PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

କରୋନା ସଂକ୍ରମଣ ନେଇ ଚିନ୍ତାବ୍ୟକ୍ତ କଲା ଡବ୍ଲ୍ୟୁଏଚ୍‌ଓ, ବୁଷ୍ଟର ଡୋଜ୍‌ ନିଅନ୍ତୁ ସମ୍ବେଦନଶୀଳ ବର୍ଗ

Image Courtesy: India Today

ନୂଆଦିଲ୍ଲୀ,୦୨/୦୪: କରୋନା ଭୂତାଣୁ ସଂକ୍ରମଣ ଦେଶରେ ପୁଣି ଦ୍ରୁତଗତିରେ ମାଡ଼ୁଛି । ଭାରତରେ ଗତ ୨୪ ଘଣ୍ଟାରେ ୨,୯୯୪ ଜଣ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଫଳରେ ସକ୍ରିୟ ମାମଲା ୧୬,୩୫୪ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି । ମହାରାଷ୍ଟ୍ରରେ ଦିନକରେ ୭ଶହ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ହାର୍‌ ୨.୬୧ ରହିଛି ।

କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ସତର୍କ ରହିବାକୁ କହିଛି । ଡବ୍ଲ୍ୟୁଏଚ୍‌ଓର ଷ୍ଟ୍ରାଟେଜିକ୍‌ ଆଡଭାଇଜରୀ ଗ୍ରୁପ୍‌(ଏସ୍‌ଏଜିଇ) କୋଭିଡ୍‌ର ବୁଷ୍ଟର ଡୋଜ୍‌ ନେବାକୁ ଗୁରୁତ୍ୱ ଦେଇଛି । ବୟସ୍କ ବିଶେଷକରି ସମ୍ବେଦନଶୀଳ ବର୍ଗର ଲୋକେ ଶେଷ ଡୋଜ୍‌ ନେବାର ୬ରୁ ୧୨ ମାସ ଭିତରେ କରୋନାର ବୁଷ୍ଟର ଡୋଜ୍‌ ନେବାକୁ ଡବ୍ଲ୍ୟୁଏଚ୍‌ଓ ପରାମର୍ଶ ଦେଇଛି । ସେହିପରି କୌଣସି ବ୍ୟାଧିରେ ପୀଡ଼ିତ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ ତଥା ଆଗଧାଡ଼ିର ଲୋକେ ବୁଷ୍ଟର ଡୋଜ୍‌ ନେବା ଉଚିତ ବୋଲି ଡବ୍ଲ୍ୟୁଏଚ୍‌ଓ ଗାଇଡ୍‌ଲାଇନରେ କୁହାଯାଇଛି ।