PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ହ୍ୱାଟ୍ସଆପ୍‌ରେ ୨ ମିନିଟ୍‌ର ଏହି ଭିଡ଼ିଓ ପଠାଇଲେ ସିଧା ଜେଲ୍‌ !  ଆସିବା କ୍ଷଣି କରି ଦିଅନ୍ତୁ ଡିଲିଟ୍‌

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଏବେ ଆମର ଜୀବନର ଏକ ଅଂଶ ପାଲଟି ଯାଇଛି । ଆମକୁ କୌଣସି ବି ଜିନିଷ ସେଣ୍ଡ କରିବାର ଥିଲେ ପ୍ରଥମେ ହ୍ୱାଟ୍ସଆପ୍‌ର ନାମ ମୁଣ୍ଡକୁ ଆସିଥାଏ। ଆମର ମୋବାଇଲ୍‌ରେ ଇନଷ୍ଟାଲ ହୋଇଥିବା ପ୍ରତି ଆପ୍‌ର ଏକ ପ୍ରାଇଭେସି ପଲିସ୍‌ ହୋଇଥାଏ। ଆମେ ଆପ୍‌ ଇନଷ୍ଟାଲ କରିବା ବେଳେ ଏହି ପଲିସକୁ ସ୍ୱୀକାର କରିଥାଉ। ଏହାପରେ ଆମକୁ ଆପ୍‌ ବ୍ୟବହାର କରିବାକୁ ଅନୁମତି ମିଳିଥାଏ । ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବୁ, ଯେଉଁଥିରେ ଆପଣ କିଛି ମାତ୍ରାରେ ସତର୍କ ରହିବାକୁ ହେବ।

ଯଦି କଥା ହେବା କି, ଏମିତି କେଉଁ ଭିଡ଼ିଓ ଅଛି , ଯାହାକୁ  ପଠାଇବା ପରେ ଆପଣ ସିଧା ଜେଲ୍ ଯାଇ ପାରନ୍ତି । ଦିଲ୍ଲୀ ମହିଳା ଆୟୋଗର ସହଯୋଗରେ ଦିଲ୍ଲୀ ପୁଲିସ ୩ ଜଣ ଲୋକଙ୍କୁ ନିକଟରେ ଗିରଫ କରିଛି । ଅଭିଯୁକ୍ତ ଚାଇଲ୍ଡ ପର୍ଣ୍ଣୋଗ୍ରାଫିରେ ଲିପ୍ତ ଥିଲେ । ହ୍ୱାଟ୍ସଆପ୍‌ରେ ଅନେକ ଥର ଏମିତି ଭିଡ଼ିଓ ସେୟାର କରାଯାଇ ଥାଏ , ଯାହା ଆପତ୍ତିଜନକ ହୋଇଥାଏ । ଏମିତିରେ ଆପଣଙ୍କୁ ଖୁବ୍‌ ସାବଧାନ ରହିବା ଜରୁରୀ। ଏମିତି କରିବା ଆଇନତଃ ତ ଅପରାଧ , ଏହାସହ ଉକ୍ତ ଅପରାଧରେ ଆପଣ ସିଧା ଜେଲ୍‌ ଯାଇ ପାରନ୍ତି।  

ହ୍ୱାଟ୍ସଆପ୍‌ରେ ଅନେକ ଥର  ଏମିତି ଭିଡ଼ିଓ ବହୁତ ସେୟାର କରାଯାଇ ଥାଏ ,ଯାହା ସାମାଜିକ ଭେଦଭାବକୁ ବୃଦ୍ଧି କରେଇ ଥାଏ। ଯଦି ଆପଣଙ୍କ ପାଖକୁ ଏମିତି କୌଣସି ଭିଡ଼ିଓ ଆସୁଛି ,ଯାହାକି କୌଣସି ଜାତି , ଧର୍ମକୁ ନେଇ ଭେଦଭାବ ସୃଷ୍ଟି କରୁଛି ତ ଆପଣଙ୍କୁ ଏଥିରୁ ସାବଧାନ ରହିବାକୁ ହେବ। ଏହାକୁ ସେୟାର  କରିବାରୁ ଦୂରେଇ ରହିବା ଉଚିତ । ଏମିତି କଲେ ଆପଣଙ୍କୁ କୌଣସି ବି ଆଇନ୍‌ର ଜାଲରେ ପଡ଼ିବାକୁ ହେବ ନାହିଁ। ଦିଲ୍ଲୀରେ ୨୦୨୦ ମସିହାରେ ହୋଇଥିବା ଦଙ୍ଗାରେ ଅନେକ ଲୋକଙ୍କୁ ଗିରଫ କରାଯାଇ ଥିଲା , ଯିଏକି ଏମିତି କିଛି ଭିଡ଼ିଓ ସେୟାର କରିଥିଲେ।  

ଏହାସହ ଆପଣଙ୍କୁ ଏହା ବି କହି ରଖୁଛୁ କି , ହ୍ୱାଟ୍ସଆପ୍‌ରେ ଫେକ୍‌ନ୍ୟୁଜ୍‌ ସେୟାର କଲେ ବି ଆଇନତଃ ଅପରାଧ ହୋଇଥାଏ । ଫେକ୍‌ ନ୍ୟୁଜ୍‌ ସେୟାର କରିବାରେ ଆପଣଙ୍କୁ ଜେଲ୍ ବି ହୋଇପାରେ । ଏଥିପାଇଁ କିଛି ଖବର ସେୟାର କରିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଏହାର ସତ୍ୟାସତ୍ୟ ଜାଣିବାକୁ ହେବ ।