ହ୍ୱାଟ୍ସଆପର ଏହି ଚାଲେଞ୍ଜକୁ ପୂରା କରନ୍ତୁ, ଜିତିପାରିବେ ୧.୮ କୋଟି

source:www.jagran.com
ନୁଆଦିଲ୍ଲୀ ୯/୨: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପରୁ ଆପଣ ୧.୮ କୋଟି ଟଙ୍କା ଜିତିପାରିବେ । ହ୍ୱାଟ୍ସଆପ୍ ନିଜର ମେସେଜିଂ ସର୍ଭିସ୍ କେବଳ ଚାଟିଂ ପର୍ଯ୍ଯନ୍ତ ସୀମିତ ରଖିନି । ଏହି ସେବାକୁ ବିଜନେସ୍ କମ୍ୟୁନିକେସନ୍ ପାଇଁ ମଧ୍ୟ ବ୍ୟବହାର କରାଯାଉଛି । ହ୍ୱାଟ୍ସଆପ୍ ଏକ ବିଜନେସ୍ ଆପ୍ ଲଞ୍ଚ କରିଛି । ଏହା ବ୍ଯତୀତ ଏହି ଆପ୍ ଷ୍ଟାର୍ଟଅପକୁ ଆଗକୁ ବଢାଇବା ପାଇଁ ଲୋକଙ୍କୁ ସାହାଯ୍ଯ କରିବ । ଏଥିପାଇଁ ହ୍ୱାଟ୍ସଆପ୍ ଏକ ଅଲଗା ବିଜେନ୍ସ ଆପ୍ ମଧ୍ୟ ଗତ ବର୍ଷ ଲଞ୍ଚ କରିଛି । ଏହି ବିଜନେସ୍ ଆପରେ ଅନେକ ବିଜନେସ୍ ଟୁଲ୍ସ ମଧ୍ୟ ଉପଲବ୍ଧ ରହିଛି ଯାହା ବିଜନେସକୁ ବଢାଇବା ପାଇଁ ସାହାଯ୍ୟ କରିବ ।
ହ୍ୱାଟ୍ସଆପ୍ ଭାରତୀୟ ଯୁଜର୍ସଙ୍କ ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ ହ୍ୱାଟ୍ସଆପ୍ ଗ୍ରାଣ୍ଡ ଚ୍ୟାଲେଞ୍ଜର ଆୟୋଜନ କରିଛି । ଏହି ପ୍ରତିଯୋଗିତାର ଆୟୋଜନ ଭାରତରେ ଷ୍ଟାର୍ଟଅପ୍ ସହିତ ଇଣ୍ଡଷ୍ଟ୍ରୀ କ୍ଷେତ୍ରରେ ବିକାଶ ପାଇଁ କରାଯାଇଛି । ଏହି କଣ୍ଟେଷ୍ଟର ଟପ୍ ୫ ୱିନର୍ସଙ୍କୁ ପୁରସ୍କାର ରୂପେ ୧.୮ କୋଟି ଟଙ୍କା ପ୍ରଦାନ କରାଯିବ । ଏହି କଣ୍ଟେଷ୍ଟ ସମସ୍ତ ପ୍ରକାର ଉଦ୍ୟୋଗୀଙ୍କ ପାଇଁ ଲଞ୍ଚ କରାଯାଇଛି ଯେଉଁଥିରେ ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ, ଅର୍ଥ ବ୍ଯବସ୍ଥା, ଡିଜିଟାଲ ସମାବେଶ, ଶିକ୍ଷା ଓ ନାଗରିକ ସୁରକ୍ଷା ଭଳି କ୍ଷେତ୍ର ସାମିଲ ।
WhatsApp ନିକଟରେ ମିଡିଆକୁ କହିଛି ଯେ ନୂଆ ଚିନ୍ତା ଧାରା ଥିବା ଉଦ୍ଯୋଗୀ ଓ ବିଜନେସ୍ ମଡେଲ ଯେଉଁମାନେ ଭାରତରେ ସ୍ଥାନୀୟ ସମସ୍ୟାକୁ ସମାଧାନ କରନ୍ତି ସେମାନେ ପ୍ରତିଯୋଗିତା ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ୧୦ ମାର୍ଚ୍ଚ ୨୦୧୯ ମଧ୍ୟରେ ରେଜିଷ୍ଟ୍ରେସନ କରିବାକୁ ପଡିବ ।
ଏହା ହେଉଛି ସିଲେକ୍ସନ ପ୍ରକ୍ରିୟା
୧. ଏହି କଣ୍ଟେଷ୍ଟରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ଚୟନ ସ୍ୱତନ୍ତ୍ର ମୂଲ୍ଯାଙ୍କନ ସମିତି ଦ୍ୱାରା କରାଯିବ ।
୨. ଚୟନ ହୋଇଥିବା ଆବେଦନ ମଧ୍ୟରୁ ୩୦ ବେଷ୍ଟ ଆଇଡିଆଜକୁ ଆଗାମୀ ଲିଷ୍ଟ ପାଇଁ ସର୍ଟଲିଷ୍ଟ କରାଯିବ । ଏବଂ ଆଗାମୀ ରାଉଣ୍ଡରେ ଏମାନଙ୍କୁ ଟପ୍ ୧୦ ଆଇଡିଆଜରେ ବଦଳାଯିବ ।
୩. ଶେଷ ରାଉଣ୍ଡରେ ଟପ୍-୫ ବିଜେତାଙ୍କୁ ଚୟନ କରାଯିବ । ଯାହାକୁ ୫୦ ହଜାର ଆମେରିକୀୟ ଡଲାର(ପ୍ରାୟ ୩୫.୬ ଲକ୍ଷ ଟଙ୍କା) ପୁରସ୍କାର ଦିଆଯିବ । ୫ ବିଜେତାଙ୍କୁ ସମୁଦାୟ ୧.୮ କୋଟି ଟଙ୍କା ଦିଆଯିବ ।