ବଢ଼ୁଥିବା ଜନସଂଖ୍ୟା ପାଇଁ ଗର୍ଭ ନିରୋଧକର ନୂଆ ଉପାୟକୁ କାହିଁକି ଗ୍ରହଣ କଲେନି ଗାନ୍ଧୀଜୀ, ଫେଲ ମାରିଥିଲେ ବିଶେଷଜ୍ଞ ମାର୍ଗରେଟ

pic- internet
- ଦମ୍ପତ୍ତିଙ୍କୁ ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ଗାନ୍ଧୀଜୀ ଦେଇଥିଲେ ନିଷ୍ପତ୍ତି
- ପୂରା ଜୀବନରେ ତିନିରୁ ଚାରି ଥର ସମ୍ଭୋଗ କରିବା ଆବଶ୍ୟକ
- ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ଗର୍ଭ ନିରୋଧକର ଉପାୟ ଆପଣାଇବାକୁ କହୁଥିଲେ ବିଶେଷଜ୍ଞ
ନୂଆଦିଲ୍ଲୀ: ବନ୍ଧ୍ୟାକରଣ ଓ ଗର୍ଭ ନିରୋଧକର ନୂଆ ତରିକା ଆପଣାଇବା ବିରୋଧରେ ଥିଲେ ମହାତ୍ମା ଗାନ୍ଧୀ। ଭାରତରେ ବଢ଼ୁଥିବା ଜନସଂଖ୍ୟା ୩୦ ଦଶକରୁ ଚିନ୍ତା ବଢ଼ାଇଥିଲା। ଏହାକୁ ରୋକିବା ପାଇଁ ଆମେରିକା ବର୍ଥ କଣ୍ଟ୍ରୋଲ ଏକ୍ସପର୍ଟ ମାର୍ଗରେଟ ସେଙ୍ଗର ଭାରତ ଆସିଥିଲେ। ସେ ଗାନ୍ଧୀଜୀଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ। ହେଲେ ନିରାଶ ହୋଇ ଫେରିଥିଲେ।

୧୩ ଜାନୁଆରୀ ୧୯୩୬ରେ ବର୍ଦ୍ଧ ରେଲୱେ ଷ୍ଟେସନରେ ଜଣେ ଇଂରେଜ ମହିଳା ଓହ୍ଲାଇଥିଲେ। ସେ ଏକ ଉଦ୍ଦେଶ୍ୟ ନେଇ ଗାନ୍ଧୀଜୀଙ୍କୁ ଭେଟିବାକୁ ଚାହୁଁଥିଲେ। ସେ ଜଣେ ଗର୍ଭ ନିରୋଧକର ବିଶେଷଜ୍ଞ ରହିଥିଲେ। ତାଙ୍କ ନାଁ ଥିଲା ମାର୍ଗରେଟ ସେଗର। ବର୍ଦ୍ଧା ଷ୍ଟେସନରେ ଓହ୍ଳାଇବା ପରେ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ସେ ଦେଖିଥିଲେ ଯେ ଗାନ୍ଧୀଜୀ ତଳେ ଏକ ଶାଲ ବିଛାଇ ବସିଥିଲେ ଏବଂ ତାଙ୍କୁ ଅପେକ୍ଷା କରିଥିଲେ। ସେ ଗାନ୍ଧୀଜୀଙ୍କ ପାଇଁ କିଛି ଉପହାର ଓ ପୁସ୍ତକ ନେଇ ଆସିଥିଲେ।

ମିସ୍ ସେଗର ନ୍ୟୁର୍କରେ ୧୯୧୭ରେ ଗର୍ଭ ନିରୋଧକ କ୍ଲିନିକ ଖୋଲିଥିଲେ। ସେ ଆମେରିକାରେ ମହିଳାଙ୍କୁ ଗର୍ଭ ନିରୋଧକ ପ୍ରତି ଶଚେତନ କରାଇବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ। ହେଲେ ତାଙ୍କର ଏହି ପଦକ୍ଷେପକୁ ଉଭୟ ପ୍ୟୁରିଟନ ଏବଂ କ୍ୟାଥୋଲିକ୍ ତାଙ୍କ ବିରୁଦ୍ଧରେ ଯାଇଥିଲେ। ମିସ୍ ସେଗର କହୁଥିଲେ ଯେ ଜଣେ ମହିଳାଙ୍କ ଶରୀର କେବଳ ତାଙ୍କର ଅଧିକାର। ଏନେଇ ମାର୍ଗରେଟ ସେଗରଙ୍କୁ ବନ୍ଦୀ କରାଯାଇଥିଲା। ପୁଲିସ ତାଙ୍କୁ ଡରାଇବା ସହ ଧମକାଇଥିଲେ ମଧ୍ୟ ସେ ନିଜ କାମ ଜାରି ରଖିଥିଲେ।

