PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଚଳନ୍ତା ବସ୍‌ରୁ ହୁଗୁଳି ବାହାରିଗଲା ୪ଟି ଚକା: ଅଳ୍ପକେ ବର୍ତ୍ତିଗଲେ ୪୫ରୁ ଅଧିକ ଯାତ୍ରୀ

ନବରଙ୍ଗପୁର ୩୦/୧୦: ଚଳନ୍ତା ଯାତ୍ରୀବାହୀ ବସରୁ ୪ଟି ଚକା ହୁଗୁଳି ବାହାରି ଯିବାରୁ ବସ୍‌ଟି ଦୁର୍ଘଟଣା ଗସ୍ତ। ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ ୪୫ରୁ ଅଧିକ ଯାତ୍ରୀ। ଏଭଳି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିକଟ ମହେନ୍ଦ୍ରୀ ଗାଁ ନିକଟରେ ଘଟିଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳ ନବରଙ୍ଗପୁର ଡାବୁଗାଁ ଥାନା କନ୍ୟାଶ୍ରମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଉମରକୋଟରୁ ଦାମନଯୋଡି ଯାଉଥିବା ଏମଏସବି ନାମକ ଯାତ୍ରୀବାହୀ ବସରେ ୪୫ ରୁ ଅଧିକ ଯାତ୍ରୀ ଥିଲେ।  ବସର ୪ଟି ପଛ ଚକ। ହୁଗୁଳି ଯିବାରୁ ଧାନ ଜମିକୁ ଚାଳି ଯିବାରୁ ବସ୍ ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା । ଏକ ଗାଡିକୁ ଓଭରଟେକ୍ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି । ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଡାବୁଗାଁ ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର