ନୂଆଦିଲ୍ଲୀ,୦୩/୦୩; ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଙ୍କ ମୃତ୍ୟୁ ପରେ, ଇରାନ ତାଙ୍କ ଉତ୍ତରାଧିକାରୀଙ୍କୁ ଖୋଜିବା ଆରମ୍ଭ କରିଛି । ତଥାପି, ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । ଖାମେନେଙ୍କ ମୃତଦେବୃହ କେଉଁଠି ? ଇରାନ ଏପର୍ଯ୍ୟନ୍ତ ତାଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ କୌଣସି ଅପଡେଟ୍ ଦେଇନାହିଁ । ଫେବୃଆରୀ ୨୮ରେ ଇସ୍ରାଏଲ ଏବଂ ଆମେରିକା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ସରକାରୀ ବାସଭବନରେ ଆକ୍ରମଣ କରି ହତ୍ୟା କରିଥିଲେ । ତାଙ୍କ ମୃତ୍ୟୁକୁ ୪୮ ଘଣ୍ଟାକୁ ଅଧିକ ସମୟ ବିତିଗଲାଣି ହେଲେ ତାଙ୍କ ଡେଡ୍‌ବଡି କେଉଁଠି ସେ ନେଇ କୌଣସି ସୂଚନା ମିଳିନାହିଁ ।

ଶେଷ ଥର ପାଇଁ ମୃତଦେହ ଦେଖିଥିଲେ ଟ୍ରମ୍ପ ଏବଂ ନେତାନ୍ୟାହୁ-  ମାସ ମାସ ଧରି ସିଆଇଏ ବା କେନ୍ଦ୍ରୀୟ ଆମେରିକୀୟ ଏଜେନ୍ସି ଖାମେନେଇଙ୍କ ସହ ଅନ୍ୟ ଟପ୍ ଲିଡରଙ୍କୁ ଟ୍ରାକ୍ କରିଥିଲା । ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । କେଉଁଠି ମିଟିଂ କରୁଛନ୍ତି,କାହାକୁ ଭେଟୁଛନ୍ତି ସବୁର ଟିକନିକ ତଥ୍ୟ ଯୋଗାଡ କରୁଥିଲେ ଇସ୍ରାଏଲ-ଆମେରିକା ଗୁପ୍ତଚର ଏଜେନ୍ସିଂ । ଫୁଲଫ୍ରୁଫ ପ୍ଲାନ କରି ପରେ ଇରାନ ଉପରେ ଆକ୍ରମଣ ହୋଇଥିଲା । ସିଆଇଏ ଜାଣିବାକୁ ପାଇଥିଲା ଯେ ଫେବୃଆରୀ ୨୮ ତାରିଖରେ କେନ୍ଦ୍ରୀୟ ତେହେରାନରେ ଏକ ପରିସରରେ ଇରାନୀ ଅଧିକାରୀଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଆଉ ପ୍ଲାନ ଅନୁସାରେ ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଖାମେନେଇଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରିଥିଲେ । ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହା ସହିତ ଖାମେନେଇଙ୍କ ଘନିଷ୍ଠ, ବିଶ୍ୱସ୍ତ, ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ମହମ୍ମଦ ପାକପୁର ଏବଂ ସୁରକ୍ଷା ପରାମର୍ଶଦାକା ଅଲ୍ଲୀ ଶାମଖାନିଙ୍କ ସହ ବୈଠକ ବେଳେ ବୋମାମାଡ ହୋଇଥିଲା । କମ୍ପ୍ଲେକ୍ସ ଧ୍ୱଂସ ହୋଇଥିଲା । ସେଥିରେ ୮୬ ବର୍ଷୀୟ ଖାମେନେଇଙ୍କର ମୃତ୍ୟୁ ହୋଇଥିଲା । ଆମେରିକା ରିପୋର୍ଟ ଅନୁଯାୟୀ ଖାମେନେଇଙ୍କ ବିକୃତ ଶରୀରକୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇଥିଲା । ଯାହାର ଫଟୋ ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଯାଇଥିଲା । ମୋସାଦ ଏଜେଣ୍ଟ ମୃତଦେହକୁ କବଜାକୁ ନେଇଥିଲେ । ସେବେଠୁ ଖାମେନେଇଙ୍କ ମୃତଦେହର ବର୍ତ୍ତମାନ ଅବସ୍ଥା ଏବଂ ସ୍ଥାନ ବିଷୟରେ କୌଣସି ଠୋସ୍ ସୂଚନା ମିଳିନାହିଁ । ତାଙ୍କ ଅନ୍ତିମ ସଂସ୍କାର ସମୟ କିମ୍ବା ସ୍ଥାନ ବାବଦରେ ଇରାନ ଚୁପ ରହିଛି । ତାଙ୍କ ଶେଷକୃତ୍ୟ ବେହେସ୍ତ- ଜାହରା ହେବ ବୋଲି କୁହାଯାଉଛି । ଯୁଦ୍ଧ ଗମ୍ଭୀରତାକୁ ଦେଖି ଇରାନ ଖାମେନେଇଙ୍କ ଅନ୍ତିମ ସଂସ୍କାର ସ୍ଥଗିତ ରଖିଥିବାର ସମ୍ଭାବନା ରହିଛି । କେଉଁଠି ଅଛି ଖାମେନେଇଙ୍କ ମୃତଦେହ । କିଏ କରିଦେଲା ଗାଏବ । ଟ୍ରମ୍ପ ନା ନେତାନ୍ୟାହୁ କିଏ ରଖିଛନ୍ତି ।

ଏହା ବି ପଢନ୍ତୁ...ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଟେନ୍ସନ୍, ପୁଣି ରୁଷ ତେଲ କିଣା ବଢ଼ାଇବ ଭାରତ  

ଆମେରିକା-ଇସ୍ରାଏଲର ମିଳିତ ଏୟାରଷ୍ଟ୍ରାଇକ୍‌ରେ ଗୁରୁତର ଆହତ ହୋଇଥିବା ଖାମେନେଇଙ୍କ ପତ୍ନୀ ମନ୍‌ରେହ ଖୋଜାସ୍ତେ ବାଗେରଜାଦେହ ଆଖି ବୁଜିଛନ୍ତି । ଇରାନ୍‌ ସରକାରୀ ମିଡିଆ ଅନୁସାରେ, ଆକ୍ରମଣ ପରଠାରୁ ସେ କୋମାରେ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଶନିବାର ଆମେରିକା-ଇସ୍ରାଏଲ୍ ପକ୍ଷରୁ ଖାମେନେଇ ଥିବା ପରିସରକୁ ଟାର୍ଗେଟ୍ କରି ୩୦ଟି ବଙ୍କର ବିଧ୍ୱଂସୀ ବୋମା ପକାଯାଇଥିଲା । ସେଥିରେ ଖାମେନେଇଙ୍କ ସମେତ ତାଙ୍କ ଝିଅ, ନାତୁଣୀ, ବୋହୂ, ଜ୍ୱାଇଁ ପ୍ରାଣ ହରାଇଥିଲେ ।