ମିସ ସେଗର ଚାହୁଁଥିଲେ ଯେ ଭାରତରେ ଗର୍ଭ ନିରୋଧକ ତରିକାକୁ ବ୍ୟବହାର କରାଯାଉ। ତାଙ୍କୁ ଜଣାଥିଲା ଯେ ଏହି ଅଭିଯାନକୁ ଗାନ୍ଧୀଜୀ ସମର୍ଥନ କରିବେ ନାହିଁ। ଯେତେବେଳେ ମାର୍ଗରେଟ ଆଶ୍ରମରେ ପହଞ୍ଚିଥିଲେ, ଗାନ୍ଧୀଜୀ ତାଙ୍କୁ ସ୍ୱାଗତ କରିଥିଲେ। ହେଲେ ସେହି ଦିନ ଗାନ୍ଧୀଜୀଙ୍କର ମୌନ, ଧ୍ୟାନ ଓ ପ୍ରାର୍ଥନାର ଦିନ ଥିଲା। କୌଣସି ଆଲୋଚନା ହୋଇପାରିନଥିଲା ମାର୍ଗରେଟଙ୍କୁ ଅତିଥି କକ୍ଷକୁ ପହଞ୍ଚାଇ ଦିଆଯାଇଥିଲା।

ରବର୍ଟ ପେନଙ୍କ ପୁସ୍ତକ ‘ଲାଇଫ ଡେଥ ଅଫ ମହତ୍ମା ଗାନ୍ଧୀ’ ଅନୁସାରେ ଆଶ୍ରମର ପରିବେଷ ସେଗରଙ୍କୁ ଖୁବ୍ ଭଲ ଲାଗିଥିଲା। ସେଠାରେ ଜଳସେଚନ ପାଇଁ କାଠର ଚକ ବ୍ୟବହାର କରାଯାଉଥିଲା। ହେଲେ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେ ଗାନ୍ଧୀଜୀ କାହିଁକି ମେସିନ ପସନ୍ଦ କରୁନଥିଲେ। ସେଠାରେ ସେ ଏହା ମଧ୍ୟ ଅନୁଭବ କରିଥିଲେ ଯେ ଗାନ୍ଧୀଜୀଙ୍କ ଚାରିପାଖେ ଏକ ଉତ୍ତମ ବାତାବରଣ ରହିଥିଲା।

ଗୋଟିଏ ଦିନ ପରେ ଯେତେବେଳେ ମାର୍ଗରେଟ ଗାନ୍ଧୀଜୀଙ୍କୁ ଭେଟିଥିଲେ ସେ ତାଙ୍କର ତର୍କର ସହ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ଗାନ୍ଧୀଜୀଙ୍କ ନିକଟରେ କେବଳ ଗୋଟିଏ ସିନ୍ଧାନ୍ତ ଥିଲା ଯାହା ଆଗରେ ମାର୍ଗରେଟଙ୍କ ସବୁ ତର୍କ ଫେଲ ମାରିଥିଲା। ଗାନ୍ଧୀଜୀଙ୍କ ଦୃଷ୍ଟିରେ ସନ୍ତାନ ଉଦ୍ଦେଶ୍ୟରେ ଅତିରିକ୍ତ ସମ୍ଭୋଗ ପାପ। କୌଣସି ଦମ୍ପତ୍ତି ବୈବାହିକ ଜୀବନରେ ତିନିରୁ ଚାରି ଥର ସମ୍ଭୋଗ କରିବା ଭଲ। କାରଣ ପରିବାର ପାଇଁ ତିନିରୁ ଚାରି ସନ୍ତାନ ହେବା ଆବଶ୍ୟକ। ଗର୍ଭ ନିରୋଧକର ଏକମାତ୍ର ଉପାୟ ହେଉଛି ଦମ୍ପତ୍ତିଙ୍କୁ ସମ୍ପୂର୍ଣ୍ଣ ଭାବେ ବ୍ରହ୍ମଚର୍ଯ୍ୟ ପାଳନ କରିବା। ଯଦି ବାସ୍ତବରେ ପିଲାର ଆବଶ୍ୟକ ହୁଏ ତେବେ ସମ୍ଭୋଗ କରନ୍ତୁ।
