ନୂଆଦିଲ୍ଲୀ,୦୪/୦୩; ମଧ୍ୟପୂର୍ବରେ କିଛି ଦିନରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏହି ସଂଘର୍ଷର ପ୍ରଭାବ ସଂଯୁକ୍ତ ଆରବ ଏମିରେଟ୍ସ ସହର ଆବୁଧାବି ଏବଂ ଦୁବାଇ ଯାଏ ପହଞ୍ଚିଛି । ଯାହାକୁ ସାଧାରଣତଃ ସୁରକ୍ଷିତ ଠିକଣା ଏବଂ ବୈଶ୍ୱିକ ସଂଘର୍ଷରେ ମଧ୍ୟରେ ନିରାପଦର ସ୍ୱର୍ଗ ବୋଲି ବିବେଚନା କରାଯାଏ । ଏଗୁଡିକ ଯୁଦ୍ଧରୁ ଦୂରରେ ରୁହନ୍ତି । ଆମେରିକା-ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଅନେକ ପ୍ରମୁଖ ଇରାନୀ ପ୍ରତିଷ୍ଠାନକୁ ଟାର୍ଗେଟ କରିଛି । ଜବାବରେ ଇରାନ ଉପସାଗରୀୟ ଦେଶ ଏବଂ ଆମେରକୀୟ ସାମରିକ ଘାଟି ସମେତ ସମଗ୍ର ଅଞ୍ଚଳରେ ପ୍ରତିଶୋଧୂଳକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଜାରି ରଖିଛି । ମିସାଇଲ ଏବଂ ଡ୍ରୋନ୍ ମାଡରେ ଦୁବାଇରୁ ଦୋହା ଦୋହଲୁଛି । ବିଶ୍ୱ ସଂଘର୍ଷ ଭିତରେ ଚିନ୍ତା ବଢିଛି । ତୃତୀୟ ବିଶ୍ୱଯୁଦ୍ଧ ଭୟ ବଢିଛି । ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିଥିବା ଉତ୍ତଜନା ଭିତରେ ଜାଣନ୍ତୁ ବିଶ୍ୱର ୧୦ ସୁରକ୍ଷିତ ଦେଶ ବିଷୟରେ
ଏହା ବି ପଢନ୍ତୁ...ଇରାନର ନୂଆ ସୁପ୍ରିମ ଲିଡରଙ୍କୁ ଶେଷ କରି ଦେବୁ,ଇସ୍ରାଏଲର ଖୋଲା ଧମକ
ବିଶ୍ୱରେ ୧୦ ସୁରକ୍ଷିତ ସହର
୧. କିଙ୍ଗଦାଓ,ଚୀନ, ଶେଡୋଙ୍ଗ୨. ଆବୁଧାବି, ୟୁନାଇଟେଡ ଆରବ ଏମିରେଟ୍ସ୩. ଦୋହା , କତର୪.ଶାରଜା,ୟୁନାଇଟେଡ ଆରବ ଏମିରେଟ୍ସ୫. ଦୁବାଇ, ୟୁନାଇଟେଡ ଆରବ ଏମିରେଟ୍ସ୬.ତାଇପେଇ, ତାଇୱାନ୭.ମାନାମା, ବାହାରିନ୮.ମସ୍କଟ୍, ଓମାନ୯.ହେଗ (ଡେନ୍ ହାଗ୍), ନେଦରଲ୍ୟାଣ୍ଡ୧୦.ଆଇଣ୍ଡହୋଭେନ୍, ନେଦରଲ୍ୟାଣ୍ଡସ୍
ବିଶ୍ୱର ୧୦ଟି ସୁରକ୍ଷିତ ଦେଶ
୧ - ଆଇସଲ୍ୟାଣ୍ଡ: ବିଶ୍ୱ ଶାନ୍ତି ସୂଚକାଙ୍କ ଅନୁଯାୟୀ, ଆଇସଲ୍ୟାଣ୍ଡ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ଭାବରେ ପ୍ରଥମ ସ୍ଥାନରେ ରହିଛି । ଏହାର ସ୍କୋର ହେଉଛି ୧.୦୯୫ ।
୨ - ଆୟର୍ଲାଣ୍ଡ: ତାଲିକାରେ ଦ୍ୱିତୀୟ, ଆୟର୍ଲାଣ୍ଡ ସ୍କୋର ୧.୨୬ ରହିଛି ।
୩ - ନ୍ୟୁଜିଲାଣ୍ଡ: ଏହି ଦେଶ ୧.୨୮୨ ସ୍କୋର ସହିତ ତୃତୀୟ ସ୍ଥାନରେ ଅଛି ।
୪ - ଅଷ୍ଟ୍ରିଆ, ସ୍ୱିଜରଲ୍ୟାଣ୍ଡ: ଅଷ୍ଟ୍ରିଆ ଏବଂ ସ୍ୱିଜରଲ୍ୟାଣ୍ଡର ରାଙ୍କିଂ ତାଲିକାରେ ଚତୁର୍ଥ ସ୍ଥାନରେ ଅଛି । ସ୍କୋର ହେଉଛି ୧.୨୯୪ ।
୬ - ସିଙ୍ଗାପୁର: ଏହି ଦେଶ ଷଷ୍ଠ ସ୍ଥାନରେ ଅଛି । ସ୍କୋର ହେଉଛି ୧.୩୫୭ ।
୭ - ପର୍ତ୍ତୁଗାଲ: ବିଶ୍ୱ ଶାନ୍ତି ସୂଚକାଙ୍କ ଅନୁଯାୟୀ, ଏହି ଦେଶ ୧.୩୭୧ ସ୍କୋର କରିଛି ।
୮ - ଡେନମାର୍କ: ଏହି ଦେଶ ୧.୩୯୩ ସ୍କୋର କରିଛି।
୯ - ସ୍ଲୋଭେନିଆ: ୯ମ ସ୍ଥାନରେ ଅଛି । ସ୍କୋର ହେଉଛି ୧.୪୦ ୯।
୧୦ - ଫିନଲ୍ୟାଣ୍ଡ: ଫିନଲ୍ୟାଣ୍ଡ ୧.୪୨ ସ୍କୋର ସହ ୧୦ମ ସ୍ଥାନରେ ରହିଛି ।