ପ୍ରମୁଖ ଖବର
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ ‘ହ୍ବାଟସଆପ୍ ପେମେଣ୍ଟ,ଏବେ ମେସେଜ ଭଳି ସହଜରେ ପଠାଇ ପାରିବେ ଟଙ୍କା

ନୂଆଦିଲ୍ଲୀ,୨୫।୭: ହ୍ବାଟସଆପର ଗ୍ଲୋବାଲ ହେଡ୍ ଓ୍ବିଲ୍ କ୍ୟାଥେକାର୍ଟ କହିଛନ୍ତି କମ୍ପାନୀ ଚଳିତ ବର୍ଷ ଭାରତରେ ନିଜର ହ୍ବାଟସଆପ୍ ପେ ସେବାର ଶୁଭାରମ୍ଭ କରିପାରେ। ସେ କହିଛନ୍ତି, ହ୍ବାଟସଆପ ପେ ଦ୍ବାରା ଲୋକଙ୍କ ପାଇଁ ଟ୍ରାଞ୍ଜାକସନ୍ କରିବା ସହଜ ହେବ ଓ ଚଳିତ ବର୍ଷ ଶେ​‌ଷ ପର୍ଯ୍ୟନ୍ତ ଏହାକୁ ଲଞ୍ଚ କରିଦିଆଯିବ।

wp:gallery {"ids":[29631]} /wp:gallery

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହ୍ବାଟସଆପର ଗ୍ଲୋବାଲ ହେଡ୍ ଓ୍ବିଲ୍ କ୍ୟାଥକାର୍ଟ ଓ ନୀତି ଆୟୋଗର ଚେୟାରମ୍ୟାନ ଅମିତାଭ କାନ୍ତ ଉପସ୍ଥିତ ଥିଲେ। କ୍ୟାଥକାର୍ଟ କହିଛନ୍ତି ଯେ, ଭାରତରେ ହ୍ବାଟସଆପ ଜରିଆରେ କଷ୍ଟମରଙ୍କ ସହିତ କନେକ୍ଟ ହେଉଛନ୍ତି। ଆମେ ହ୍ବାଟସଆପ୍ ପେକୁ ଭାରତରେ ସ୍ବାଗତ କରୁଛୁ। କମ୍ପାନୀ ବହୁତ ସମୟ ଧରି ଭାରତରେ ରେଗୁଲେସନ୍ ସହିତ ଜୁଝୁଛି। ସେ କହିଛନ୍ତି, ଭାରତରେ ହ୍ବାଟସଆପର ସବୁଠାରୁ ଅଧିକ ୟୁଜର ରହିଛନ୍ତି ଓ କମ୍ପାନୀକୁ ଏଠାରେ ’ହ୍ବାଟସଆପ ପେ’ ଆରମ୍ଭ କରିବା ଦରକାର।’

wp:gallery {"ids":[29632]} /wp:gallery

କ୍ୟାଥକାର୍ଟ କହିଛନ୍ତି, କମ୍ପାନୀ ଚାହୁଁଛି ଏହି ପ୍ଳାଟଫର୍ମରୁ ମେସେଜ ପଠାଇଲା ଭଳି ସହଜରେ ଟଙ୍କା ମଧ୍ୟ ପଠେଇ ହେବ। ଯଦି ତାଙ୍କର କମ୍ପାନୀ ଏଭଳି କରିବାରେ ସଫଳ ହୁଏ ତେବେ ଏହାଦ୍ବାରା ଆର୍ଥିକ ସମାବେଶକୁ ଗତି ଦେବାରେ ସାହାର୍ଯ୍ୟ ମିଳିପାରିବ। ହ୍ବାଟସଆପ୍ର ଏହି ସେବା ଯଦି ଆରମ୍ଭ ହୁଏ ତେବେ ଏହାର ପ୍ରତିଯୋଗିତା ପେଟିଏମ, ଫୋନପେ ଓ ଗୁଗୁଲ ପେ ଭଳି କମ୍ପାନୀ ସହିତ ହେବ। କମ୍ପାନୀ ଭାରତରେ ହ୍ବାଟସଆପ୍ ବିଜନେସ୍ ଉପରେ ଅଧିକ ଫୋକସ୍ କରୁଛି। ଏହି କାର୍ଯ୍ୟକ୍ରମରେ କିଛି ଛୋଟ ବିଜନେସ୍ ହେଡଙ୍କୁ ମଧ୍ୟ ଡକାଯାଇଛି, ଯେଉଁମାନେ କହିଛନ୍ତି ହ୍ବାଟସଆପ ତାଙ୍କର ବିଜନେସକୁ କିଭଳି ସାହାର୍ଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.