PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

‘କୋଭିଡ୍‌ ଠାରୁ ଆହୁରି ଭୟଙ୍କର ମହାମାରୀ’, ଆଗୁଆ ପ୍ରସ୍ତୁତ ରହିବାକୁ ଦେଶଗୁଡିକୁ WHOର ସତର୍କ ବାଣୀ

ନୂଆଦିଲ୍ଲୀ ୨୪/ ୦୫: ବିଶ୍ବବ୍ୟାପୀ ଚହଳ ପକାଇଥିବା କରୋନା ମହାମାରୀ ଏବେ ସ୍ଥିର ରହିଛି । ଟିକାକରଣ ଓ ସତର୍କତା କାରଣରୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସି ପାରିଛି କୋଭିଡ୍‌ ଭାଇରସ୍‌ । ଏକ ପ୍ରକାର କରୋନାର ଅନ୍ତ ଘଟିଛି ମଧ୍ୟ କହି ହେବ କିନ୍ତୁ ମହାମାରୀର ଅନ୍ତ ଘଟି ନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ ଏ ନେଇ ସତର୍କ କରାଇବା ସହିତ କହିଛନ୍ତି କି, ‘କୋଭିଡ୍-୧୯ ଠାରୁ ଆହୁରି ଭୟଙ୍କର ମହାମାରୀ ଆସିବ । ତେଣୁ ସମସ୍ତ ଦେଶ ଏଥିପାଇଁ ନିହାତି ଭାବେ ପ୍ରସ୍ତୁତ ହୋଇ ରୁହନ୍ତୁ’।

ମିଳିତ ଜାତିସଂଘ ସଂସ୍ଥାନର ବାର୍ଷିକ ବୈଠକରେ ସାମିଲ ହୋଇ ଦେଶଗୁଡିକୁ ସତର୍କ କରାଇବା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି, ‘ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଶ ଗୁଡିକ ଅଧିକ ପାଣ୍ଠି ରଖିବା ଉଚିତ । ପରବର୍ତ୍ତୀ ମହାମାରୀ ପାଇଁ ପ୍ରସ୍ତୁତ ରହିବା ସହିତ ଆବଶ୍ୟକୀୟ ସୁଧାର ଆଣିବା ଦିଗରେ କାର୍ଯ୍ୟ କରନ୍ତୁ।’

The Next Pandemic Will Be Deadlier & World Needs To Be Prepared: WHO Chief  - odishabytes
Social Media

ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି, ଏବେ ସମୟ ଆଗକୁ ବଢିବାର ଏବଂ ପରବର୍ତ୍ତୀ ମହାମାରୀକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହେବାର । ସମସ୍ତ ଦେଶ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ କରିବା ଉଚିତ । କରୋନା ଯେଉଁଭଳି ଭାବେ ପୂରା ବିଶ୍ବକୁ ଦୋହଲାଇ ଦେଲା, ପରବର୍ତ୍ତୀ ମହାମାରୀ ତା’ ଠାରୁ ଆହୁରି ସାଂଘାତିକ ହେବ । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ’।

ସୂଚନା ଥାଉ କି, ମହାମାରୀ କରୋନାକୁ କିଛି ସପ୍ତାହ ପୂର୍ବରୁ ବୈଶିକ ଜରୁରୀକାଳୀନ ସ୍ଥିତିରୁ ବାଦ୍‌ ଦିଆଯାଇଥିଲା । ଏଭଳି ଘୋଷଣା ହେବାର ମାତ୍ର କିଛି ଦିନ ପରେ WHO ପୁଣି ସତର୍କବାଣୀ ଶୁଣାଇଛି । ହୁ ମୁଖ୍ୟ କହିଛନ୍ତି, ଏବେ ଯଦି ଆମେ ପରିବର୍ତ୍ତନଶୀଳ ହୋଇ କାମ ନ କରିବା ଏବଂ ସେ ଦିଗରେ ଦୃଷ୍ଟି ନ ଦେବା ତେବେ କିଏ କରିବ? ଏବେ ଠାରୁ ଯଦି କିଛି କରା ନଯିବ ତେବେ କେବେ କରିବା?

A new consensus for the post-Covid19 world: A post-pandemic world requires  free and robust civil society | Paris Peace Forum
Social Media

ସୂଚନାଯୋଗ୍ୟ, କରୋନା ମହାମାରୀ ପୂରା ବିଶ୍ବକୁ ଦୋହଲାଇ ଦେଇଥିଲା । ପ୍ରାୟ ସମସ୍ତ ଦେଶ ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିଲେ । ଭାରତ ସମେତ ଅନେକ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡି ପଡିଥିଲା । ଯାହା କି ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇ ନାହିଁ । ଲକ୍ଷ ଲକ୍ଷ ଲୋକେ ପ୍ରାଣ ହରାଇଥିଲେ । କୋଟି କୋଟି ଜନତା ପ୍ରଭାବିତ ହୋଇଥିଲେ । ମହାମାରୀର ସେ କରାଳ ରୂପ ବିଶ୍ବବାସୀ ଯେଉଁଭଳି ଭାବେ ସାମ୍ନା କରିଥିଲେ ତାହା ପିଢି ପରେ ପିଢି ପାଇଁ ଉଦାହରଣ ହୋଇ ରହିବ । କିନ୍ତୁ ଏବେ ସମୟ ପରବର୍ତ୍ତୀ ମହାମାରୀ ପାଇଁ ସତର୍କ ରହିବାର ।

ସମ୍ବନ୍ଧିତ ଖବର