ଆଉ ପୂର୍ବଭଳି ଦେଖି ପାରିବେନି ସାଙ୍ଗମାନଙ୍କ ହ୍ୱାଟ୍ସଆପ ଷ୍ଟାଟସ୍, ଆସିଲା ନୂଆ ଫିଚର୍

source:www.emgigroup.com
ନୁଆଦିଲ୍ଲୀ ୧୮/୨: ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ବାହାର କରିଥାଏ । ଆଉ ଏବେ ପୁଣି ଏକ ନୂଆ ଫିଚର୍ସ ଆଣିଛି ହ୍ୱାଟ୍ସଆପ । WaBetaInfo ଟ୍ୱିଟ୍ କରି କହିଛି ହ୍ୱାଟ୍ସଆପ ‘Ranking’ ନାମକ ଏକ ନୂଆ ଫିଚର ଉପରେ କାମ କରୁଛି । ଏହି ଫିଚର ହ୍ୱାଟ୍ସଆପର ସେହି କଣ୍ଟାକ୍ଟକୁ ଅଟୋମେଟିକାଲି ରାଙ୍କ ଅର୍ଡରରେ ରଖିବ ଯେଉଁମାନଙ୍କ ସହ ଆପଣ ଚାଟ୍ କରୁଛନ୍ତି । WaBetaInfoର ସୂଚନା ଅନୁସାରେ କଣ୍ଟାକ୍ଟଗୁଡିକ ରାକିଂ ଆଧାରରେ ରହିବ ।
If you see a different order for status updates (iOS), this is the reason.
— WABetaInfo (@WABetaInfo) February 17, 2019
People asked me if this is saved on WA servers: NO!
If you reinstall WhatsApp, it automatically starts to rank contacts again from scratch. https://t.co/TMjFunmk6M
ଯଥା- ମେସେଜ ପଠାଇବା ରିସିଭ କରିବା ହେଉଛି normal ranking’ । ମିଡିଆ ପଠାଇବା କିମ୍ବା ରିସିଭ କରିବା good ranking’ ଏବଂ ଶେଷରେ ଯଦି ୟୁଜର ମେସେଜ ଇଗ୍ନୋର କରେ ତେବେ bad ranking’ । ହ୍ୱାଟ୍ସଆପରେ କାହାକୁ ବି କଲ୍ କରିବା ପରେ ତାର ରାକିଂ ବଢିଯିବ । ଗ୍ରୁପରେ କୌଣସି କଣ୍ଟାକ୍ଟକୁ ମେସେଜର ରିପ୍ଲାଏ କିମ୍ବା ଅଧିକ ମେନସନ୍ କରିବା ଭଲ ରାକିଂରେ ଆସିବ । ୟୁଜର କୌଣସି କଣ୍ଟାକ୍ଟର ଷ୍ଟାଟସ୍ ଅପଡେଟକୁ ଦେଖିବା ଓ ଇଗ୍ନୋର କରିବା ପରେ ମଧ୍ଯ ରାକିଂ ସ୍ଥିର କରାଯିବ । ଏହାକୁ ଠିକ୍ ରୂପେ ବୁଝିବା ପାଇଁ ଏକ ସ୍କ୍ରିନ୍ ସଟ୍ ଦିଆଯାଇଛି ।

ୟୁଜର୍ସ ଖୁବଶୀଘ୍ର ଷ୍ଟାଟସ୍ ରିୟାକ୍ସନର ଅର୍ଡରରେ ପରିବର୍ତ୍ତନ ଦେଖିବେ, ଯେଉଁଥିରେ କଣ୍ଟାକ୍ଟସ ଟାଇମ୍ ହିସାବରେ ନୁହେଁ ବରଂ ରାକିଂ ହିସାବରେ ଦେଖିବାକୁ ମିଳିବ ।