନ୍ତା ଡ଼ିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ପାଳନ ହେବ । ଏନେଇ ଦଳ ପକ୍ଷରୁ କୁହାଯାଇଛି । ସୁପ୍ରିମୋ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରତି ନିର୍ବାଚନ ମଣ୍ଡଳୀରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତି ଜିଲ୍ଲାରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା ଚକ୍ର ହେବ । ସେଠାରେ ଯାହା ନିଷ୍ପତି ନିଆଯିବ ତାହାକୁ ନେଇ ଦଳ ନିଜର କାର୍ଯ୍ୟପନ୍ଥା ଗ୍ରହଣ କରିବ । ରାଜ୍ୟରୁ ଆରମ୍ଭ କରି ସମସ୍ତ ଜିଲ୍ଲା ସ୍ତରୀୟ ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ବିଜେଡି ଶାସନ କାଳ ମଧ୍ୟରେ ଓଡ଼ିଶା ବାସୀଙ୍କ ସେବାକୁ ସବୁବେଳେ ଅଗ୍ରାଧିକାର ଦେଇଥାଏ ।

ଗତ ୨୮ ବର୍ଷର ଯାତ୍ରାରେ ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି, ଯାହାକୁ ବିଜୁ ବାବୁଙ୍କ ନାମରେ ନାମିତ ଏବଂ ନବୀନ ପଟ୍ଟନାୟକଙ୍କ ଦ୍ଵାରା ପରିଚାଳିତ, ଏହି ଦଳ ଓଡ଼ିଶାର ବିକାଶ କରିଛି । ବିଜେଡି ସମୟରେ ଓଡ଼ିଶା ଅର୍ଥନୀତିରେ ଅନେକ ସଫଳତା ପାଇଛି । କୃଷି ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ବଡ଼ ଅଭିବୃଦ୍ଧି କରିଛି ବିଜେଡି । ହୁଏତ ଦଳ ଏବେ ସରକାରରେ ନାହିଁ ହେଲେ ଏକ ଦାୟିତ୍ବବାନ ବିରୋଧୀ ଦଳ ଭାବେ କାର୍ଯ୍ୟ ସମ୍ପନ୍ନ କରୁଛୁ । ସାଧାରଣ ଲୋକଙ୍କ ସମସ୍ୟା କଥାକୁ ବିଜେଡି ବିରୋଧୀ ଦଳ ଭାବେ ଉପସ୍ଥାପନା କରିଛୁ । ଏହି ଗୁରୁ ଦାୟିତ୍ଵକୁ ସେମିତି ଆଗକୁ ବଢାଇ ନିଆଯିବ, ଏନେଇ ବିଜୁ ଜନତା ଦଳ ପ୍ରତିଜ୍ଞାବଦ୍ଧ ।

ସେହିପରି ଧାନ ଅମଳ ହୋଇସାରିବା ପରେ ଏବେ ସରକାର ଧାନ ଉଠେଇବାକୁ ଅମଙ୍ଗ ହୋଇଥିବା ବିଜେଡି ବରିଷ୍ଠ ନେତା ପ୍ରଦୀପ ଅମାତ କହିଛନ୍ତି । ଚାଷୀଙ୍କ ସ୍ବାର୍ଥ ସବୁବେଳେ ସର୍ବୋପରି । ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବ ବିଜେଡି । ଅନ୍ୟପଟେ ବିଜେଡି ମହିଳାଙ୍କ ସଶକ୍ତିକରଣ ସହ ସ୍ୱାଭିମାନକୁ ନେଇ କିପରି ରହିବେ ତାହାକୁ ନେଇ କାର୍ଯ୍ୟ କରିଛି ବିଜେଡି । ଏଥିରେ ବିଜେଡି ସବୁବେଳେ ସଫଳତା ମିଳିଛି । ହେଲେ ବର୍ତ୍ତମାନ ଖୋଦ୍ ରାଜଧାନୀ ଅସୁରକ୍ଷିତ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ। ଆଜି ସ୍ବାଧୀନତାର ୭୮ ବର୍ଷରେ ଆମେ କ’ଣ ମେଟ୍ରୋ ପାଇଁ ଯୋଗ୍ୟ ନୁହେଁ ବୋଲି ପ୍ରଶ୍ନ କରିଛି ବିଜେଡି । ମେଟ୍ରୋକୁ ନେଇ ବହୁ ଆଲୋଚନା ହେଉଛି । ହେଲେ ନିଷ୍କର୍ସ ବାହାରିପାରୁନି । ଏଥିରେ ନବୀନ ବାବୁ ମାଇଲେଜ୍ ନେଇଯିବେ କି ବୋଲି ଭାବି ବିଜେପି ଏହାକୁ ବନ୍ଦ କରିଦେଲେ । ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସ୍ୱାର୍ଥକୁ ନେଇ କାର୍ଯ୍ୟ କରନ୍ତି । ଓଡ଼ିଶା ଲୋକଙ୍କ ସ୍ୱାର୍ଥକୁ ନେଇ କାର୍ଯ୍ୟ କରେ ବିଜେଡି ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।