ତାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ, ମରି ବି ବଞ୍ଚିଛନ୍ତି ରାଇ

ଭୁବନେଶ୍ବର, ୨୪/୬ : ରାଇମୋହନ ପରିଡ଼ା ଏହି ନା ହିଁ ଯଥେଷ୍ଟ । ଓଡ଼ିଆ ସିନେ ଜଗତରେ ଜଣେ ଚର୍ଚ୍ଚିତ ଖଳନାୟକର ଆଖ୍ୟା ସେ ଅର୍ଜନ କରିପାରିଥିଲେ। ତାଙ୍କର ଅଭିନୟର ଯାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ଆଖିର ଚାହାଣୀ ତାଙ୍କର ବେଶ୍ ଭୟଙ୍କର ଥିଲା । ଆଉ ସେହି ଆଖିରେ ଏବେ ଆଉ କିଏ ଦୁନିଆ ଦେଖିବ। ମୃତ୍ୟୁ ପରେ ସେ ତାଙ୍କର ଆଖି ଦୁଇଟିକୁ ଦାନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ପରିବାର ଲୋକେ ପ୍ରମାଣପତ୍ରରେ ସ୍ୱାକ୍ଷର କରିଛନ୍ତି ।
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରାଇମୋହନଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ସେ ଚକ୍ଷୁଦାନ କରିଥିବାବେଳେ ତାଙ୍କ ବଡ ଝିଅଙ୍କୁ ଏ ନେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରାଇମୋହନ ନିଜର ଦୁଇଟି ଯାକ ଆଖି ଅନ୍ୟ ପାଇଁ ପ୍ରଦାନ କରିଛନ୍ତି । ମୃତ୍ୟୁ ପରେ ବି ସେ ଏବେ ଅମର ହୋଇ ରହିବେ ।