PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ହ୍ବାଟସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର! ଏତେ ଦିନ ପରେ ମଧ୍ୟ ଡିଲିଟ୍‌ କରିପାରିବେ ମେସେଜ୍‌

ନୂଆଦିଲ୍ଲୀ,୨।୭: ହ୍ବାଟସଆପ୍‌ ନିଜର ୟୁଜର୍ସଙ୍କ ହୃଦୟ ଜିଣିବା ପାଇଁ ଲଗାତାର ନିଜର ଆପ୍‌ରେ ଅପଡେଟ୍‌ କରିବା ଆରମ୍ଭ କରିଛି। ପୂର୍ବରୁ ହ୍ବାଟସଆପ୍‌ରେ ମେସେଜ୍ ଡିଲିଟ୍‌ କରିବାର ଫିଚର ରହିଛି। ୟୁଜର୍ସଙ୍କୁ ୧ ଘଣ୍ଟା ୮ ମିନିଟ୍ ୧୬ ସେକେଣ୍ଡର ସମୟ ଭିତରେ ନିଜର ମେସେଜ୍ ଡିଲିଟ୍‌ କରିପାରିବେ,କିନ୍ତୁ ଏହା ବଦଳିବାକୁ ଯାଉଛି, କାରଣ ମେଟାର ସ୍ବାମୀତ୍ବରେ ଥିବା ମେସେଜିଂ ଆପ୍‌ରେ ଏଭଳି ସୀମାକୁ ଦୁଇ ଦିନ ପାଇଁ ବଢାଇବା ଉପରେ କାମ କରାଯାଉଛି।

WABetaInfoର ରିପୋର୍ଟ ଅନୁସାରେ, ହ୍ବାଟସଆପ୍‌ ସେହି ଅଳ୍ପ ୟୁଜର୍ସଙ୍କ ପାଇଁ ନୂଆ ସମୟ ସୀମାକୁ ରୋଲ୍‌ ଆଉଟ୍ କରିବା କାମ କରିଛି, ଯାହାକି ଆଣ୍ଡ୍ରଏଡ୍‌ ଆପ୍‌ ପାଇଁ ହ୍ବାଟସଆପ୍ ବିଟାର ଲାଟେଷ୍ଟ ସଂସ୍କରଣ ଉପଯୋଗ କରୁଛି। କମ୍ପାନୀର ମେସେଜ ଡିଲିଟ୍‌ କରିବାର ସମୟକୁ ବଢାଇ ଦୁଇ ଦିନ ଓ ୧୨ ଘଣ୍ଟା କରିବାର ଯୋଜନା କରାଯାଉଛି। ହ୍ବାଟସଆପ୍ ବିଟା ଟେଷ୍ଟର ପାଇଁ ଏହି ଫିଚରକୁ ରୋଲ୍‌ କରିବା ଆରମ୍ଭ କରିଦେଇଛି। ଆଗାମୀ ଦିନରେ ଏହାକୁ ବିଟା ୟୁଜର୍ସ ପାଇଁ ଉପଲବ୍ଧ କରାଯିବ।

ଏହା ଏକମାତ୍ର ସୁଧାର ନୁହେଁ, ଯାହାକୁ କମ୍ପାନୀ ଆଣିବାର ଯୋଜନା କରୁଛି। ରିପୋର୍ଟ ଅନୁସାରେ, କମ୍ପାନୀ ଏଭଳି ଏକ ଫିଚର ଉପରେ କାମ କରୁଛି, ଯାହାଫଳରେ ହ୍ବାଟସଆପ୍‌ ଗ୍ରୁପ ଆଡମିନ୍ ନିଜର ଗ୍ରୁପର କୌଣସି ମେସେଜକୁ ଡିଲିଟ କରିପାରିବେ। ଏପର୍ଯ୍ୟନ୍ତ କୌଣସି ଗ୍ରୁପ୍‌କୁ ଆସିଥିବା ମେସେଜ୍ କେବଳ ସେହି ସଦସ୍ୟ ଦ୍ବାରା ହଟାଯାଇ ପାରିବ,  ଯିଏ ଏହାକୁ ସେୟାର କରିଛନ୍ତି। WABetaInfo ଅନୁସାରେ, ଫିଚର ଏନବେଲ୍‌ ହେବାପରେ ୟୁଜର୍ସ ଗ୍ରୁପ୍‌ରେ ସମସ୍ତଙ୍କ ପାଇଁ ଆସୁଥିବା ମେସେଜ୍ ଡିଲିଟ୍ କରିପାରିବେ। ଏହି ଫିଚର ଏବେ ଟେଷ୍ଟିଂ ଷ୍ଠେଜ୍‌ରେ ରହିଛି ଓ କମ୍ପାନୀ ଏହି ସୁବିଧାକୁ ସାରା ଦୁନିଆରେ ନିଜର ସବୁ ୟୁଜରଙ୍କ ପାଇଁ କେବେ ଉପଲବ୍ଧ କରିବ ତା ଉପରେ କୌଣସି ସୂଚନା ନାହିଁ।