ନୂଆଦିଲ୍ଲୀ,୪।୩: ଇରାନର ନୂଆ ସୁପ୍ରିମ ଲିଡର ମଧ୍ୟ ଆମ ଟାର୍ଗେଟରେ ଅଛନ୍ତି। ଆମେ ତାଙ୍କୁ ମଧ୍ୟ ଶେଷ କରିଦେବୁ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏଭଳି ଏକ ଖୋଲା ଧମକ ଦେଇଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଏଭଳି ଏକ ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି,ଇରାନରେ ନିଯୁକ୍ତ ଏଭଳି କୌଣସି ନୂଆ ନେତା,ଯିଏକି ଆମ ଦେଶକୁ ନଷ୍ଟ କରିବାର ଯୋଜନାକୁ ଆଗକୁ ବଢାଇବେ,ତାଙ୍କୁ ସିଧା ସଳଖ ଟାର୍ଗେଟ କରାଯିବ। ସେ କହିଛନ୍ତି,ଏହାଦ୍ବାରା କୌଣସି ଫରକ ପଡେନି ତାଙ୍କ ନାଁ କ’ଣ କିମ୍ବା ସେ କେଉଁଠି ଲୁଚିଛନ୍ତି। ଉଲ୍ଲେଖନୀୟ ଯେ,ଖାମେନେଇଙ୍କ ପୁଅ ମୁଜତବା ଇରାନର ନୂଆ ସୁପ୍ରିମ ଲିଡର ହୋଇଥିବାର ଖବର ଆସୁଛି। ଇସ୍ରାଏଲର ଏହି ଧମକ ପରେ ଭାରତରେ ଥିବା ଇରାନୀ ଦୂତାବାସ ଏହି ରିପୋର୍ଟକୁ ଖଣ୍ଡନ କରି କହିଛି ଉତ୍ତରାଧିକାରୀ ସମ୍ପର୍କରେ ଚାଲିଥିବା ଆଲୋଚନାର କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମୋଜତବା ଦେଶର ସୁପ୍ରିମ ଲିଡର ନୁହଁନ୍ତି।
ଆମେରିକା ପ୍ରତିରକ୍ଷା ମନ୍ତ୍ରୀ କାଟଜ କହିଛନ୍ତି ଆମେ ନିଜର ଆମେରିକୀୟ ସହଯୋଗୀଙ୍କ ସହ ମିଶି ଶାସନ କ୍ଷମତାକୁ ଦବାଇବା ପାଇଁ ସବୁ କାମ ଜାରି ରଖିବୁ। ଆମକୁ ଏଭଳି ପରିସ୍ଥିତି ସୃଷ୍ଟି କରିବାକୁ ହେବ, ଯାହାଦ୍ବାରା ଇରାନର ଲୋକ ଏହାକୁ ମୂଳପୋଛ କରିବା କିମ୍ବା ବଦଳାଇ ପାରିବେ। ଏହି ବୟାନ ଏଭଳି ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଓ ଇରାନ ଭିତରେ ସାମରିକ ବିବାଦ ଚରମ ସୀମାରେ ରହିଛି।
ଉଲ୍ଲେଖନୀୟ ଯେ,କିଛି ମିଡିଆ ଖବରରେ ଦାବି କରାଯାଇଥିଲା ଯେ,ଆସେମ୍ବଲି ଓ ଏକ୍ସପର୍ଟ ଦିବଂଗତ ଅଲ୍ଲୀ ଖାମେନେଇଙ୍କ ପୁଅ ମୁଜତବା ଖାମେନେଇଙ୍କୁ ଇସ୍ଲାମିକ୍ ଗଣରାଜ୍ୟର ନୂଆ ସୁପ୍ରିମ ଲିଡର ଭାବରେ ଚୟନ କରିଛନ୍ତି। ଏପଟେ ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପଞ୍ଚମ ଦିନରେ ପହଁଞ୍ଚିଛି। ବୁଧବାର ତେହରାନରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଇରାନର ସରକାରୀ ଟିଭି କହିଛି ସକାଳେ ତେହରାନର ଆଖପାଖରେ ବିସ୍ଫୋରଣ ହୋଇଛି। ସେଭଳି ଇସ୍ରାଏଲ କହିଛି ଇରାନ ପକ୍ଷରୁ ମାଡ କରାଯାଇଥିବା ମିସାଇଲ କାରଣରୁ ତାକୁ ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିବାକୁ ପଡିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଏହି ଯୁଦ୍ଧ ବହୁ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଜାରି ରହିପାରେ। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଇରାନରେ ପ୍ରାୟ ୮୦୦ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ଭିତରୁ କିଛି ଏଭଳି ମଧ୍ୟ ରହିଛନ୍ତି,ଯାହାଙ୍କୁ ଟ୍ରମ୍ପ ଇରାନର ଭବିଷ୍ୟତକୁ ସମ୍ବାଳୁଥିବା ନେତା ବୋଲି ମାନିଥିଲେ।