- ଗାନ୍ଧୀ ପରିବାର ପ୍ରେମ କାହାଣୀ
- ଇନ୍ଦିରାଙ୍କ ଠାରୁ ପ୍ରିୟଙ୍କାଙ୍କ ଯାଏ କରିଛନ୍ତି ପ୍ରେମ ବିବାହ
ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ତଥା ଓ୍ବାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରାଙ୍କ ପୁଅ ରୋହନଙ୍କ ନିର୍ବନ୍ଧକୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋହନ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଝିଅ ଅଭିଭାଙ୍କୁ ବିବାହ କରିବାକୁ ଯାଉଛନ୍ତି । ନିକଟରେ ସେମାନଙ୍କର ନିର୍ବନ୍ଧ ସରିଛି । ସୋମବାର ଦିଲ୍ଲୀରେ ସେମାନଙ୍କ ନିର୍ବନ୍ଧ ସରିଛି । ଉଭୟ ପିଲାଦିନର ବନ୍ଧୁ । ଦୀର୍ଘଦିନ ପ୍ରେମ ସମ୍ପର୍କରେ ରହିବା ପରେ ଏବେ ସେମାନଙ୍କର ବିବାହ ହେବାକୁ ଯାଉଛି । ତେବେ ଆସନ୍ତୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜାଣିବା , ଗାନ୍ଧୀ ପରିବାର କେଉଁମାନେ ପ୍ରେମ କରି ବାହା ହୋଇଛନ୍ତି ।
ଫିରୋଜ ଗାନ୍ଧୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରେମ ବିବାହ -
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫିରୋଜ ଗାନ୍ଧୀଙ୍କ ସହିତ ପ୍ରେମ ବିବାହ ହୋଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହି ବିବାହ ସପକ୍ଷରେ ନଥିଲେ। କାରଣ ଫିରୋଜ ଗାନ୍ଧୀଙ୍କ ପରିବାର ବହୁତ ସାଧାରଣ ଥିଲା। କୁହାଯାଏ ଯେ ଇନ୍ଦିରାଙ୍କ ମାତା କମଳା ନେହେରୁ ମଧ୍ୟ ଫିରୋଜ ଗାନ୍ଧୀଙ୍କୁ ନାପସନ୍ଦ କରୁଥିଲେ। ପାରିବାରିକ ମତଭେଦକୁ ଅଣଦେଖା କରି, ଇନ୍ଦିରା ଗାନ୍ଧୀ ଫିରୋଜ ଗାନ୍ଧୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଏହି ଖବର ସେତେବେଳେ ଜଣାପଡିଲା ଯେତେବେଳେ ଖବରକାଗଜ, ଦି ଲିଡର "ମିସ୍ ଇନ୍ଦିରା ନେହେରୁଙ୍କ ନିର୍ବନ୍ଧ " ଲେଖାକୁ ପ୍ରମୁଖ ଭାବରେ ପ୍ରକାଶ କରିଥିଲା। ନିର୍ବନ୍ଧ ଖବର ପରେ, ଜବାହରଲାଲ ନେହେରୁ ଏହି ସମ୍ପର୍କକୁ ଗ୍ରହଣ କରିଥିଲେ। ଏହି ଦମ୍ପତି ୨୬ ମାର୍ଚ୍ଚ, ୧୯୪୨ ରେ ଆଲାହାବାଦର ଆନନ୍ଦ ଭବନରେ ବିବାହ କରିଥିଲେ।
ଚର୍ଚ୍ଚାରେ ଥିଲା ସୋନିଆ-ରାଜୀବଙ୍କ ପ୍ରେମ କାହାଣୀ-
