ଟ୍ରମ୍ପଙ୍କୁ ଡ଼ରି ଏଲନ ମସ୍କ ଛାଡିଲେ ଫ୍ୟାଶନ ? ଏବେ ଏହି ଅନ୍ଦାଜରେ ଆସିବେ ନଜର
Published By :
pradesh
- Prameya Bureau |
October 11, 2025 05:22 PM
ନୂଆଦିଲ୍ଲୀ : ଟେସଲାର ସିଇଓ ତଥା ଦୁନିଆର ସବୁଠୁ ଚର୍ଚ୍ଚିତ ବିଜନେସମ୍ୟାନ ଏଲନ ମସ୍କ ଅନେକ ସମୟରେ ଟି-ସାର୍ଟରେ ନଜର ଆସନ୍ତି , କିନ୍ତୁ ନିକଟରେ ତାଙ୍କର ଲୁକ୍ରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆମେରିକୀୟ କଂଗ୍ରେସରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ୱୋଧନ ବେଳେ ମସ୍କ ସୁଟ୍ ପିନ୍ଧି ପହଞ୍ଚି ଥିଲେ , ଯେଉଁଥି ପାଇଁ ମିଡ଼ିଆରେ ଅଟକଳର ବଜାର ସରଗରମ୍ ହୋଇଛି।
ଫକ୍ସ ନ୍ୟୁଜ୍ର ହ୍ୱାଇଟ୍ ହାଉସ୍ ସାମ୍ୱାଦିକ ପିଟର ଡ୍ୟୁସି ଏହାକୁ ନେଇ ସୁନ୍ଦର ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ,ଟ୍ରମ୍ପ କଣ ଏଥିରେ ମସ୍କଙ୍କୁ ଡ଼ରାଇ ଦେଇଛନ୍ତି ଯେ, ନିଜର କାଜୁଆଲ ଷ୍ଟାଇଲ ଛାଡ଼ି ଫର୍ମାଲ ଡ୍ରେସ୍ ପିନ୍ଧିବାକୁ ଭଲ ଭାବିଲେ ? ଉଲ୍ଲେଖନୀୟ ଯେ, ନିକଟରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ହ୍ୱାଇଟ୍ ହାଉସ୍ରେ ଟାଇ ନପିନ୍ଧିବା କାରଣରୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା, ଯାହାକି ଏଲନ ମସ୍କଙ୍କୁ ଏମିତି ହିଁ ଡ୍ରେସିଂ ସେନ୍ସ ସତ୍ତ୍ୱେ କେବେ କିଛି କୁହାଯାଇ ନାହିଁ।

ଡ୍ୟୁସି ହ୍ୱାଇଟ୍ ହାଉସ ପ୍ରେସ୍ ସଚିବ କ୍ୟାରୋଲିନ୍ ଲେଭିଟଙ୍କ ସହ ଏହି ମାମଲାରେ ପ୍ରଶ୍ନ କରିଛନ୍ତି , ସେ କହିଛନ୍ତି , ଆମକୁ ଜଣା କି କିଛି ଅଧିକାରୀ ଏହି କଥାକୁ ନେଇ ନିରାଶ ଥିଲେ ଯେ, ଜେଲେନସ୍କି ଓଭଲ ଅଫିସରେ ବିନା ସୁଟ୍ ପିନ୍ଧି ପହଞ୍ଚି ଥିଲେ, କିନ୍ତୁ ମସ୍କ କେବେ ସୁଟ୍ ପିନ୍ଧନ୍ତି ନାହିଁ। ପୁଣି ତାଙ୍କୁ ନେଇ କୌଣସି ପ୍ରଶ୍ନ ଉଠୁନାହିଁ ? ଜବାବରେ ଲେଭିଟ୍ କେବଳ ଏତିକି କହିଛନ୍ତି କି ମସ୍କ , ଟ୍ରମ୍ପଙ୍କ ଭାଷଣ ବିଳେ ସୁଟ୍ ପିନ୍ଧି ଥିଲେ।
