ଚଳନ୍ତା ଟ୍ରେନରେ ମହିଳାଙ୍କ ପ୍ରସବ କରାଇଲେ ଟିଟିଇ,ଚାରିଆଡୁ ମିଳିଲା ପ୍ରଶଂସା

ନୂଆଦିଲ୍ଲୀ,୧୪।୬: ବହୁବାର ଆପଣମାନେ ଶୁଣିଥିବେ କିମ୍ବା ପଢିଥିବେ ଟଙ୍କା ନେଇ ଟିଟିଇ ଟ୍ରେନର ବର୍ଥ ବିକ୍ରି କରିଦେଇଥାନ୍ତି ତ କିମ୍ବା କୌଣସି ଯାତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଖବର ଦେବାକୁ ଯାଉଛୁ ତାହା ସବୁଠାରୁ ଭିନ୍ନ। ଟିଟିଇ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ଜାଣିକି ଆପଣ କେବଳ ତାଙ୍କୁ ପ୍ରଶଂସା କରିବେ ତାହା ନୁହେଁ ରେଲଓ୍ବେର ଦିଲ୍ଲୀ ଡିଭିଜନର ଟିଟିଇ ଏଚଏସ୍ ରାଣା ଚଳନ୍ତା ଟ୍ରେନରେ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇଛନ୍ତି।

ଟ୍ରେନରେ ଯାତ୍ରା କରିବା ବେଳେ ଜଣେ ମହିଳା ଅଚାନକ ଭାବରେ ପ୍ରସବ ପୀଡା ଆରମ୍ଭ ହୋଇଥିଲା। ମହିଳାଙ୍କ ସ୍ଥିତିକୁ ଦେଖି ଲୋକମାନେ ଟ୍ରେନର ଟିଟିଇଙ୍କ ଏଚଏସ ରାଣାଙ୍କୁ ସୂଚନା ଦେଇଥିଲେ। ଯାହାପରେ ସେ ତୁରନ୍ତ ଟିକେଟ୍ ଲିଷ୍ଟ ଦେଖି ଟ୍ରେନରେ କେହି ଡାକ୍ତର ଅଛନ୍ତି କି ନାହିଁ ତାହା ତଲାସୀ ନେଇଥିଲେ। କିନ୍ତୁ ଜଣେ ମଧ୍ୟ ଡାକ୍ତର ମିଳିନଥିଲେ। ମହିଳାଙ୍କ ସ୍ଥିତି ଦେଖି ଟିଟିଇ ବିଳମ୍ବ ନକରି ନିଜେ ମହିଳାଙ୍କ ପ୍ରସବ କରାଇଥିଲେ।
INDIAN RAILWAYS, SERVING PASSENGERS WITH SMILE : TTE of delhi division Shri H.S.Rana helped a woman deliver baby at night, with help of co-passengers, when no doctor could be found on train. His Samaritan and humanitarian act makes us feel proud. pic.twitter.com/9IgbKdpHJ4
— Ministry of Railways (@RailMinIndia) June 14, 2019
ଅନ୍ୟ ଯାତ୍ରୀଙ୍କ ସାହାର୍ଯ୍ୟ ନେଇ ଟିଟିଇ ଜଣକ ମହିଳାଙ୍କ ପ୍ରସବ କରାଇଥିଲେ। ସବୁଠାରୁ ବଡ କଥା ହେଉଛି ଟ୍ରେନରେ ପ୍ରସବ ହେବାପରେ ମଧ୍ୟ ମା’ ଓ ଶିଶୁ ଦୁହେଁ ସୁସ୍ଥ ଏବଂ ଭଲ ଅଛନ୍ତି। ଟ୍ରେନରେ ଶିଶୁଟି ଜନ୍ମହେବା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା।ଲୋକମାନେ ତାଳି ବଜାଇ ଟିଟିଇଙ୍କୁ ପ୍ରଶଂସା କରିଥିଲେ। ଏପରିକି ରେଲଓ୍ବେ ପକ୍ଷରୁ ମଧ୍ୟ ଟିଟିଇଙ୍କୁ ଟ୍ବିଟ୍ କରି ଖୁବ୍ ପ୍ରଶଂସା କରାଯାଇଛି।