କେମ୍ବ୍ରିଜରେ ପଢିବା ସମୟରେ ରାଜୀବ ଗାନ୍ଧୀଙ୍କ ସୋନିଆ ଗାନ୍ଧୀଙ୍କ ସହ ବନ୍ଧୁତା ସ୍ଥାପନ ହୋଇଥିଲା । ପ୍ରଥମେ ବନ୍ଧୁତା ଏବଂ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମ୍ପର୍କ ଶୀଘ୍ର ବିବାହରେ ପରିଣତ ହୋଇଥିଲା। ସୋନିଆ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ପ୍ରେମ କାହାଣୀ ବହୁତ ଚର୍ଚ୍ଚାରେ ଥିଲା । ପ୍ରାରମ୍ଭରେ ରାଜୀବ ଗାନ୍ଧୀ ସୋନିଆ ଗାନ୍ଧୀଙ୍କଠାରୁ ତାଙ୍କର ପାରିବାରିକ ପୃଷ୍ଠଭୂମି ଲୁଚାଇ ରଖିଥିଲେ, କିନ୍ତୁ ପରେ, ତାଙ୍କ ମାଆ ଇନ୍ଦିରା ଗାନ୍ଧୀଙ୍କ କଥା ଉଠାଇ ସେ ତାଙ୍କୁ କହିଥିଲେ ଯେ ତାଙ୍କ ମାଆ ଭାରତର ପ୍ରଧାନମନ୍ତ୍ରୀ। ସୋନିଆ ଗାନ୍ଧୀଙ୍କ ବାପା ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ବିବାହକୁ ବିରୋଧ କରିଥିଲେ । ସୋନିଆଙ୍କ ବାପା ୨୫ ଫେବୃଆରୀ ୧୯୬୮ରେ ସେମାନଙ୍କ ବିବାହରେ ଯୋଗ ଦେଇ ନଥିଲେ । ଏହି ସମ୍ପର୍କରେ ଗାନ୍ଧୀ ପରିବାରର କୌଣସି ଆପତ୍ତି ନଥିଲା ।
ମେନକା ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀଙ୍କ ବିବାହ-
ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ପ୍ରେମ ବିବାହ କରିଥିଲେ । ସେ ମଡେଲ ମେନକା ଗାନ୍ଧୀଙ୍କୁ ବିବାହ କରିଥିଲେ । ସଞ୍ଜୟ ଗାନ୍ଧୀ ମେନକା ଗାନ୍ଧୀଙ୍କ ବୋଲ୍ଡ ବିଜ୍ଞାପନ ଦେଖି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ପରେ ସେମାନେ ସମ୍ପର୍କୀୟ ଭାଇଙ୍କ ବିବାହରେ ସାକ୍ଷାତ କରିଥିଲେ । ଇନ୍ଦିରା ଗାନ୍ଧୀ ମେନକା ଗାନ୍ଧୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଉଭୟ ପରିବାରର ସମ୍ମତି ପରେ ଉଭୟ ବିବାହ ୨୯ ସେପ୍ଟେମ୍ବର ୧୯୭୪ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
ରୋବର୍ଟ ଭଦ୍ରା- ପ୍ରିୟଙ୍କାଙ୍କ ପ୍ରେମ କାହାଣୀ-
ରେହାନଙ୍କ ମାଆ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରବର୍ଟ ଭଦ୍ରାଙ୍କ ସହିତ ପ୍ରେମ ବିବାହ ହୋଇଥିଲା । ସେମାନେ ୧୯୯୧ ମସିହାରେ ଜଣେ ଘନିଷ୍ଠ ବନ୍ଧୁଙ୍କ ଘରେ ସାକ୍ଷାତ କରିଥିଲେ । ରବର୍ଟ ଏବଂ ପ୍ରିୟଙ୍କା ୧୮ ଫେବୃଆରୀ ୧୯୯୭ ରେ ବିବାହ କରିଥିଲେ । ବିବାହରେ ପ୍ରିୟଙ୍କା ତାଙ୍କ ଜେଜେମାଙ୍କ ଶାଢ଼ୀ ପିନ୍ଧିଥିଲେ । ରବର୍ଟ ହେଉଛନ୍ତି ଏକ ଷ୍ଟିଲ୍ ବ୍ୟବସାୟର ମାଲିକ ।