PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଟ୍ରେନରେ ଯାତ୍ରା ବେଳେ ଖୁବ୍ ଜରୁରୀ ଏହି ପରିଚୟ ପତ୍ର,ଜାଣି ରଖନ୍ତୁ

ନୂଆଦିଲ୍ଲୀ,୩୧।୫: ଯଦି ଆପଣ ଖରା ଦିନେ ଛୁଟିରେ ଟ୍ରେନରେ କୁଆଡେ ଯାତ୍ରା କରୁଛନ୍ତି ତେବେ ଏହି ଖବର ଖୁବ୍ ଜରୁରୀ। ଟ୍ରେନରେ ଯାତ୍ରା କରିବା ବେଳେ ସବୁ ପ୍ରକାର ଟିକେଟରେ ପରିଚୟ ପତ୍ର ଦେଖାଇବା ଖୁବ୍ ଜରୁରୀ। ଯଦି ଆପଣ ଏଭଳି କରିବାରେ ଅସଫଳ ତେବେ ଆପଣଙ୍କୁ ବଡ ଅସୁବିଧାର ସାମନା କରିବାକୁ ପଡିପାରେ। ଯଦିଓ ଏଭଳି ଏକ ନିୟମ ମଧ୍ୟ ରହିଛି ଯେ, ଯାହା ଜରିଆାରେ ଆପଣ ଟ୍ରେନରେ ଯାତାୟତ କରିବା ସମୟରେ ପରିଚୟ ପତ୍ର ଦେଖାଇବା ଫଳରେ କିଛି ଛାଡ କରାଯାଇଥାଏ। ଯାତ୍ରୀମାନେ ଯାତ୍ରା ସମୟରେ ଏମ-ଆଧାରକାର୍ଡକୁ ପରିଚୟ ପତ୍ର ଭାବରେ ବ୍ୟବହାର କରିପାରିବେ।

ଆଇଆରସିଟିସି ୂପକ୍ଷରୁ କୁହାଯାଇଥିବା ନୂଆ ନିମୟ ଅନୁସାରେ, ଯଦି ଆପଣ ଟ୍ରେନରେ ଏକାକୀ ଯାଉଛନ୍ତି ତେବେ ଟିଟିଇ ମାଗିବା ସମୟରେ ଆପଣଙ୍କୁ ନିଜର ଆଇଡି ଫ୍ରୁଫ୍ ଦେବାକୁ ହେବ। ସେଭଳି ଯଦି ଆପଣ ଗ୍ରୁପରେ ଯାତ୍ରା କରୁଛନ୍ତି ତେବେ ଯେ କୌଣସି ଜଣଙ୍କର ଆଇଡି ପ୍ରୁଫ୍ ଦେଖାଇବା ମାନ୍ୟ ଅଟେ। ଇ-ଟିକେଟ ପାଇଁ ପରିଚୟ ପତ୍ର ଦେଖାଇବା ଜରୁରୀ ହୋଇଥାଏ। ସେଭଳି ରେଲଓ୍ବେ କାଉଣ୍ଟରୁ ଟିକେଟ ନେଇ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକେଟ୍ ଯାଞ୍ଚ କରିବା ବେଳେ  ଟିଟିଇ ତାଙ୍କୁ ପରିଚୟ ପତ୍ର ମାଗିପାରନ୍ତି।

ଆଇଆରସିଟିସି ପକ୍ଷରୁ ଜାରି କରାଯାଇଥିବା ଟ୍ବିଟରେ ଏହା ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯାତ୍ରା ସମୟରେ ନିଜର ପରିଚୟ ପତ୍ରକୁ ସାଙ୍ଗରେ ଆଣିବା ଖୁବ୍ ଜରୁରୀ। କିନ୍ତୁ ଯଦି ଆପଣ ଏକାଠି ବହୁତ ଲୋକ ଯାତ୍ରା କରୁଥିଲେ ସ୍ଥିତି ଭିନ୍ନ ରହିଥାଏ। ଜଣେ ବୁକ୍ କରିଥିବା ଟିକେଟରେ ୬ ଜଣରୁ ଯଦି କାହା ପାଖରେ ପରିଚୟ ପତ୍ର ରହିଥାଏ ତେବେ ତାହା ଚଳିବ। ଯାତ୍ରା ସମୟରେ ନିଜର ପରିଚୟ ପତ୍ର ଭାବରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ପ୍ୟାନ କାର୍ଡ, ରାସନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଭଳି ୧୦ଟି ଗୁରୁତ୍ବପୂର୍ଣ୍ଣ ଜିନିଷ ମଧ୍ୟରୁ କୌଣସି ଗୋଟିଏ ନେଇକି ଯିବା ଦରକାର। ତେବେ ଏହା ଭିତରକୁ କୌଣସି ପରିଚୟ ପତ୍ରର ଜେରକ୍ସକୁ ମାନ୍ୟତା ମିଳିବନି।

ସମ୍ବନ୍ଧିତ ଖବର