ଭାରତ ଫେରିବା ପରେ ଅଭିନନ୍ଦନଙ୍କୁ କ’ଣ କରିବାକୁ ପଡିବ, ଜାଣନ୍ତୁ…

source:www.bbc.com
ନୁଆଦିଲ୍ଲୀ ୧/୩: ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି(ଶୁକ୍ରବାର) ଭାରତ ଫେରିବେ । ମିଗ୍-୨୧ ଫାଇଟର ଜେଟ୍ କ୍ରାଶ୍ ହେବାପରେ ପାକିସ୍ତାନରେ ରହିଯାଇଥିଲେ ଅଭିନନ୍ଦନ । ସମସ୍ତେ ତାଙ୍କ ମୁକ୍ତି କାମନା କରୁଥିଲେ । ଏବଂ ଆଜି ସେ ନିଜ ଦେଶକୁ ଫେରିଆସିବେ । ତେବେ ଭାରତ ଫେରିବା ପରେ ଅଭିନନ୍ଦନଙ୍କୁ କଣ କଣ କରିବାକୁ ପଡିବ ଆସନ୍ତୁ ଜାଣିବା ।
ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱାଘା ବର୍ଡର ମଧ୍ଯ ଦେଇ ଭାରତ ଆସିବେ । ଅଭିନନ୍ଦନଙ୍କ ପିତା-ମାତା ତାଙ୍କୁ ଘରକୁ ପାଛୋଟି ନେବା ପାଇଁ ୱାଘା ବର୍ଡରରେ ପହଞ୍ଚିସାରିଛନ୍ତି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଭାରତ ଫେରିବା ପରେ ତାଙ୍କୁ ବିମାନ ମାଧ୍ଯମରେ ଦିଲ୍ଲୀରୁ ପାଲମ ଟେକ୍ନିକାଲ ଏରିଆକୁ ଅଣାଯିବ । ୱିଙ୍ଗ କମାଣ୍ଡର ଅଭିନନ୍ଦନ ପ୍ରଥମ ଭାରତୀୟ ବାୟୁସେନା ଅଫିସର୍ସଙ୍କ ସହିତ ସାକ୍ଷାତ କରିବେ । ଏହାପରେ ପାକିସ୍ତାନ ସୀମାରେ ପହଞ୍ଚିବାନେଇ ତାଙ୍କ ସହିତ ଆଲୋଚନା କରାଯିବ ।

ପ୍ରଥମେ ହେବ ମେଡିକାଲ ଯାଞ୍ଚ
ଭାରତ ଆସିବା ପରେ ଅଭିନନ୍ଦନ କେଉଁ ପରିସ୍ଥିତି ବା ପ୍ରଣାଳୀ ଦେଇ ଗତିକରିବେ ଏବଂ ତାଙ୍କ କାର୍ଯ୍ଯସୂଚୀ କଣ ରହିବ ଏନେଇ ବିବିସି ମେଜର ଜେନେରାଲ ରାଜ୍ ମେହେତାଙ୍କ ସହିତ ଆଲୋଚନା କରିଛି । ଏହି ଆଲୋଚନା ମାଧ୍ଯମରେ, ରେଡ୍ କ୍ରସ୍ ସୋସାଇଟି ଅଭିନନ୍ଦନଙ୍କ ସମ୍ପୂର୍ଣ୍ଣ ମେଡିକାଲ ଯାଞ୍ଚ କରିବ । ଏହା ଏଥିପାଇଁ କାରଣ ସେ ଠିକ୍ ଅଛନ୍ତି କି ନାହିଁ ତାହା ଦେଖାଯିବ । କୌଣସି ଅସୁବିଧା ହୋଇନି ତ କିମ୍ବା ତାଙ୍କୁ ଡ୍ରଗ୍ସ ଦିଆଯାଇନି ତ..। ଯଦି ଏମିତି କିଛି ହୋଇଥିବ ତେବେ ଜେନେଭା ଚୁକ୍ତିର ନିୟମାନୁସାରେ ପାକିସ୍ତାନ ସହିତ ଆଲୋଚନା କରାଯିବ । ମେଡିକାଲ ପ୍ରୋସେସ୍ ପରେ ଅଭିନନ୍ଦନଙ୍କୁ ପଚରାଯିବ ଯେ ପାକିସ୍ତାନର ବ୍ଯବହାର ତାଙ୍କ ପ୍ରତି କେମିତି ଥିଲା ? ସେ କଣ ପଚାରିଲେ ? ସବୁ ଶେଷ ହେବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଭାରତ ସରକାରଙ୍କୁ ପଠାଯିବ । ଯଦି ଭାରତ ସରକାର ଅନୁଭବ କରିବେ ଯେ ୱିଙ୍ଗ କମାଣ୍ଡରଙ୍କ ସହିତ ରିଛି ଭୁଲ୍ ହୋଇଛି ତେବେ ଆନ୍ତର୍ଜାତୀୟ ସ୍ତରରେ ରଖାଯିବ ।
Deputy Commissioner Shiv Dular Singh Dhillon, Amritsar: Wing Commander #AbhinandanVarthaman will cross the border today, can’t tell you exact time since there are certain formalities. A senior Indian Air force team from Delhi is here, they will be the ones to receive him. pic.twitter.com/np8iCrCn5h
— ANI (@ANI) March 1, 2019
ଅମୃତସରରେ ଭାରତର ଡେପୁଟି କମିଶନର ଶିବ ସିଂହ ଢିଲ୍ଲୋ କହିଛନ୍ତି ଯେ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ଭାରତ ଆସିବେ କିନ୍ତୁ ପରଫେକ୍ଟ ଟାଇମ୍ କହିହେବନି କାରଣ ଅନେକ ଫର୍ମାଲିଟିଜ୍ ପୂରା କରିବାକୁ ପଡିବ । ଏୟାରଫୋର୍ସର ଜଣେ ସିନିୟର ଟିମ୍ ଦିଲ୍ଲୀରୁ ଆସିଛନ୍ତି, ସେ ଅଭିନନ୍ଦନଙ୍କୁ ରିସିଭ୍ କରିବେ ।
ପାକିସ୍ତାନ ମାନବୀୟ ଆଧାରରେ ଭାରତୀୟ ପାଇଲଟଙ୍କୁ ବିନା ସର୍ତ୍ତରେ ଛାଡି ଦେଉଛି । କିନ୍ତୁ ଭାରତ ଏହା ସଫା କହିଦେଇଛି ଯେ ପାଇଲଟଙ୍କ ମୁକ୍ତିର ଅର୍ଥ ନୁହେଁ ଯେ ଆତଙ୍କବାଦ ବିରୁଦ୍ଧରେ କାର୍ଯାନୁଷ୍ଠାନ ନିଆଯିବନି । ପାକିସ୍ତାନକୁ ନିଜ ମାଟିରୁ ସମ୍ପୂର୍ଣ୍ଣ ରୂପେ ଆତଙ୍କବାଦ ସଫା କରିବାକୁ ପଡିବ । ଭାରତର ଏହି ପଦକ୍ଷେପରୁ ବିଶ୍ୱର ଅନେକ ଦେଶ ସମର୍ଥନ କରିଛନ୍ତି ।