ଓଜନ କମାଇବ ହ୍ୱିଟଗ୍ରାସ୍, ଜାଣନ୍ତୁ ଏହାର ଚମତ୍କାର ଫାଇଦା

abplive
ନୂଆଦିଲ୍ଲୀ ୨୦/୦୩ : ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ, ସେତେବେଳେ କୌଣସି ପ୍ରକାରର ଅସାବଧାନତା ଗ୍ରହଣ କରାଯିବା ଉଚିତ୍ ନୁହେଁ। ଯଦି ଆପଣ ସୁସ୍ଥ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରାକୃତିକ ଫଳ, ପନିପରିବା ଏବଂ ଜଡି-ବୁଟି ଆପଣଙ୍କର ଦୈନନ୍ଦିନ ଖାଦ୍ୟର ଅଂଶ କରନ୍ତୁ। ଆପଣ କେବେ ନା କେବେ ନିଶ୍ଚୟ ଘାସ ଉପରେ ବସିଥିବେ। କିନ୍ତୁ ଆପଣ ଜାଣନ୍ତୁ କି ଏହି ଘାସ (ହ୍ୱିଟ୍ ଗ୍ରାସ୍) ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଘାସ (ହ୍ୱିଟ୍ ଗ୍ରାସ୍) ସୁପରଫୁଡ୍ ମଧ୍ୟରୁ ଗୋଟିଏ, ଯାହାକୁ ପ୍ରତିଦିନ ଖାଇବା ଅଭ୍ୟାସ କରିବା ଉଚିତ୍।
ଟ୍ରାଇଟିକମ୍ ଆଷ୍ଟିଭମ୍ ଉଦ୍ଭିଦରୁ ନିର୍ମିତ ହ୍ୱିଟ୍ ଗ୍ରାସ୍ ପ୍ରାୟତଃ ଜୁସ୍ ଆକାରରେ ପିଆଯାଏ। ତେବେ ଆଜିକାଲି ଏହା ପାଉଡର ଏବଂ କ୍ୟାପସୁଲ ଆକାରରେ ମଧ୍ୟ ମିଳୁଛି। ପୁଷ୍ଟିକର ବିଶେଷଜ୍ଞଙ୍କ ଅନୁଯାୟୀ, ହ୍ୱିଟ୍ ଗ୍ରାସର ଅନେକ ଲାଭ ରହିଛି। ଏହା ଅନେକ ବିପଜ୍ଜନକ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ…
ପୋଷକ ତତ୍ତ୍ୱରେ ଭରପୂର : ଡାକ୍ତରଙ୍କ ଅନୁଯାୟୀ ହ୍ୱିଟ୍ ଗ୍ରାସ୍ ଜୁସ୍ରେ ଅନେକ ଜରୁରୀ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ। ଏହା ଫ୍ରି ରେଡିକାଲ୍ ଏବଂ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ସହିତ ଲଢିବାରେ ସହାୟକ ହୋଇଥାଏ ଏବଂ ରୋଗରୁ ମଧ୍ୟ ରକ୍ଷା କରିଥାଏ । ହ୍ୱିଟ୍ ଗ୍ରାସ୍ ଅନେକ ଭିଟାମିନ୍ ଏବଂ ମିନେରାଲ୍ସର ଏକ ଭଲ ଉତ୍ସ ହୋଇଥାଏ। ଏଥିରେ ଭିଟାମିନ୍ ଏ, ସି ଏବଂ ଇ ସହିତ ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଆମିନୋ ଏସିଡ୍ ଥାଏ।
ସଂକ୍ରମଣକୁ ଦୂରେଇ ରଖେ : ହ୍ୱିଟ୍ ଗ୍ରାସ୍ରେ କ୍ଲୋରୋଫିଲ୍ ଥାଏ, ଯେଉଁଥିରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ରହିଥାଏ। ଯଦି ଆପଣ ସ୍କିନ୍ରେ ହ୍ୱିଟ୍ ଗ୍ରାସ୍ର ରସ ବ୍ୟବହାର କରନ୍ତି, ଏହା ସଂକ୍ରମଣକୁ ରୋକିବା ସହିତ ପୋଡାଜଳା ଏବଂ କ୍ଷତକୁ ମଧ୍ୟ ଚିକିତ୍ସା କରିଥାଏ। ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ଆଣ୍ଟିବାୟୋଟିକ୍-ପ୍ରତିରୋଧକ ସଂକ୍ରମଣର ଚିକିତ୍ସାରେ ସାହାଯ୍ୟ ମିଳିଥାଏ।
କୋଲେଷ୍ଟ୍ରଲ କମ୍ କରିଥାଏ : ହୃଦୟକୁ ସୁସ୍ଥ ରଖିବା ଜରୁରୀ। ଅନେକ ଅଧ୍ୟୟନ ଦାବି କରିଛି ଯେ ହ୍ୱିଟ୍ ଗ୍ରାସ୍ ରସ ପିଇବା ଦ୍ୱାରା ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରଲ ସ୍ତର କମ୍ ହୋଇଥାଏ। ଖରାପ କୋଲେଷ୍ଟ୍ରଲ ହୃଦଘାତ ଜନିତ ରୋଗ (ହୃଦଘାତ ଏବଂ ଷ୍ଟ୍ରୋକ) ହେବାର ଆଶଙ୍କା ସୃଷ୍ଟି କରିଥାଏ। ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।
ଓଜନ କମ୍ କରିଥାଏ : ହ୍ୱିଟ୍ ଗ୍ରାସ୍ ଜୁସ୍ ମେଟାବୋଲିଜିମ୍ କୁ ପ୍ରୋତ୍ସାହିତ କରିବା ପାଇଁ କାମ କରେ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା ଥାଇଲାକଏଡରେ ଭରପୂର। ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।