PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଜାଣନ୍ତୁ ଖଲିସ୍ତାନର ସ୍ବପ୍ନ ଦେଖୁଥିବା ଅମୃତପାଲ୍‌ ସିଂହ କିଏ ? ଦୁବାଇରେ ଟ୍ରାନ୍ସପୋର୍ଟ ବିଜନେସ୍‌ରୁ ଏବେ ‘ୱାରିସ ପଞ୍ଜାବ ଦେ’ ସଂସ୍ଥାର ମୁଖ୍ୟ

ଚଣ୍ଡୀଗଡ,୧୮।୩: ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ସହିତ ତା’ର ୬ଜଣ ସହଯୋଗୀଙ୍କୁ ଶନିବାର ପଞ୍ଜାବ ପୋଲିସ ଗିରଫ କରିଛି। ଶିଖ ଧର୍ମ ପ୍ରଚାରକ ତଥା ‘ୱାରିସ ପଞ୍ଜାବ ଦେ’ ସଂସ୍ଥାର ମୁଖ୍ୟ ହେଉଛି ଅମୃତପାଲ ସିଂହ। । ନିଜକୁ ଶିଖ୍ ଗୁରୁ ଭାବେ ପରିଚୟ ଦେଇଥାଏ । ଏହାସହ ଖାଲିସ୍ତାନର ସବୁଠାରୁ ବଡ ସମର୍ଥକ ହେଉଛି ଅମୃତପାଲ। ଗତ ମାସ ଫେବୃଆରୀରେ ଅମୃତପାଲ  ସିଂହଙ୍କ ସମର୍ଥକମାନେ ପ୍ରବଳ ହଙ୍ଗାମା କରିଥିଲେ। ଅମୃତପାଲଙ୍କ ସହକର୍ମୀ ଲଭପ୍ରୀତ ତୁଫାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ଅଜନାଲା ପୁଲିସ ଷ୍ଟେସନ ବାହାରେ ବିରୋଧ ପ୍ରଦର୍ଶନ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

ମୃତପାଲ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଖୁଲମଖୁଲା ଧମକ ଧମକ ଦେଇସାରିଛି। ଇନ୍ଦିରା ଗାନ୍ଧୀଙ୍କ ଭଳି ଶାହଙ୍କୁ ମଧ୍ୟ ହତ୍ୟା କରାଯିବ ବୋଲି ସେ ଧମକ ଦେଇଥିଲା। ଖାଲିସ୍ତାନକୁ ବିରୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାର ପରିଣାମ ଭୋଗିସାରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା କିମ୍ବା ଭଗୱନ୍ତ ମାନ ହୁଅନ୍ତୁ ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି ଅମୃତପାଲ ପୂର୍ବରୁ କଡା ଚେତାବନୀ ଦେଇଛି। ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସଂଗଠନ ହେଉଛି ‘‘ୱାରିସ ଦେ ପଞ୍ଜାବ’ର । ଗତ ବର୍ଷ ଫେବୃଆରୀମାସରେ ଏକ ସଡ଼କ ଦୁର୍ଘଟଣାରେ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିଲା। ଦୀପ ସିଦ୍ଧୁଙ୍କ ଦେହାନ୍ତ ପରେ ଅମୃତପାଲ ସିଂହ ‘ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ହୋଇଥିଲା।

ଅମୃତପାଲ ସିଂହର ଜନ୍ମ ପଞ୍ଜାବର ଜଲ୍ଲୁପୁର ଖେରାରେ ହୋଇଥିଲା। ସେ ନିଜକୁ ଶିଖ୍ ସମ୍ପ୍ରଦାୟର ପ୍ରତିନିଧି ବୋଲି କୁହେ। ସେ କିଛି ବର୍ଷ ତଳେ ବ୍ରିଟେନ୍‌ରେ ରହୁଥିବା ଏନ୍‌ଆରଆଇ କିରନଦୀପ କୌରକୁ ବିବାହ କରିଥିଲା। ଦୁବାଇରେ ନିଜ ପରିବାରର ଟ୍ରାନ୍ସପୋର୍ଟ ବିଜନେସ୍‌ରେ ୧୦ ବର୍ଷ କାମ କରିଥିଲା। ତିନୋଟି କୃଷି ଆଇନ୍‌ ବିରୋଧରେ କୃଷକଙ୍କ ସମର୍ଥନରେ ଆସି ଅମୃତପାଲ ଖୁବ୍ ଚର୍ଚ୍ଚାର ପରିସରକୁ ଆସିଥିଲା। ସେ ଖଲିସ୍ତାନୀ ସମର୍ଥକ ଜେନେରାଲ ସିଂହ ଭିଣ୍ଡରଓ୍ବାଲଙ୍କୁ ନିଜର ଆଦର୍ଶ ଭାବରେ ମାନିଥାଏ।

ସମ୍ବନ୍ଧିତ ଖବର