ଏହାପରେ ଡ୍ୟୁସି୍ ଆଉଥରେ ପ୍ରଶ୍ନ କରିଛନ୍ତି କି ହ୍ୱାଇଟ୍ ହାଉସ୍ରେ ଡ୍ରେସ୍ କୋଡ୍କୁ ନେଇ କଣ ରହିଛି ନିୟମ? ସେ ଏହା ମଧ୍ୟ ପଚାରିଛନ୍ତି କି , ଜେଲେନସ୍କିଙ୍କ ପୋଷାକକୁ ନେଇ ହୋଇଥିବା ବିବାଦ ମସ୍କଙ୍କୁ ମଧ୍ୟ ନିଜ ଷ୍ଟାଇଲ୍ ବଦଳାଇବା ପାଇଁ ବାଧ୍ୟ କରି ଦେଇଛି ?ହେଲେ ,ଲେଭିଟ୍ ଏହା ଉପରେ ସିଧା ଜବାବ ଦେବାରୁ ନିବୃତ୍ତ ରହି କହିଛନ୍ତି କି ସେ କେବଳ ଏତେ କହୁଛନ୍ତି କି ମସ୍କ ଗତ ରାତିର ସୁଟ୍ ପିନ୍ଧି ଥିଲେ।
ଏଲନ ମସ୍କ ସାଧାରଣତଃ ସାର୍ବଜନିକ କାର୍ଯ୍ୟକ୍ରମରେ ଟି-ସାର୍ଟ ଓ ଜ୍ୟାକେଟ୍ ପିନ୍ଧନ୍ତି , କିନ୍ତୁ ଟ୍ରମ୍ପଙ୍କ ଏହି କାର୍ଯ୍ୟକ୍ରମରେ ତାଙ୍କର ନୂଆ ଅନ୍ଦାଜକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି କି , ଟ୍ରମ୍ପଙ୍କ ପ୍ରଭାବରେ ମସ୍କ ଆସି ଯାଇ ନାହାନ୍ତି ତ ? କିଛି ଲୋକ ଏହାକୁ ମଜାଳିଆ ଉପାୟରେ ନେଇ ଥିବା ବେଳେ ଆଉ କିଛି ଏହାକୁ ରାଜନୀତି ଓ ବ୍ୟାପାର ସମ୍ୱନ୍ଧରେ ଯୋଡ଼ିଛନ୍ତି।

ଉଲ୍ଲେଖନୀୟ ଯେ, ଏଲନ ମସ୍କ ଓ ଡୋନାଲ୍ଡ ଟ୍ରମ୍ପଙ୍କ ସଂପର୍କ ସର୍ବଦା ମଜାଳିଆ ରହିଛି। ମସ୍କ କେବେ କେବେ ଟ୍ରମ୍ପଙ୍କ ନୀତି ଗୁଡ଼ିକୁ ସମାଲୋଚନା କରିଥିବା ବେଳେ ଅନେକ ସମୟରେ ସେ ରିପବ୍ଲିକାନ ପାର୍ଟି ଓ ଟ୍ରମ୍ପଙ୍କ ସମର୍ଥକ ଥିବା ନଜର ଆସିଛନ୍ତି। ଏକ୍ସର ଅଧିଗ୍ରହଣ ପରେ ମଧ୍ୟ ସେ ଲଗାତାର ରାଜନୀତିକ ତର୍କବିତର୍କର ପାର୍ଟ ହୋଇଛନ୍ତି।
ବର୍ତ୍ତମାନ , ମସ୍କଙ୍କ ଏହି ପରିବର୍ତ୍ତନକୁ ନେଇ କୌଣସି ଅଫିସିଆଲି ବିବୃତ୍ତି ସାମ୍ନାକୁ ଆସିନାହିଁ। କିନ୍ତୁ ଏହା ସ୍ପଷ୍ଟ କି ଆମେରିକାର ରାଜନୀତିରେ ଫ୍ୟାଶନ ଓ ଡ୍ରେସିଂ ଷ୍ଟାଇଲ୍ ମଧ୍ୟ ତର୍କର ବଡ଼ ମାମଲା ହେବାକୁ ଯାଉଛି। ଏବେ ଏହା ଦେଖିବାକୁ ବାକି ରହିଲା ଯେ, ଆଗାମୀ ଥର ମସ୍କ କୌଣସି ସାର୍ବଜନିକ କାର୍ଯ୍ୟକ୍ରମରେ କେଉଁ ଅନ୍ଦାଜରେ ନଜର ଆସିବେ।