କ୍ରିକେଟ ଖେଳିବା ହେଲା କାଳ, ବଜ୍ରପାତରେ ପ୍ରାଣ ହରାଇଲେ ଯୁବକ

ଗୁଡଭେଲା-୧୮/୩: କ୍ରିକେଟ ଖେଳିବା ହେଲା କାଳ ବଜ୍ରପାତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ତୁଷୁରା ଥାନା ଅନ୍ତର୍ଗତ ଟାପସୁଗୁଡା ଗ୍ରାମର ୨୬ ବର୍ଷୀୟ ଶ୍ରୀନିବାସ ଭୋଇ। ସୂଚନା ଅନୁସାରେ ଟାପସୁଗୁଡା ଗ୍ରାମର କିଛି ଯୁବକ ସନ୍ଧ୍ୟା ସମୟ ଗାଁ ନିକଟସ୍ଥ ଖେଳ ପଡ଼ିଆରେ କ୍ରିକେଟ ଖେଳୁ ଥିଲେ।
ଏହି ସମୟ ପଶ୍ଚିମା ଝଡ ପ୍ରଭାବରେ ଜୋରରେ ପବନ ବହିବା ସହ ବଜ୍ରାଘାତ ହୋଇଥିଲା। ଫଳରେ ପଡିଆରେ ଖେଳୁଥିବା ଶ୍ରୀନିବାସଙ୍କ ଉପରେ ବଜ୍ର ପଡିଥିଲା। ଏହାପରେ ସାଥି ଖେଲାଳି ଓ ଗ୍ରାମର ଲୋକମାନେ ଗୁଡଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।