ଭୁବନେଶ୍ଵର, ୦୫/୦୫ : ହ୍ଵାଟସ୍ଆପ୍ ରେ ହେବ ବଡ଼ ପରିବର୍ତ୍ତନ। ସବୁଦିନ ପାଇଁ ବନ୍ଦ କରିଦେବ ଅବତାର ଫିଚର। କମ୍ପାନୀ ଏବେ ଧୀରେ ଧୀରେ ଏହି ଫିଚରକୁ ବନ୍ଦ କରୁଛି। ଫଳରେ ୟୁଜରମାନେ ଆଉ ତାଙ୍କ ପ୍ରୋଫାଇଲ୍ ଫଟୋରେ ଡିଜିଟାଲ୍ ଅବତାର କିମ୍ଵା ଷ୍ଟିକର ଲଗାଇ ପାରିବେ ନାହିଁ। ଏହି ପରିବର୍ତ୍ତନ ପରେ ୟୁଜରମାନେ ନୂଆ ଅବତାର କ୍ରିଏଟ୍ କରିପାରିବେନି କିମ୍ଵା ପୁରୁଣାକୁ ଏଡିଟ୍ କରିପାରିବେନି।
ଧୀରେ ଧୀରେ ଅବତାର ଅପ୍ସନ ହ୍ଵାଟସଆପ୍ ସେଟିଂସ୍, ଚାଟ୍ ଇନଫୋ ସ୍କ୍ରିନ୍ ଏବଂ କିବୋର୍ଡରୁ ହଟାଇ ଦିଆଯିବ। ଅର୍ଥାତ୍ ଆଗାମୀ କିଛି ଦିନ ମଧ୍ୟରେ ଏହି ଫିଚର ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯିବ। ପ୍ରଥମେ କମ୍ପାନୀ ଏହି ଫିଚରକୁ ଖୁବ୍ ପ୍ରମୋସନ କରୁଥିଲା। ୟୁଜର୍ସ ତାଙ୍କ ଚେହେରା, ହେୟାରଷ୍ଟାଇଲ୍, ପୋଷାକ, ଏବଂ ଏକ୍ସପ୍ରେସନ ହିସାବରେ ଅବତାର କଷ୍ଟମ କରୁଥିଲେ। ଏହା ସହ ଅବତାର ଷ୍ଟିକର ଏବଂ ଆନିମେସନ ଭଳି ଫିଚର ମଧ୍ୟ ଯୋଡ଼ା ହୋଇଥିଲା। ଯାହାଦ୍ଵାରା ଚାଟିଂ ଆହୁରି ମଜାଦାର ଲାଗୁଥିଲା। ତେବେ ଅନେକ ଅପଡେଟ୍ ସତ୍ତ୍ୱେ, ଏହି ଫିଚରଟି ବହୁତ ଲୋକପ୍ରିୟତା ହାସଲ କରିପାରି ନାହିଁ। ଅଧିକାଂଶ ୟୁଜର ଏବେବି ନିଜର ଫଟୋ, ଇମୋଜି ଏବଂ ସାମାନ୍ୟ ଷ୍ଟିକର ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଏହି କାରଣରୁ କମ୍ପାନୀ ଏବେ ଏହାକୁ ହଟାଇବାକୁ ନିଷ୍ପତ୍ତି ନେଉଛି।
ରିପୋର୍ଟ ଅନୁଯାୟୀ, ଏହି ପରିବର୍ତ୍ତନ ସମସ୍ତ ୟୁଜରଙ୍କ ପାଇଁ ଏକାବେଳକେ ଲାଗୁ ହେବ ନାହିଁ। ଧୀରେ ଧୀରେ ଏହାକୁ ଲାଗୁ କରାଯିବ। କିଛି ୟୁଜରଙ୍କ ଫୋନ୍ରୁ ଅବତାର ଅପ୍ସନ ସମ୍ପୂର୍ଣ୍ଣ ଭାବରେ ଅଦୃଶ୍ୟ ହୋଇଗଲାଣି। ତେବେ ଯଦି ଆପଣ ପୂର୍ବରୁ ଅବତାର ଷ୍ଟିକର ବ୍ୟବହାର କରିଛନ୍ତି, ତେବେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଡିଲିଟ୍ କରାଯିବ ନାହିଁ। ସେଗୁଡ଼ିକ ଆପଣଙ୍କର ରିସେଣ୍ଟ କିମ୍ବା ଫେବରେଟ୍ ସେକ୍ସନରେ ରହିବ।
ଏହି ଖବରଟିକୁ ପଢନ୍ତୁ- ଏହି ଗୋଟିଏ ସିଟ୍ରେ ଅଟକିଛି ନିଶ୍ୱାସ; ୨୪ ଘଣ୍ଟା ପରେ ବି ସରିନି ଗଣତି, ଜାଣନ୍ତୁ କାହା ପଲ୍ଲା ଭାରି ?